Lets talk with a young writer, poetess and a shield maiden Smrutirekha Behera hails from Jajpur, district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ସ୍ମୃତି ରେଖା ବେହେରା
ପିତାଙ୍କ ନାମ- କେଦାରନାଥ ବେହେରା
ମାତାଙ୍କ ନାମ– କଳ୍ପନା ବେହେରା
ଜନ୍ମ ତାରିଖ– ୨୪/୦୬/୧୯୯୮
ଘର ଠିକଣା– ବିରିବାଟି ମହିଶରା ୭୫୫୦୨୩
ଜିଲ୍ଲା– ଯାଜପୁର
ଶିକ୍ଷାଗତ ଯୋଗ୍ୟତା- ସ୍ନାତକୋତ୍ତର ଅଣୁଜୀବବିଜ୍ଞାନ
ଇ-ମେଇଲ୍ ଠିକଣା– [email protected]
ମୁଖପୁସ୍ତିକା /Facebook ଠିକଣା::https://www.facebook.com/smrutirekha.behera.370515
ସ୍ନେହର ସ୍ମୃତିରେଖା !
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉ – ପିଲାଦିନୁ ସାହିତ୍ୟରେ ବଢୁଛି , ସାହିତ୍ୟରେ ବଞ୍ଚିଛି
ସ୍କୁଲ ବେଳୁ ଓଡ଼ିଆ ,ହିନ୍ଦୀ ଓ ଇଂରାଜୀରେ ସୁନ୍ଦର୍ ଭାଷା ସଂଯୋଜନା କରି ବିଭିନ୍ନ କାର୍ଯକ୍ରମରେ ସ୍ଵଲିଖିତ ଭାଷଣ ଦେବାକୁ ଭଲ ଲାଗେ ।
ହେଲେ ସାହିତ୍ୟ ପ୍ରେମରେ ୨୦୨୦ ମସିହାରୁ ପଡ଼ିଛି , ସମ୍ପର୍କ ଏତେ ନିବିଡ଼ ହେଇଯାଇଛି ସମ୍ପର୍କରେ ଫାଟ ସୃଷ୍ଟି ହେବା କଷ୍ଟକର ।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ – ଏକଧାରାରେ ବିଜ୍ଞାନ ଛାତ୍ରୀ, ପଞ୍ଚାୟତ ରାଜ ବିଭାଗର ସର୍ବୋଚ୍ଚ ସ୍ଥାନ(ଜିଲ୍ଲା ପରିଷଦ)ରେ ରହିବ ଏବଂ ସାହିତ୍ୟ ସାଧନାକୁ ବ୍ରତ କରିବା କଷ୍ଟସାଧ୍ୟ ନୁହେଁ ,ଉପରୋକ୍ତ ତିନୋଟି ମୌଖିକ ଓ ଲିଖିତ ଭାଷା ସହ ଅଙ୍ଗା ଅଙ୍ଗି ଭାବେ ଜଡ଼ିତ, ସବୁକୁ ସାଥିରେ ନେଇ ଆଗକୁ ବଢ଼ିବି ବୋଲି ବିଶ୍ୱାସ ରଖିଛି।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ – ମୋ ପରିବାରର ଜନ ସଂଖ୍ୟା ଅର୍ଦ୍ଧ ଶତାବ୍ଦୀର ଅଧା (୨୫) ହେଲେ ଦୁଇଟି ଅଶି ବର୍ଷିଆ ଉର୍ବର ମସ୍ତିଷ୍କ(ଜେଜେ ,ଜେଜେ ମା) ମତେ ସାହିତ୍ୟ ସାଧନାରେ ଉର୍ବର ହେବାରେ ସହାୟତା କରୁଥିବା ବେଳେ ପୁରା ପରିବାର ସାହିତ୍ୟ ସାଧନାରେ ସିଦ୍ଧିଲାଭ କରିବା ପାଇଁ ପ୍ରେରଣା ଯୋଗାଉଛନ୍ତି
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ – ନୂତନ ପିଢ଼ିର ରୋମାଣ୍ଟିକ କବି ଭାବେ ଓଡ଼ିଆ ସାହିତ୍ୟ ଜଗତର ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ପ୍ରେମିକ କବି ପଦ୍ମଶ୍ରୀ ଡ: ମାୟାଧର ମାନସିଂହ ଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ, ଡ: ମାନସିଂହଙ୍କର ସମସ୍ତ କାବ୍ୟ ସମ୍ଭାର କଳା ସଂସ୍କୃତି ସର୍ବଦା ଜୀବନବାଦ , ମାନବବାଦ ଓ ପ୍ରେମ ପ୍ରଣୟର କଥା କହିଥଏ । ଧୂପ କାବ୍ୟରେ ଥିବା ରୋମାଣ୍ଟିକ କବିତା ‘ ତମେ ‘ ମୋର ବହୁତ୍ ପ୍ରିୟ , ସେଇ କବିତାର ପ୍ରଥମ ଧାଡିଟି ହୃଦୟସ୍ପର୍ଶୀ।
” ସକଳେ ଡାକନ୍ତି ‘ତମେ’ ତମେ ବୋଲି ସେ ‘ତମେ’ ର ମୂଲ୍ୟ ନାହିଁ”
“ତୁମେ ଯେବେ ମତେ ‘ତମେ’ ବୋଲି କୁହ ଏତେ ମିଠା କାହିଁ ପାଇଁ”
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ – ଅଧିକ ଭାବରେ କବିତା ଲେଖିବାରେ ନିଜକୁ ବ୍ୟକ୍ତ କରେ , ମୋର ଅଭିଜ୍ଞତାକୁ କବିତାର ରୂପ ଦେଇ ଆତ୍ମତୃପ୍ତି ଲାଭ କରେ କିନ୍ତୁ ଅଧିକ ସମୟ ଏକାନ୍ତରେ ଭାବନା ରାଇଜକୁ ଯାଇ ରୋମାଣ୍ଟିକ କବିତାରେ ନିଜକୁ ହଜେଇଦେବାକୁ ବେଶୀ ପସନ୍ଦ କରେ ।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ – ପ୍ରଥମେ ତଃ ଲେଖା ଆରମ୍ଭ କରିବା ଆଗରୁ ଚିନ୍ତା କରିବା ଆବଶ୍ୟକ କବିତାର ଶୀର୍ଷକ ଓ କଲମ ମୁନରେ କାହାକୁ ରଖିବାକୁ ଚାହୁଁଛ ତାପରେ ଉପଯୁକ୍ତ ଶବ୍ଦ ସଂଯୋଜନାକୁ ଅଧିକ ଗୁରୁତ୍ଵ ଦେଇ ଲେଖା ଆରମ୍ଭ କରିବା ଉଚିତ୍ ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
U – କବିତା ଓ ଗଳ୍ପ ଉଭୟ ସାହିତ୍ୟର ମୌଳିକ ବିଭାଗ , ଗଳ୍ପକୁ କଥା କବିତା ମଧ୍ୟ କୁହାଯାଏ , କବିତାରେ ଶବ୍ଦ, ଅର୍ଥ ,ରୀତି ଓ ଅଳଙ୍କାର ଉପରେ ଅଧିକ ଧ୍ୟାନ ଦିଆଯାଉଥିବା ବେଳେ ଗଳ୍ପରେ କାହାଣୀ,ଚରିତ୍ର, ପରିବେଶ,ଭାଷା,ଆୟତ ଓ ଶୈଳୀକୁ ଗୁରୁତ୍ଵ ଦିଆଯାଏ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ – ବୟସରୁ କେହି କିଛି ଶିଖି ନଥାନ୍ତି ବରଂ ଅଭିଜ୍ଞତାରୁ ହିଁ ଶିଖନ୍ତି ଠିକ୍ ସେହିପରି ସାହିତ୍ୟିକଙ୍କ ମତବ୍ୟକ୍ତ କେବେବି ଭୁଲ ନୁହେଁ କାରଣ ସେମାନେ ଅଭିଜ୍ଞତାରୁ ମତ ଦେଇଛନ୍ତି , କବିତାରେ ଚରିତ୍ର ଚିତ୍ରଣ ଓ ଗଳ୍ପରେ ଚରିତ୍ର ଚିତ୍ରଣ ଭିତରେ ଅନେକ ପାର୍ଥକ୍ୟ ରହିଛି , କାହା ନାମ ଉଲ୍ଲେଖ ନଥିବା କବିତାକୁ ପଢିଲେ ଜାଣିହୁଏ ଉକ୍ତ କବିତାରେ ଚରିତ୍ରଟି କିଏ କିନ୍ତୁ ଗଳ୍ପରେ ବିସ୍ତୃତ ଭାବରେ ଚରିତ୍ରକୁ ବ୍ୟାଖ୍ୟା କରାଯାଏ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ – ସାହିତ୍ୟରେ ଉତ୍ତର ଆଧୁନିକତାର ପ୍ରବେଶ ହେଇଛି ସତ କିନ୍ତୁ ମୋ ମତରେ ସାହିତ୍ୟ ସମାଜର ନୂତନ ଯୁବ ପିଢ଼ି ପୁଣି ଥରେ ଆଧୁନିକ ସଭ୍ୟତାକୁ ଭୁଲି ନିଜର ପୁରାତନ ସଂସ୍କୃତି ଆଡ଼କୁ ଅଗ୍ରସର ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ ଓଡ଼ିଆ ସିନେମା ଜଗତର କିଛି ଓଡ଼ିଆ ସିନେମା ଯଥା “ବ୍ୟାସେ ଶୁଣୁଛ”, “ପ୍ରତୀକ୍ଷା”, “ଦମନ” ଇତ୍ୟାଦିକୁ ଆଜିକାଲିର ଆଧୁନିକ ଯୁବପିଢି ଖୁବ୍ ଆଗ୍ରହର ସହ ଆପଣେଇ ନେଇଛନ୍ତି।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ – ପୁରା କାଳରେ ସାହିତ୍ୟର ରଥି ମହାରଥୀ ମାନେ ଯେପରି ଅଣ୍ଟା ଭିଡ଼ି ଭାଷା-ପ୍ରୀତି ଆନ୍ଦୋଳନ ଆରମ୍ଭ କରିଥିଲେ ସେପରି ଆଜି କାଲିର ଯୁବ ସମାଜ ଠିକ୍ ସେହି ଦିଗରେ ଗତି କରିବା ଆରମ୍ଭ କଲେଣି , ମୋ ମତରେ ଗତି ଏହିପରି ଜାରି ରହିଲେ ପୁରା କାଳର ସାହିତ୍ୟିକଙ୍କ ଲକ୍ଷ୍ୟ ବା ସ୍ବପ୍ନ ଯାହା ଥିଲା ତାହା ଆମେ ନିଶ୍ଚୟ ପୁରା କରି ପାରିବା।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ – ମୁଁ ପଢୁଥିବା ମହାବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୋ ଲିଖିତ ଏକ କବିତା ମୋ ମହାବିଦ୍ୟାଳୟକୁ ଉତ୍ସର୍ଗ କରିଥିଲି ଯାହା ମୋ ଜୀବନର ସବୁଠୁ ସୁଖକର ଅନୁଭୂତି ଅଟେ ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ – ଗତ ୨୫ ନଭେମ୍ବର ୨୦୨୨ ତାରିଖ ଦିନ ଏକ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଇଥିଲି #ନୁରୁଲ ହକ୍ ସାର୍ ଙ୍କ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମ ଯାହା ସୁଦୂର ବାଂଲାଦେଶରେ ଅନୁଷ୍ଠିତ ହେଉଥିଲା , ଓଡ଼ିଶାର ଏକ ସାହିତ୍ୟ ଅନୁଷ୍ଠାନ “ସୂର୍ଯ୍ୟୋଦୟ” କୁ ସେଠାକାର ଲୋକ କିପରି ନିଜ ମନପ୍ରାଣରେ ସାଇତିବା ଆରମ୍ଭ କରିଛନ୍ତି ତାହା ସେଇ ଫଟୋଚିତ୍ର ହିଁ ଅନୁଭବ ହେଉଥିଲା ଖାଲି ସେତିକି ନୁହେଁ ହୃଦୟରେ ସ୍ଥାନ ଦେବା ସହ ସେଠାକାର ଖବର କାଗଜରେ ମଧ୍ୟ ସ୍ଥାନ ଦେଇଛନ୍ତି , ଏହି ପରିପ୍ରେକ୍ଷୀରେ ଜଗତୀକରଣ ଓ ବିଶ୍ୱାୟନ୍ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବିଶ୍ଵ ଦରବାରରେ ଉଚ୍ଚ ସ୍ଥାନରେ ରହିବା ଆରମ୍ଭ କଲାଣି ବୋଲି ଅନୁଭବ ହେଉଛି।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉ – ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ ପାଠକର ଖୁବ୍ ନିକଟରେ ପହଞ୍ଚି ହୃଦୟରେ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିଛି ତାହାର ଏକମାତ୍ର ମାଧ୍ୟମ ହେଉଛି ସାମାଜିକ ଗଣମାଧ୍ୟମ , କାରଣ ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ଅଳ୍ପକୁ ହିଁ ପସନ୍ଦ କରନ୍ତି , ଅଳ୍ପରେ ପଢ଼ି ଅଳ୍ପରେ ସାରିବାକୁ ସମସ୍ତେ ବ୍ୟସ୍ତ ସେଥିପାଇଁ କ୍ଷୁଦ୍ରଗଳ୍ପ ସମସ୍ତଙ୍କର ପ୍ରୀୟଭାଜନ ହୋଇପାରିଛି
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ – ସାହିତ୍ୟିକ ମାନଙ୍କର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କାରଣ ସାହିତ୍ୟ ହେଇଛି ସାମାଜିକ ମାନଦଣ୍ଡ , ନୈତିକ ମୂଲ୍ୟବୋଧ, ପାରମ୍ପରିକ ରୀତିନୀତି , ବିଶ୍ୱାସ ବ୍ୟବସ୍ଥା , ରାଜନୈତିକ ବ୍ୟବସ୍ଥା , କଳାକୃତି ଇତ୍ୟାଦିର ଐତିହ୍ୟ ତେଣୁ ସାହିତ୍ୟିକ ମାନେ ସବୁ ଦିଗକୁ ଦୃଷ୍ଟି ଦେଇ ସମାଜ ପ୍ରତି ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉ – ଉପରୋକ୍ତ ଗୋଟିଏ ଉତ୍ତରରେ କହିଛି ମଣିଷ ବୟସରୁ କିଛି ଶିଖି ନଥାନ୍ତି ଅଭିଜ୍ଞତାରୁ ହିଁ ଶିଖନ୍ତି ତେଣୁ କବିତାକୁ ବାରମ୍ବାର ସଂଶୋଧନ କଲେ ଲେଖା ପ୍ରତି ଅଭିଜ୍ଞତା ବଢେ , ସେଥିପାଇଁ କବିତାଟି ସେତେ ଭଲ ହୋଇନଥିଲେ ବିଚଳିତ ନହୋଇ ମୁଁ ସେହି କବିତାକୁ ଶ୍ରୁତି ଓ ଆବୃତ୍ତି ମଧୁର କରିବା ପାଇଁ ପ୍ରୟାସ ଜାରି ରଖେ ।
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ – ଏହି ଉକ୍ତିଟି ସମ୍ପୂର୍ଣ୍ଣ ଠିକ୍ କାରଣ ଅନୁଭବ ହିଁ ପ୍ରକୃତ ସାହିତ୍ୟର ମୂଳମନ୍ତ୍ର। ଅନୁଭବ,ଅନୁଭୂତି, ଗଭୀର ମନନ ଓ ପୁସ୍ତକ ପଠନ ଜ୍ଞାନର ମିଶ୍ରଣରେ କବିତାର ସୃଷ୍ଟି। ଶବ୍ଦ ମାନଙ୍କର ଅନୁଭବ ଅନୁଭୁତିରେ ରଙ୍ଗ ଭରୁଥିବା ନିରବ ମଣିଷକୁ ହିଁ କବି କୁହାଯାଏ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ମତେ ସ୍ୱତନ୍ତ୍ର ସୁଯୋଗ ମିଳିଛି ଏଥିପାଇଁ ନିଜକୁ ଖୁବ୍ ଭାଗ୍ୟବତୀ ମନେ କରୁଛି।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ – ଏହି ପରିବାର ସହ ଯୋଡ଼ି ହେବା କରେ ଓଡ଼ିଶାର ପ୍ରାତେକ୍ ଜିଲ୍ଲାରୁ ଯୋଡ଼ି ହୋଇଥିବା ବଡ଼ ସାନ ଭାଇ ଭଉଣୀଙ୍କ ବିଷୟରେ ଧୀରେ ଧୀରେ ଅବଗତ ହେଉଛି, ବଡ଼ ମାନଙ୍କଠୁ ସ୍ନେହ ଓ ସାନ ମାନଙ୍କଠୁ ସମ୍ମାନ ମିଳୁଛି , ହ୍ୱାଟସ୍ ଆପ୍ ଗ୍ରୁପ୍ ରେ ଯୋଡ଼ି ହୋଇ ପ୍ରତେକ୍ ଦିନ ନୂତନ ଶୈଳୀର ଲେଖା ପଢ଼ି ପାରୁଛି ଯାହା ମତେ ମଧ୍ୟ ସୁନ୍ଦର୍ ଲେଖିବାରେ ସହାୟତା ହେଉଛି ସେଥିପାଇଁ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲି
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉ – ସାମାଜିକ ଗଣମାଧ୍ୟମରେ ମୋର ଲେଖା ଆଉ ସୂର୍ଯ୍ୟୋଦୟ ପରିବାର ପ୍ରତି ଥିବା ଭଲ ପାଇବା ଦେଖି ମୋର ବଡ ଭାଈ ମନୋଜ କୁମାର ପଣ୍ଡା ମହୋଦୟ ମତେ ଏଇ ସୁନ୍ଦର୍ ପରିବାର ସହ ଯୋଡିଲେ ,
ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କେତେ ତାହା ସମସ୍ତ ସାହିତ୍ୟ ସାଧାନାକାରି ମାନଙ୍କୁ ଭଲ ଭାବରେ ଜଣା , ଟିକିଏ ସମୟ ବାହାର କରି ଦୁଇପଦ ଲେଖିଲେ ତାହା କେତେ ତୃପ୍ତି ଦିଏ ତାହା ମୁଁ ଶବ୍ଦ ମାଧ୍ୟମ ରେ ବର୍ଣ୍ଣନା କରିବାକୁ ଅକ୍ଷମ କିନ୍ତୁ ଏତିକି ଜାଣିଛି ମନ ଯେତେବେଳେ କଷ୍ଟ ଯନ୍ତ୍ରଣାରେ ଭରିଥାଏ ସେତେବେଳେ ମୋର ଡାଏରୀ ଆଉ କଲମ କଥା ମନେ ପଡେ କାହିଁକି କେଜାଣି କଲମ କୁ ଛୁଇଁବା ମାତ୍ରେ ମତେ ସବୁ ଯନ୍ତ୍ରଣା ରୁ ଉପଶମ ମିଳେ ।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉ – ସମାଜରେ ମୋର ପରିଚୟ ଜଣେ ଜନପ୍ରତିନିଧି ହିସାବରେ ଅଛି ହେଲେ ମୁଁ ଚାହେଁ ମତେ ସମାଜ ସୁଲେଖିକା ସ୍ମୃତି ରେଖା ବୋଲି ଜାଣୁ ,
ସୁର୍ଯୋଦୟ ପରିବାର ମତେ ସ୍ନେହ ପ୍ରେମ ଶ୍ରଦ୍ଧା ଅଜାଡ଼ି ଦେଉ ଯାହା ଫଳରେ ମୁଁ ସୁଲେଖିକା ଟେ ହେଇପାରେ ।
ସ୍ନେହର ସ୍ମୃତିରେଖା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
NYC dii
ମା ସରସ୍ଵତୀ ଆପଣଙ୍କ କଲମକୁ ଆହୁରି ଶକ୍ତି ଦିଅନ୍ତୁ।
ସୁ’ଲେଖିକା ବୋଲି ଏବେଠାରୁ ମନରେ ଏକ ପ୍ରତିଛବି ଆମେ ଆଙ୍କିଲୁ, ଆଶା ଅଛି ଆପଣଙ୍କ ଆଲେଖ୍ୟ ସେ ଛବିକୁ ରଙ୍ଗୀନ କରିବ।
ଆପଣଙ୍କ ସାକ୍ଷାତକାର ପଢି ଜାଣିବାକୁ ପାଇଲି ଦୀର୍ଘ ଦୁଇ ବର୍ଷ ହେଲା ଆପଣ ସାହିତ୍ୟ ପ୍ରେମରେ ପଡ଼ିଛନ୍ତି,ତେଣୁ ଆପଣଙ୍କ ସମ୍ପର୍କରେ କେବେ ଫାଟ ସୃଷ୍ଟି ନ ହେବା ପାଇଁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି ଏବଂ ସମାଜରେ ଏକ ସୁଲେଖିବା ହେବା ପାଇଁ ଢେର୍ ସାରା ଶୁଭେଚ୍ଛା ଆଉ ଶୁଭକାମନା।
ATI SUNDAR
କଲମ ସୁଦୃଢ ହେଉ।। ଶୁଭେଚ୍ଛା
ଅତି ଉତ୍ତମ
Great work my sister
Khub sundar
Nyc line
Good….
ମାତୃଭାଷା ପ୍ରତି ସାହିତ୍ୟ ପ୍ରତି ଆଗ୍ରହ ଉତ୍ତର କହୁଛି….
ଖୁବ ସୁନ୍ଦର …