May 05, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with young wordsmith Subrat Kumar Biswal, hails from Byasabhumi Balasore district of Odisha for SLF Literary Youth Icon Award contest-. 2023

Lets talk with young wordsmith Subrat Kumar Biswal, hails from Byasabhumi Balasore district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ଶ୍ରୀ ସୁବ୍ରତ କୁମାର ବିଶ୍ୱାଳ
ପିତାଙ୍କ ନାମ– ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବିଶ୍ୱାଳ
ମାତାଙ୍କ ନାମ-ଶ୍ରୀମତି କୁନିଲତା ବିଶ୍ୱାଳ
ଜନ୍ମ ତାରିଖ-୨୦ ନଭେମ୍ବର ୧୯୯୭
ଘର ଠିକଣା-କନ୍ଦଡ଼ା,ଅନ୍ତରା,ଅଡ଼ା,ସିମୁଳିଆ
ପିନ୍-୭୫୬୧୩୪
ଜିଲ୍ଲା-ବାଲେଶ୍ଵର
ଶିକ୍ଷାଗତ ଯୋଗ୍ୟତା-ହିନ୍ଦୀରେ ଡି. ଏଲ.ଏଡ଼/(B.T.C) ତତ୍ ସହିତ ହିନ୍ଦୀରେ ସ୍ନାତକୋତ୍ତର
ଇ-ମେଇଲ୍ ଠିକଣା-[email protected]
ମୁଖପୁସ୍ତିକା /Facebook ଠିକଣା::https://www.facebook.com/subratbiswal1998

ଶ୍ରଦ୍ଧେୟ ସୁବ୍ରତ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

📌 ମାଆ ସରସ୍ୱତୀଙ୍କ କୃପାରୁ ଏ ତୁଣ୍ଡରେ ସାହିତ୍ୟର ଉନ୍ମୋଚନ ପ୍ରଥମ ଥର “ପ୍ରେମ” ଶବ୍ଦରୁ ସୃଷ୍ଟି ହୋଇଥିଲା।ସେତେବେଳେ ପ୍ରାୟ ମୁଁ ଷଷ୍ଠ କି ସପ୍ତମ ଶ୍ରେଣୀରେ ପଢ଼ୁଥିଲି ସେହି ସମୟରେ ଦୁଇଟି ପ୍ରେମ ପତ୍ର ଲେଖିଥିଲି ଗୋଟିଏ ଯାହା ପାଇଁ ଏ ଦୁନିଆକୁ ମୁଁ ଆସିଛି(ମୋ ବୋଉ) ଆଉ ଅନ୍ୟଟି ଯିଏ ମୋ ପାଇଁ ଏ ଦୁନିଆକୁ ଆସିଛି(ଜଣେ ଅନାମିକା ନାୟିକା)।ପ୍ରାୟତଃ ଦଶ କି ବାର ବର୍ଷ ବୟସ ବେଳକୁ ମୁଁ ସାହିତ୍ୟ ସହ ଅଙ୍ଗା ଅଙ୍ଗୀ ଭାବରେ ଜଡ଼ିତ ହୋଇଯାଇଥିଲି।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

📌 ମୁଁ ସବୁବେଳେ ପାଠପଢ଼ା ମଧ୍ୟରେ ହିଁ ସମାଜକୁ ଅନ୍ୱେଷଣ କରିଥାଏ,କାରଣ ଆମ ଜୀବନ ଓ ସମାଜ ମଧ୍ୟରେ ସହସମତା ଅଛି।ମୋ ମତରେ ସମାଜକୁ ଛାଡି ଜୀବନ ବଞ୍ଚିବା ଅସମ୍ଭବ।ସେ ପାଠ ପଢ଼ା ହେଉ ଅବା ଜୀବନ ଜିଇଁବା ହେଉ ସମସ୍ତ ପ୍ରଣାଳୀ ସମାଜରୁ ସୃଷ୍ଟି ହୋଇଥାଏ।ଆଉ ଏହି ସମାଜର ପଥ ପ୍ରଦର୍ଶକ ସାହିତ୍ୟ ଅଟେ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

📌 ମୋ ବାପା-ବୋଉ କୁହନ୍ତି କୌଣସି କାମ କରିବାକୁ ଚାହଁ ଯଦି ହୃଦୟର ସହ ମନ ଧ୍ୟାନ ଲଗେଇ କର,ତାହା ନିଶ୍ଚୟ ଦିନେ ନା ଦିନେ ସଫଳତାର ପାଦ ଛୁଇଁବା।ବାରମ୍ବାର ବିଫଳତା ଏକ ସଫଳତାର ବୃକ୍ଷ ରୋପଣ ସୃଷ୍ଟି କରିଥାଏ।ଛୋଟ ବେଳୁ ଛୋଟ ଛୋଟ କବିତା,ଗଳ୍ପ ପଢ଼ିବାକୁ ମୋ ମନରେ ଉଙ୍କି ମାରିଥିଲା,ଯେଉଁଥି ପାଇଁ ସାହିତ୍ୟ ସାଧନାରେ ମୋର ରୁଚି ଅଧିକରୁ ଅଧିକତର ହୋଇଥିଲା।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

📌 ମୁଁ ଉଭୟ ଓଡ଼ିଆ ଓ ହିନ୍ଦୀ ସହିତ୍ୟରୁ ପ୍ରେରଣା ପାଇଛି।ମୁଁ ଛୋଟ ବେଳେ ପଢିଥିବା ଓଡ଼ିଆ ଉପନ୍ୟାସ “ଛ ମାଣ ଆଠ ଗୁଣ୍ଠ” ଓ “ରେବତୀ” ଯାହା ଶ୍ରୀମାନ ସାରସ୍ଵତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଦ୍ୱାରା ରଚିତ ଏବଂ ହିନ୍ଦୀ ସାହିତ୍ୟରେ ପ୍ରେମଚନ୍ଦଙ୍କର “ଗୋଦାନ” ଓ “ନିର୍ମଳା” ଦୁଇଟି ଉପନ୍ୟାସ।ଓଡ଼ିଆ ସାହିତ୍ୟ ଜଗତରେ ବ୍ୟାସକବିଙ୍କୁ ପ୍ରେମଚନ୍ଦଙ୍କର ଆଖ୍ୟା ଦିଆଯାଇଥାଏ।ଲୋକେ ବ୍ୟାସକବିଙ୍କୁ କୁହନ୍ତି “ଓଡ଼ିଆ ସାହିତ୍ୟର ପ୍ରେମଚନ୍ଦ।” କାରଣ ଦୁହିଁଙ୍କ ଲେଖନୀ ସମାଜର ସତ୍ୟତା,ଗାଉଁଲି ଜୀବନୀ, ଗାଁର ଚାଲିଚଳଣୀ ଏବଂ ସାମାଜିକ କୁପ୍ରଥା ଉପରେ ଆଧାରିତ।ହିନ୍ଦୀ ସାହିତ୍ୟର ଆଉ ଏକ ଲେଖନୀ ଯାହା ମତେ ଛୋଟବେଳେ ବହୁତ ପ୍ରଭାବିତ କରିଥିଲା “ଜାମୁନ୍ କା ପେଡ୍” ଯେଉଁଥିରେ ଗାଳ୍ପିକ କୃଷ୍ଣଚନ୍ଦ୍ ର ଆଜିର ସରକାରୀ କାର୍ଯ୍ୟାଳୟ ସତ୍ୟତାକୁ ପରିପ୍ରକାଶ କରିଛନ୍ତି।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

📌 କବିତା,ଗଳ୍ପ,ପ୍ରବନ୍ଧ ଏହି ତିନୋଟିରେ ମୁଁ ନିଜକୁ ବ୍ୟକ୍ତ କରିବାକୁ ଚେଷ୍ଟା କରିଛି।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

📌 ମୋ ମତରେ ଜଣେ ଲେଖକକୁ ଅଧିକ ପ୍ରଭାବିତ ସମାଜ କରିଥାଏ,ତେଣୁ ଲେଖନୀ ଗୁଡ଼ିକ ସମାଜର ବୈଶିଷ୍ଟ୍ୟ ଉପରେ ଆଧାରିତ ହୋଇଥାଏ।ସମାଜର ଗଭୀର ସମୁଦ୍ରରେ ଡୁବି ପାରିଲେ ହିଁ ଲେଖନୀ କଲମ ସ୍ୱତଃପ୍ରଭୁତ ଚାଲିବା ଆରମ୍ଭ କରିଥାଏ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

📌 ଅଳ୍ପ ଶବ୍ଦ ମଧ୍ୟରେ ଅଧିକ ଅର୍ଥ ପ୍ରଦାନ କରିପାରିବାର କ୍ଷମତା ଯେଉଁ ପଦ୍ୟ ରୂପ ରଖେ ତାହାର ନାମ କବିତା ଏବଂ ଅଧିକ ଶବ୍ଦ ମଧ୍ୟରେ ଜୀବନଶୈଳୀକୁ ପ୍ରତିପାଦିତ କରିପାରୁଥିବା ଗଦ୍ୟ ରୂପ, ଯାହା ଚିରନ୍ତନ ବା କାଳ୍ପନିକ ତାହାକୁ ଗଳ୍ପ କୁହାଯାଏ ।ଦୁଇଟି ମଧ୍ୟରେ ସମାନତା ଏହି ଯେ ଦୁହେଁ ସାହିତ୍ୟର ଅଙ୍ଗ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

📌 ଯେହେତୁ କବିତା ଓ ଗଳ୍ପ ସମାନ ନୁହଁ ତେଣୁ ଦୁଇଟିରେ ଚରିତ୍ର ଚିତ୍ରଣ କରିବା ମଧ୍ୟ ସମାନ କଦଚିତ ନୁହଁ।ମୁଁ ଗଳ୍ପ ହେଉ ଅବା କବିତା ଦୁଇଟିରେ ଚିରାଚରିତ ଭାବେ ନିଜକୁ ସେଥିରେ ଜୀବିତି କରି ତୋଳି ଧରେ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

📌 ଆଧୁନିକତା ଏକ ନୂତନତାର ପରିଚୟ, ନୂତନତା ମଧ୍ୟରେ ନୂତନତ୍ଵକୁ ଖୋଜିବା କିଛି ଭୁଲ ନୁହଁ।

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

📌 ପ୍ରଥମେ ଓଡ଼ିଆକୁ ଭାଷା ରୂପେ ଗଢ଼ିତୋଳିବାକୁ ବହୁତ କଷ୍ଟ ସାଧ୍ୟ ହୋଇଥିଲା,ଭାଷାକୁ ଲୋପ କରିଦେବାକୁ ପଡ଼ୋଶୀ ଭାଷା ଙ୍କର ଉଦ୍ୟମ ରହିଥିଲା।ଆଜି ଧୀରେ ଧୀରେ ଆମ ମାନସିକତାରେ ପାଶ୍ଚାତ୍ୟ ଭାଷାକୁ ଗ୍ରହଣ କରିବାର ଯେଉଁ ଇଚ୍ଛା ଜାଗ୍ରତ ହେଉଛି ଯେଉଁଥି ପାଇଁ ଏହା ଧୀରେ ଧୀରେ ଶିଥିଳତା ହୋଇଚାଲିଛି।ଯାହା ଆମକୁ ନିଜ ମାତୃଭାଷା ସାହିତ୍ୟ ଠାରୁ ଦୁରେଇ ନିମ୍ନଗାମୀ କରିଚାଲିଛି।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

📌 କୌଣସି ଲେଖନୀ (ଗଳ୍ପ,ପ୍ରବନ୍ଧ ଅବା କବିତା)କୁ ନେଇ ସମାଜରେ କିଛି ପରିବର୍ତ୍ତନ ଦେଖିଲେ।ପିଲାଙ୍କୁ ଗଳ୍ପ,କବିତା ଓ ପ୍ରବନ୍ଧ ପଢ଼େଇଲା ବେଳେ ତାଙ୍କୁ ମୁଁ ସେହି ମୁହୂର୍ତ୍ତରେ ଜୀବିତି କରିପାରିଥାଏ ଏବଂ ନିଜେ ଜୀବିତି ରହି ସେହି ପୁରାତନ ସମୟକୁ ନେଇଯାଇଥାଏ ଏହା ମୋର ସୁଖକର ଅନୁଭୂତି।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

📌 ଆଜିର ଆଧୁନିକ ସମାଜରେ ଏହା ନିତ୍ୟାନ୍ତ ଆବଶ୍ୟକ,ଏହା ଦ୍ୱାରା ସାହିତ୍ୟ ସ୍ଥିତି ସୁଦୃଢ ହୋଇପାରୁଛି।ଜନ ଜନ ସହ ସଂଯୋଗ ହୋଇପାରୁଛି।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

📌 ପାଠକ ସଂଖ୍ୟା ଧୀରେ ଧୀରେ ନ୍ୟୁନତମ ହୋଇଚାଲିଛି, ପାଠକଙ୍କ ସଂଖ୍ୟା ବୃଦ୍ଧି ହେଲେ ନିଶ୍ଚୟ ଭାବେ ସାହିତ୍ୟର ନିକଟତର ହୋଇପାରିବା।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

📌 ସାହିତ୍ୟ ହିଁ ସୃଷ୍ଟି କରେ ଏକ ହୃଷ୍ଟପୃଷ୍ଟ ସମାଜ,ସମାଜରେ ଘଟୁଥିବା ରୁଗ୍ଣ ଘଟଣାକୁ ଅଣଦେଖା କରିହୁଏନାହିଁ,ତାକୁ ପରିବର୍ତ୍ତନ କରିଥାଏ ଜଣେ ସାହିତ୍ୟିକ ଓ ସାହିତ୍ୟ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

📌 ମନରେ ଟିକେ ଅବଶୋଷ ଆସେ,କିନ୍ତୁ କିଛି ସମୟ ମଧ୍ୟରେ ମନରେ ଏକ ପରିବର୍ତ୍ତନ ହଠାତ ଆସେ ଏବଂ କବିତାକୁ ସରସ,ସୁନ୍ଦର ଏବଂ ଆଉ ଟିକେ ମଧୁର କରିବା ପାଇଁ ଆଉ ଏକ ଉଦ୍ଦ୍ୟମ କରିଥାଏ।ନିଜସ୍ୱ ଅଭିଜ୍ଞତା ବହୁତ ଅଛି ଏମିତି।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

📌 ହଁ ନିଶ୍ଚୟ ଭାବେ ଶତ ପ୍ରତିଶତ ଠିକ।କାରଣ ସାହିତ୍ୟ କେବେ ବୟସ ଦେଖେନାହିଁ ସେ ଛୋଟ ବାଳକ ହେଉ ଅବା ବୃଦ୍ଧ,ଦେଖାଯାଏ ତାଙ୍କର ଜ୍ଞାନର ସୀମା କେତେ ଦୂର ବିସ୍ତୃତ।କେବଳ ଯେ ଜଣେ ଅଙ୍କପତ୍ର ଧାରଣ କରିଥିବା ବ୍ୟକ୍ତି ଜ୍ଞାନୀ ତାହା ନୁହଁ ବିନା ଅଙ୍କପ୍ରାପ୍ତ ବ୍ୟକ୍ତି ଯେ ନିଜ ଅନୁଭବ/ଅନୁଭୂତି ଓ ପଠିତ ଜ୍ଞାନ ବିତରଣ କରିଥାଏ ସେ ହିଁ ପ୍ରକୃତ ଜ୍ଞାନୀ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

📌 ନିଶ୍ଚୟ ଭାବରେ ବହୁତ ଖୁସି, ଏମିତି ଏ ପ୍ରୟାସ ଜାରି ରହୁ।ଏ ସାହିତ୍ୟ କାର୍ଯ୍ୟକ୍ରମ ଚିରସ୍ଥାୟୀ ହେଉ।ଏମିତି ନୂତନ ଯୁବ ପ୍ରତିଭାଙ୍କ ଅନ୍ୱେଷଣ କରୁଥାଉ ଆଜୀବନ।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

📌 ସାହିତ୍ୟ ଚର୍ଚ୍ଚା ମାଧ୍ୟମରେ,ଲୁକ୍କାୟିତ ସାହିତ୍ୟିକର ଅନ୍ୱେଷଣ।ଯେହେତୁ ସାହିତ୍ୟ ଯେଉଁଠି ସାହିତ୍ୟିକ ସେଇଠି।କଏନ ଦୁଇ ପାର୍ଶ୍ୱ ପରି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ,ସାହିତ୍ୟ ଓ ସାହିତ୍ୟିକ।ତେଣୁ ସୂର୍ଯ୍ୟୋଦୟର ଏହି କାର୍ଯ୍ୟକ୍ରମ ଯୋଗୁଁ ଯୋଡ଼ି ହେବାକୁ ଆଗ୍ରହୀ ହେଲି।

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

📌 ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର fb ରେ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଯୋଡ଼ି ହେଲି।ନିଜ ପେଶା ଓ କର୍ମମୟ ଜୀବନ ମଧ୍ୟରେ ମୁଁ ନିଶା କେବେ ଭୁଲିପାରିବିନି।କାରଣ ସାହିତ୍ୟକୁ ମୁଁ ନିଶା ରୂପେ ଗ୍ରହଣ କରେ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

📌 ସାହିତ୍ୟ ସର୍ବଦା ଏକ ଚେତନାର ସ୍ୱର,ତେଣୁ ଏହା ସୁପ୍ତ ସମାଜକୁ ଜାଗ୍ରତ କରିବାରେ ସାହାଯ୍ୟ କରେ ଏବଂ ଆଜୀବନ କରୁଥିବ ମଧ୍ୟ।

 

ଶ୍ରଧ୍ୟେୟ ସୁବ୍ରତ! ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ। 

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

 

Loading

9 thoughts on “Lets talk with young wordsmith Subrat Kumar Biswal, hails from Byasabhumi Balasore district of Odisha for SLF Literary Youth Icon Award contest-. 2023

  1. ଖୁବ୍ ସୁନ୍ଦର ଭାବରେ ନିଜ ମତାମତକୁ ଉପସ୍ଥାପନା କରିଛନ୍ତି। ସର୍ବଦା ମାତା ସରସ୍ବତୀ ଆପଣଙ୍କ କଣ୍ଠରେ ବାସ କରନ୍ତୁ ଆଉ ଆପଣଙ୍କର ସାହିତ୍ୟିକ ଜୀବନ ସାର୍ଥକ ହେଉ।

  2. ଖୁବ୍ ସୁନ୍ଦର ଭାବରେ ସବୁ ପ୍ରଶ୍ନ ର ଉତ୍ତର ଦେଇଛନ୍ତି।
    ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
    ସାହିତ୍ୟ ଯାତ୍ରା ରେ ସଫଳତା ଅର୍ଜନ କରନ୍ତୁ।
    ସୂର୍ଯ୍ୟୋଦୟ ସାହିତ୍ୟ ପରିବାର ସହିତ ଯୋଡି ହେଇ ଅନେକ ଶିଖିବାର ସୁଯୋଗ ନିଅନ୍ତୁ।
    ଜୟ ଜଗନ୍ନାଥ

  3. ଆପଣ ମତବ୍ୟକ୍ତ ସୁନ୍ଦର୍ ଭାବରେ କରିଛନ୍ତି । ଖୁବ୍ ସଶୁଭେଚ୍ଛା ✨

  4. ସତ୍ୟ ଏବଂ ବାସ୍ତବତାକୁ ଦୃଢତାର ସହିତ ପରିପ୍ରକାଶ କରିଛନ୍ତି..
    ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା..

  5. ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଭାଇ । ଆପଣଙ୍କ ସାକ୍ଷାତକାର ପଢ଼ି ଅନେକ କିଛି ଶିଖିବାକୁ ପାଇଲି । ଆପଣଙ୍କ ଲେଖନୀ ମୁନ ସୁଦୃଢ଼ ହେଉ ଏବଂ ସାରସ୍ଵତୀୟ ଜୀବନ ପୁଷ୍ପିତ ହେଉ, ଏହା ମାତା ବାଗୀଶ୍ୱରୀଙ୍କ ଶ୍ରୀଚରଣରେ ପ୍ରାର୍ଥନା । ପ୍ରଣାମ ନେବେ ।

Leave a Reply

Your email address will not be published. Required fields are marked *