ମୋ କୃଷ୍ଣ
ଭାବ ବିନୋଦିଆ ନଟନାଗର
ତୁମକୁ ଭଜୁଛି ମୁଁ ନିରନ୍ତର ।।
ସୁଖେ ହେଉ ଅବା ଦୁଃଖେ ତୁମକୁ
ନିରନ୍ତରେ ଭଜେ ତୁମ୍ଭ ନାମକୁ ।।
ତବ ଶ୍ରୀ ଚରଣେ ପ୍ରଭୁ ଦାସୀ ଟିଏ ପରି
ନୀତି ସେବା କରୁଥିବିି ତୁମ ନାମ ସ୍ମରି ।।
ବାସ କରୁଥାଅ ସଦା ମୋ ହୃଦ କନ୍ଦରେ
ଭକ୍ତି ଅର୍ଘ୍ୟ ଢାଳେ ନିତି ତବ ଶ୍ରୀ ପୟରେ ।।
ମୋ ଛୋଟ ସଂସାରେ ପ୍ରଭୁ ତୁମେ ବିଦ୍ୟମାନ
କରୁଥାଅ ଆଶୀର୍ବାଦ ତୁମ୍ଭେ ଆୟୁଷ୍ମାନ ।।
ତୁମ ବିନା ପ୍ରଭୁ ମୋର ଅନ୍ୟଗତି ନାହିଁ
ତୁଚ୍ଛା ଏ ଜୀବନ ମୋର ଆଉ କାହିଁ ପାଇଁ ।।
ମୋ ପିଣ୍ଡରେ ପ୍ରାଣ ଥିବ ଯେତେ ଯାଏଁ
କୃଷ୍ଣ କୃଷ୍ଣ ଭଜୁଥିବି ଶାରୀ ର ପରାଏ ।।
କବିତା ଖୁଣ୍ଟିଆ
ବାଲେଶ୍ଵର