Lets talk with a young columnist Soumyaranjan Mohanty hails from Jagatasinghpur , district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ସୌମ୍ୟରଞ୍ଜନ ମହାନ୍ତି
ପିତାଙ୍କ ନାମ- ଧନେଶ୍ଵର ମହାନ୍ତି
ମାତାଙ୍କ ନାମ- ବୀଣାପାଣି ମହାନ୍ତି
ଜନ୍ମ ତାରିଖ– ୨୬/୦୮/୨୦୦୧
ଘର ଠିକଣା- ଗ୍ରା– ମୋହନପୁର, ଡ଼ା– କନକପୁର
ଜିଲ୍ଲା-ଜଗତସିଂହପୁର
ଶିକ୍ଷାଗତ ଯୋଗ୍ୟତା- ୧ମ ବର୍ଷ ଛାତ୍ର,ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣସଞ୍ଚାର ବିଭାଗ (ଉତ୍କଳ ବିଶ୍ୱବିଦ୍ୟାଳୟ)
ଇ-ମେଇଲ୍ ଠିକଣା- [email protected]
ସ୍ନେହର ସୌମ୍ୟରଞ୍ଜନ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉତ୍ତର: ସାହିତ୍ୟର ପରିଧି ସୁବିସ୍ତୃତ,୧୮ ବର୍ଷ ବୟସରେ ସାହିତ୍ୟ ପ୍ରତି ଗଭୀର ରୁଚି ସୃଷ୍ଟି ହୋଇଥିଲା। କିଛି ସାହିତ୍ୟିକ ତଥା ଶିକ୍ଷକ ଏଵଂ ଅଧ୍ୟାପକମାନଙ୍କ ପ୍ରେରଣାରେ ମୁଁ ମୋର ସାହିତ୍ୟ ଯାତ୍ରା ଆରମ୍ଭ କରିଥିଲି।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉତ୍ତର: ମୋ ମତରେ ସାହିତ୍ୟର ଅର୍ଥ ଯାହା ସମାଜ ଓ ବ୍ୟକ୍ତିତ୍ଵର ହିତ ସାଧନ କରିବା ଦୃଷ୍ଟିରେ କାର୍ଯ୍ୟ କରେ। କେବେ କେବେ ପାଠ ପଢା ପଢ଼ି ରୁ ସମୟ ବଳିଲେ ମୁଁ ଲେଖନୀ ଚାଳନା କରେ। ବ୍ୟକ୍ତିଗତ ସ୍ତରରେ କହିବାକୁ ଗଲେ ସାହିତ୍ୟ କେବେବି ମୋ ବ୍ୟକ୍ତିଗତ ବା ପାଠ ପଢ଼ା ଜୀବନରେ କିଛି ପ୍ରଭାବ ପକାଏ ନାହିଁ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉତ୍ତର: ମୋ ପରିବାର ର କୌଣସି ବିଶେଷ ପ୍ରଭାବ ମୋ ସାହିତ୍ୟ ଜୀବନ ଉପରେ ପଡ଼ିନାହିଁ। ତଥାପି ସେମାନେ ସବୁବେଳେ ମୋତେ ପ୍ରେରଣା ଦେଇଥାନ୍ତି।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉତ୍ତର: ମୁଁ ଖୁବ୍ କମ୍ ପୁସ୍ତକ ଓ ଉପନ୍ୟାସ ପଢ଼ିଛି, କିନ୍ତୁ ପ୍ରତିଭା ରାୟ, ମନୋଜ ଦାସ ଙ୍କ ଲିଖିତ ପୁସ୍ତକ ମୋତେ ଖୁବ୍ ପ୍ରେରଣା ଦେଇଥାଏ।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉତ୍ତର: ମୁଁ ଗଳ୍ପରେ ଓ କବିତାରେ ନିଜକୁ ଅଧିକ ବ୍ୟକ୍ତ କରିଛି।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉତ୍ତର: ଦେଖନ୍ତୁ ଗଳ୍ପ କିମ୍ବା କବିତା ଲେଖିବା ସମୟରେ ଆମକୁ ସାଧାରଣ ବ୍ୟାକରଣବୋଧ ଜ୍ଞାନ ଓ ଲେଖନୀ ଶୈଳୀ ଉପରେ ଧ୍ୟାନ ଦେବାକୁ ହୁଏ। ଏଵଂ ଏହା ସହିତ ସେ ଗଳ୍ପ ବା କବିତା ସମାଜକୁ ବା ପାଠକଙ୍କୁ କଣ ସୂଚନା ଦେଉଛି ତାକୁ ମଧ୍ୟ ଦୃଷ୍ଟିରେ ରଖିବାକୁ ହୁଏ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉତ୍ତର: ଗଳ୍ପ ବା କବିତା ମାନଙ୍କରେ କିଛି କିଛି ଭାବନାର ବିଶ୍ଳେଷଣ ରହିଥାଏ। କିନ୍ତୁ ଯଦି ଆମେ ସାହିତ୍ୟ ଜଗତକୁ ପରଖିବା ତେବେ ପାଠକମାନଙ୍କୁ କବିତା ଅନେକ ମାତ୍ରାରେ ପ୍ରଭାବିତ କରିଥାଏ। ଆଉ ମୁଁ କେବେ ସାମ୍ୟ ଓ ବୈଷମ୍ୟ ଉପରେ ମୋର ଦୃଷ୍ଟଭଙ୍ଗୀ ରଖିନି।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉତ୍ତର: ଏହା ସତ୍ୟ କାରଣ ଆମେ ଯେତେବେଳେ ଗଳ୍ପ ଲେଖୁ ସେଥିରେ ଚରିତ୍ର ସୃଷ୍ଟି କରି ତାକୁ ବର୍ଣ୍ଣନା କରିବା ସହଜ। କିନ୍ତୁ କବିତା କ୍ଷେତ୍ରରେ ଚରିତ୍ର ସୃଷ୍ଟି କରି ତାକୁ ବର୍ଣ୍ଣନା କରିବା ଏଵଂ ଶବ୍ଦ ଓ ପଦ ସଂଯୋଜନା ଅନେକାଂଶରେ କଷ୍ଟକର ।କିନ୍ତୁ ଗୋଟେ ଭଲ କବିତା ଲେଖିବା ଯେତେ ସହଜ ଗୋଟେ ଭଲ ଗଳ୍ପ ଲେଖିବା ସେତେ ସହଜ ନୁହେଁ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉତ୍ତର: ଆଧୁନିକତାର ଉତ୍ତରଣ ହେବା କିଛି ଖରାପ କଥା ନୁହେଁ କିନ୍ତୁ ସାହିତ୍ୟ କ୍ଷେତ୍ରରେ ପାରମ୍ପରିକ ଶୈଳୀକୁ ଭୁଲିଯିବା ଭଲ ନୁହେଁ। ଆମେ ଆଧୁନିକ ବିଷୟ ଉପରେ ଆଲୋକପାତ କରିପାରିବା କିନ୍ତୁ ଢାଞ୍ଚାଗତ ପରମ୍ପରାକୁ ଦୃଷ୍ଟିରେ ରଖିବାକୁ ହେବ।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉତ୍ତର: ଆମେ ଯଦି ପୂର୍ବସମୟର କଥା କହିବା, ସେତେବେଳେ ସାହିତ୍ୟର ମୂଲ୍ୟବୋଧ ଉଚ୍ଚକୋଟୀର ଥିଲା। ଗୋଟେ ଗୋଟେ କବିତା ଓ ଗଳ୍ପ ଜୀବନର ଗତିପଥ ବଦଳାଇ ଦେଉଥିଲା ଓ ସମାଜକୁ ମଧ୍ୟ ପରିବର୍ତ୍ତନ କରିପାରୁଥିଲା। ଓଡ଼ିଶା ମଧ୍ୟ ଏକ ସ୍ବତନ୍ତ୍ର ରାଜ୍ୟରେ ପରିଣତ ହେବା ପଛରେ ସାହିତ୍ୟର ବିରାଟ ଅବଦାନ ରହିଛି।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉତ୍ତର: ଯେବେ ମୁଁ ପ୍ରଥମେ ମୋର ଗଳ୍ପ ବହି ଲେଖିଥିଲି ଓ ତା’ର ଉନ୍ମୋଚନ ଦିନ ଯେତେବେଳେ ଅତିଥି ମାନେ ତା’ର ବିଶ୍ଳେଷଣ କରୁଥିଲେ ସେଇ ସମୟ ମୋ ଜୀବନରେ ସବୁଠୁ ଖୁସୀର ମୁହୂର୍ତ୍ତ l
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉତ୍ତର: ଓଡ଼ିଆ ଭାଷାର ଅଧୋଗତି ଅତ୍ୟନ୍ତ ଦୁଃଖର ବିଷୟ, କିନ୍ତୁ ଆମେ ଓଡ଼ିଆ ଲୋକ ହିଁ ଏଥି ପାଇଁ ଦାୟୀ। ଆପଣମାନେ ଦେଖୁଥିବେ ଆମେ ନିଜେ ନିଜ ଭାଷାକୁ ନଗଣ୍ୟ ମଣୁଚେ। କିନ୍ତୁ ଏହି ଭଳି କିଛି ସାହିତ୍ୟ ଅନୁଷ୍ଠାନ ପାଇଁ ଆଜି ବି ସାହିତ୍ୟ ଜୀବିତ ଅଛି। ଆଊ ଯୁବ ପିଢ଼ିମାନେ ସାହିତ୍ୟ ପ୍ରତି ଆତ୍କୃଷ୍ଟ ହେଉଛନ୍ତି।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉତ୍ତର: ଆଜିର କ୍ଷୁଦ୍ରଗଳ୍ପ ପାଠକମାନଙ୍କୁ ଅଧିକ ଆକୃଷ୍ଟ କରିପାରୁ ନାହିଁ। ଖୁବ୍ କମ୍ କ୍ଷୁଦ୍ରଗଳ୍ପ ଆମ ହୃଦୟ ନିକଟତର ହୋଇପାରୁଛି। କାରଣ ଆଜିକା ସମୟରେ ଯେଉଁ ଘଟଣା ଗୁଡ଼ାକ ଘଟୁଛି ତାହାକୁ ଆମେ ଗଳ୍ପରେ ଏତେଟା ବର୍ଣ୍ଣନା କରୁନାହୁଁ। କେବଳ ପୁରୁଣା ଶୈଳୀକୁ ଆପଣଉଛୁ। ମୋ ମତରେ ବର୍ତ୍ତମାନର ଚିତ୍ର କୁ ଗଳ୍ପ କଲେ ଆମେ ପାଠକମାନଙ୍କ ନିକଟତର ହୋଇ ପାରିବା।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉତ୍ତର: ମୋ ମତରେ ସାହିତ୍ୟର ଅର୍ଥ ହେଉଛି ସମାଜରେ ପରିବର୍ତ୍ତନ ଓ ସଂସ୍କାର ଆଣିବା। ଆଊ ସାହିତ୍ୟର ପ୍ରତ୍ୟେକ ସରଞ୍ଚନାରେ କିଛି ଭଲ ଓ ସକରାତ୍ମକ ଉଦ୍ଦେଶ୍ୟ ରହିବା ଆବଶ୍ୟକ।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର: “କବିଙ୍କ ଭାବନା ଚିରସ୍ରୋତା ନଈ
କେବେ ଶୁଖିଯାଏ ନାହିଁ
କଲମ ତାଙ୍କର ଚିରଦିନ ସାଥୀ
କେବେ ଅଟକଇ ନାହିଁ।”
ଗୋଟିଏ ପ୍ରକୃତ କବି କେବେବି ମନ ଦୁଃଖକରିବା କଥା ନୁହେଁ।ଗୋଟିଏ କବି ଲେଖିସାରିବା ପରେ ତାର କବିତା କେତେଦୂର ଲୋକଙ୍କୁ ଛୁଇଁ ପାରିବ ତାର କିଛି ସଠିକ୍ ଆକଳନ କରାଯାଇପାରିବ ନାହିଁ। କାରଣ ଅନେକ ଲୋକଙ୍କ ମତ ଓ ଗ୍ରହଣ କରିବା ଶୈଳୀ ଭିନ୍ନ। କିନ୍ତୁ କେଉଁ ପ୍ରକାର ଲେଖା ପାଠକଙ୍କୁ ପସନ୍ଦ ଆସିବ ଆଊ ପାଠକ ତାକୁ କେଉଁ ଶୈଳୀରେ ଗ୍ରହଣ କରିବେ ତାହା ଜାଣି କବିତା ଲେଖିଲେ ଭଲ ହୁଅନ୍ତା ବୋଲି ମୋ ମତ।
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉତ୍ତର – ସତ କଥା ସାହିତ୍ୟ ପାଇଁ ବୟସର କୌଣସି ଗୁରୁତ୍ଵ ନାହିଁ। କାରଣ ସାହିତ୍ୟ ପାଇଁ ସାଧନା ଆବଶ୍ୟକ। ଯେକୌଣସି ବୟସରେ ମଧ୍ୟ ଆମେ ଲେଖିପାରିବା କେବଳ ଏଥିପାଇଁ ନିଜର ଅନବରତ ଶିକ୍ଷା ଓ ଚେଷ୍ଟା ଆବଶ୍ୟକ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ|
ଉତ୍ତର- ବହୁତ ଖୁସୀ ଓ କୃତଜ୍ଞ ଅନୁଭବ ହେଉଛି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ନିକଟରେ।ସର୍ବଦା ଓଡ଼ିଶାର କୋଣ ଅନୁକୋଣ ରୁ ପ୍ରତିଭାମାନଙ୍କୁ ସନ୍ଧାନକରି ସାହିତ୍ୟମନସ୍କ କରାଇବା ଆଊ ସାହିତ୍ୟର ଉତ୍ତରଣ ରେ ନିଜକୁ ନିୟୋଜନ କରିଛି ଏହି ଆନ୍ତର୍ଜାତୀୟ ପ୍ରତିଷ୍ଠାନ।ଏହି ଅନୁଷ୍ଠାନର ଏକ ଶୁଭେଛୁ ଭାବେ ସର୍ବଦା ଚାହିଁବି ଏ ଅନୁଷ୍ଠାନ ଆଗକୁ ଅନେକ ସଫଳତା ଅର୍ଜନ କରୁ।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩”ପାଇଁ କାହିଁକି ଆଗ୍ରହୀ ହେଲେ?
ଉତ୍ତର – ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ ସହ ମୁଁ ୨୦୨୦ ରୁ ସମ୍ପୃକ୍ତ। ସାହିତ୍ୟ କ୍ଷେତ୍ରରେ ପାରମ୍ପରିକ ଭାବେ ଅନେଗୁଡ଼ିଏ ପ୍ରତିଯୋଗୀତା ଓ ଭାବନା ବିସ୍ତୃତ କାର୍ଯ୍ୟକରିଛି ଏହି ମହାନ ଅନୁଷ୍ଠାନ। ଏହାର କାର୍ଯ୍ୟଶୈଳୀ ଦ୍ଵାରା ଅନୁପ୍ରାଣିତ ହୋଇ ମୁଁ ଏହି ଅନୁଷ୍ଠାନ ସହ ଯୋଡ଼ିହୋଇଛି । ପୂର୍ବରୁ ଏହାର ଅନେକ ପ୍ରତିଯୋଗୀତାରେ ମୁଁ ଅଂଶଗ୍ରହଣ କରିଛି ଏବଂ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩”ରେ ଅଂଶଗ୍ରହଣ କରି ଖୁସୀ ଅନୁଭବ କରୁଛି।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉତ୍ତର: ବ୍ୟସ୍ତତା ଓ ଅବସାଦର ଔଷଧି ହେଉଛି ସାହିତ୍ୟ। ସାହିତ୍ୟ ବ୍ୟତିରକେ ଜୀବନରେ ଖୁସୀ ଅସମ୍ଭବ। ବିଗତ ଦୁଇ ବର୍ଷ ହେବ ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନ ସହ ଜଡ଼ିତ। ଖୁବ୍ ଖୁସୀ ଲାଗେ ଯେତେବେଳେ ବ୍ୟସ୍ତତା ଭିତରେ ଥକିଯାଇ ଫୋନ୍ ଖୋଲୁ ଖୋଲୁ ସୂର୍ଯ୍ୟୋଦୟ ସାହିତ୍ୟ ଗ୍ରୁପ୍ ରୁ ବିଭିନ୍ନ ପ୍ରକାରର କବିତା ଓ ଗଳ୍ପ ସବୁ ନଜରକୁ ଆସିଯାଏ। ବ୍ୟକ୍ତିଗତ ଭାବେ ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନ ପାଖରେ କୃତଜ୍ଞ।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର: ସାହିତ୍ୟ କ୍ଷେତ୍ରରେ ଓ ଯୁବ ପ୍ରତିଭାମାନଙ୍କୁ ସାହିତ୍ୟ ପ୍ରତି ଆତ୍କୃଷ୍ଟ କରିବା କ୍ଷେତ୍ରରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନର ଅବଦାନ ଖୁବ୍ ପ୍ରଶଂସନୀୟ। ଏହି ଅନୁଷ୍ଠାନର ଉତ୍ତର ଉନ୍ନତି ହେଉ ଏହାହିଁ କାମନା। ପ୍ରତି ମାସରେ ଓ ବିଭିନ୍ନ ସମୟରେ କିଛି କିଛି ପ୍ରତିଯୋଗିତା କରାଇ ଯେଉଁ ସାରସ୍ଵତ ଯାତ୍ରା ସୂର୍ଯ୍ୟୋଦୟ ଜାରି ରଖିଛି ତାହାର ସଫଳ ରୂପାୟନ ହେଉ।
ସ୍ନେହର ସୌମ୍ୟରଞ୍ଜନ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
“କବିଙ୍କ ଭାବନା ଚିରସ୍ରୋତା ନଈ
କେବେ ଶୁଖିଯାଏ ନାହିଁ
କଲମ ତାଙ୍କର ଚିରଦିନ ସାଥୀ
କେବେ ଅଟକଇ ନାହିଁ।”
ଲାଇନ୍ ଟି ଛୁଇଁଲା ଭାଇ। ସାଥୀ ସାଥ ନ ଛାଡ଼ୁ ଆଉ ଆମକୁ ଭେଟି ଦେଉଥାଅ ମନଛୁଆଁ ଗଳ୍ପ ଓ କବିତା।
ଆପଣଙ୍କ ସାକ୍ଷାତକାରରେ ଆପଣଙ୍କ ମତାମତ ପଢି ଖୁବ୍ ଖୁସି ହେଲି।
ସତରେ ସାହିତ୍ୟର ପରିଧି ସୁବିସ୍ତୃତ ତେଣୁ ସମସ୍ତେ ଏହି ପରିଧି ମଧ୍ୟରେ ରହି ସମାଜ ଓ ବ୍ୟକ୍ତିତ୍ଵର ହିତ ସାଧନ ନିମନ୍ତେ ପ୍ରତିଜ୍ଞାବୋଧ ହେବା ଉଚିତ୍।
ଉତ୍ତର ସବୁ ଖୁବ୍ ବାସ୍ତବ। ସାହିତ୍ୟ ଯାତ୍ରା ଏମିତି ଜାରି ରହୁ