Lets talk with young poetess Subhashree Swarnaprava Mohanty, hails from Silver city Cuttack, district of Odisha for SLF Literary Youth Icon Award contest-. 2023
ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ଶୁଭଶ୍ରୀ ସ୍ୱର୍ଣ୍ଣପ୍ରଭା ମହାନ୍ତି
ପିତାଙ୍କ ନାମ- ଶ୍ରୀଯୁକ୍ତ ପବିତ୍ର ମହାନ୍ତି
ମାତାଙ୍କ ନାମ- ଶ୍ରୀମତୀ ପ୍ରଦିପ୍ତା ମହାନ୍ତି
ଜନ୍ମ ତାରିଖ– ୨୧/୦୧/୧୯୯୭
ଘର ଠିକଣା– ଗ୍ରା/ପୋ – ଡମପଡ଼ା,ବାଙ୍କୀ
ଜିଲ୍ଲା– କଟକ
ଶିକ୍ଷାଗତ ଯୋଗ୍ୟତା- +୨ ବିଜ୍ଞାନ,ct,+୩ ଓଡ଼ିଆ ସମ୍ମାନ,
ଇ-ମେଇଲ୍ ଠିକଣା- [email protected]
ମୁଖପୁସ୍ତିକା /Facebook ଠିକଣା:: https://www.facebook.com/swarnaprava.mohanty.7165?mibextid=ZbWKwL
ସ୍ନେହର ଶୁଭଶ୍ରୀ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
୧-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉ- ଛୋଟ ବେଳରୁ ସାହିତ୍ୟ ବିଷୟ ପ୍ରତି ମୋର ଥିଲା ଅହେତୁକ ଦୁର୍ବଳତା।ଏମିତି କି ଯେତେବେଳେ ମୋର ତୃତୀୟ ଶ୍ରେଣୀ,ମୁଁ ସପ୍ତମ ଶ୍ରେଣୀର ସାହିତ୍ୟ ବହିକୁ ସମ୍ପୂର୍ଣ୍ଣ ମୁଖସ୍ଥ କରି ନେଇଥିଲି।କିଛି ନିର୍ଦ୍ଦିଷ୍ଟ ବୟସ ନୁହେଁ ବରଂ ଛୁଆ ବେଳରୁ ହିଁ ମୁଁ ସାହିତ୍ୟ ରଜ୍ଜୁରେ ବନ୍ଧା ବୋଲି ସ୍ଥିର ନିଶ୍ଚିତ😊।
୨-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ-ଭଲ ପାଉଥିବା ଜିନିଷ ଟି ପାଇଁ ସମୟ ବାହାର କରିବାକୁ ପଡେନି,,,ସମୟ ଆପେ ବାହାରି ଯାଏ।ଏମିତିରେ ମୁଁ ବହୁତ କମ୍ ଲେଖା ଲେଖି କରେ।ଯେତିକି ବି ଲେଖେ ଖୁବ୍ କମ ସମୟ ନିଏ ସେଗୁଡିକୁ ଶେଷ କରିବାରେ। ତେଣୁ ମତେ ସାହିତ୍ୟ ସହିତ, ପାଠପଢ଼ା ଓ ସାମାଜିକ ଜୀବନର ସର୍ବସମତା ରକ୍ଷା କରିବାରେ କୌଣସି ଅସୁବିଧା ହୁଏ ନାହିଁ।
୩-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ- ଜନ୍ମ ହେବା ପରେ ପ୍ରତିଟି ସୋପାନରେ ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋ ଜେଜେ ମାଆର ଭଜନ ଜଣାଣ ହେଉ ଅବା ପାପାଙ୍କର ଛାନ୍ଦ ଚମ୍ପୁ ଗାୟନ ତଥା ଟେପ୍ ରେକର୍ଡରରେ ସବୁବେଳେ ବଜାଇବା ହେଉ ମନରେ ସାହିତ୍ୟ ପ୍ରେମର ବୀଜଟିଏର ଅଙ୍କୁରୋଦ୍ଗମ କରାଇଥିଲା ନିଶ୍ଚିତ। ତତ୍ ସହିତ ମୋ ମଝିଆଁ ଦାଦାଙ୍କର ପ୍ରେରଣା ଏବଂ ବଡ଼ ଖୁଡିଙ୍କର ଅଭିପ୍ରେରଣା ମୋ ନିଜକୁ ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଅଗ୍ରସର କରିଥିଲା।
୪-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ- ପ୍ରଥମତଃ ମୋର ସାହିତ୍ୟ ଅଧ୍ୟୟନ କେବଳ ମୋ ପଢା ବହିରେ ହିଁ ସୀମିତ ଥିଲା। ବହିର ପ୍ରତିଟି ପ୍ରସଙ୍ଗର ସବୁ ଧାଡ଼ି ମତେ ଆକର୍ଷିତ କରୁଥିଲେ। କିନ୍ତୁ ଯେତେବେଳେ ଦଶମ ଶ୍ରେଣୀର ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ନାୟକଙ୍କ ଦ୍ଵାରା ରଚିତ ‘ ଗ୍ରାମପଥ ‘ କବିତାଟି ପଢିଲି ଯେମିତି ସମ୍ମୋହିତ ହେଇଗଲି ମୁଁ। ଗାଉଁଲି ପରିବେଶ କୁ ନେଇ ଲେଖା ଯାଇଥିବା ଲେଖା ଗୁଡିକ ବହୁତ୍ ଆକର୍ଷିତ କରନ୍ତି ମତେ,,,ଆଉ ଫକୀରମୋହନଙ୍କ ଲେଖା ସବୁଠୁ ବେଶୀ!!!ଶ୍ରୀଯୁକ୍ତ ସେନାପତିଙ୍କର ପ୍ରତି ଲେଖାରେ ଦର୍ଶନଶାସ୍ତ୍ର କୁ ଅନୁଭବ କରି ହୁଏ। ସେଥିପାଇଁ ବୋଧେ ମୋର ଆଦର୍ଶ ହୋଇ ଆସିଛନ୍ତି ବ୍ୟାସକବି ଫକୀରମୋହନ ସେନାପତି।
୫-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ -ମୁଁ ଲେଖିଥିବା ଖୁବ୍ ଅଳ୍ପ ଲେଖା ମଧ୍ୟରେ ରହିଛି ଅଳ୍ପ କେତୋଟି ଗଳ୍ପ,କିଛି କବିତା ଓ ହାତଗଣତି କେତୋଟି ପ୍ରବନ୍ଧ।ସେଥି ମଧ୍ୟରେ କବିତା ରେ ନିଜକୁ ଅଧିକ ବ୍ୟକ୍ତ କରିପାରେ ବୋଲି ଭାବେ ମୁଁ। କାରଣ କବିତା ଏକ ପ୍ରବାହମାନ ସାହିତ୍ୟର ନଦୀ,,,,ସେଥିରେ ନିଜର ଡଙ୍ଗା ଭସାଇ ସେଇ ଡଙ୍ଗାରେ ବସି ଭାସି ଗଲେ ବ୍ୟସ୍ତବହୁଳ ଜୀବନରେ ବି ଚରମ ତୃପ୍ତି ମିଳେ ।
୬-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ – ଗଳ୍ପ ହେଉ ବା କବିତା ହେଉ ଅତି ଦୀର୍ଘ ହେଲେ ବା ସଠିକ୍ ବୋଧଗମ୍ୟ ନହେଲେ ପାଠକର ରୁଚି କମି ଯାଇଥାଏ।ଏହା ସହିତ ଲେଖା ଗୁଡ଼ିକ ଅତିରଞ୍ଜିତ ମଧ୍ୟ ନହେବା ଆବଶ୍ୟକ।
୭-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉ – ଗଳ୍ପ ହେଉ ବା କବିତା,,,ଉଭୟରେ ପ୍ରତିଫଳିତ ହୁଏ ଆଜିର ସମାଜର,ଆମ ନିଜର ଅଥବା ପ୍ରୀୟଜନଙ୍କର ଜୀବନର ଅଥବା କିଛି ପରିକଳ୍ପିତ ଘଟଣା ଦୁର୍ଘଟଣା। କବିତାଟି ନାତିଦୀର୍ଘ ହୋଇଥିବା କାରଣରୁ ଖୁବ୍ କମ୍ ସମୟରେ ପାଠକ ନିକଟରେ ଆମର ଭାବନା ପହଞ୍ଚାଇ ପାରେ ମାତ୍ର ଗଳ୍ପ କିଛି ଅଧିକ ସମୟ ନିଏ।କବିତା ପାଠକଟିକୁ ନିଜ ଭିତରେ ହଜାଇ ଦେଉଥିବା ବେଳେ ଗଳ୍ପ ନିଜର ପାଠକକୁ ନିଜ ସହ ମଜ୍ଜାଇ ରଖେ।
୮-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ – ଗଳ୍ପ ଆଉ କବିତାର ଚରିତ୍ର ଚିତ୍ରଣରେ ପାର୍ଥକ୍ୟ ରହିଛି ନିଶ୍ଚିତ।ଗଳ୍ପ ଆମକୁ ଗାଳ୍ପିକଙ୍କର କଳ୍ପନା ତଥା ବର୍ଣ୍ଣିତ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥାଏ ଯେଉଁଠିକି କବିତାରେ କୌଣସି ନିର୍ଦ୍ଦିଷ୍ଟ ଆରମ୍ଭ ନ ଥାଇ ମଧ୍ୟ ବିଭିନ୍ନ ଅଳଙ୍କାରରେ ଅଳଙ୍କୃତ ହୋଇ ଶେଷ ଆଡ଼କୁ ଏହା କୌଣସି ଏକ ରସରେ ରଙ୍ଗୀନ ହୋଇଥାଏ।ଯେତେବେଳେ ମୁଁ କୌଣସି ଗଳ୍ପ ବା କବିତାର ଚରିତ୍ର ଚିତ୍ରଣ କରେ ନିଜକୁ ସେହି ଚରିତ୍ରରେ ରଖି କରେ।ତେଣୁକରି ଚରିତ୍ର ଗୁଡ଼ିକ ମୁଁ ମୟ ଲାଗେ ସବୁବେଳେ😄
୯-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ – ତତ୍କାଳୀନ ସମାଜର ଚାଲି ଚଳଣୀକୁ ନେଇ ସାହିତ୍ୟ ଋଦ୍ଧିମନ୍ତ ହୁଏ। ଉତ୍ତର ଆଧୁନିକତା ସାହିତ୍ୟକୁ କିଛି କ୍ଷେତ୍ରରେ ଅଧିକ ରଙ୍ଗୀନ କରିଛି। ଆଧୁନିକତା ଗ୍ରହଣୀୟ ମାତ୍ର ଉଲଗ୍ନତା ନୁହେଁ। ବର୍ତ୍ତମାନ ଉତ୍ତର ଆଧୁନିକ ଯୁଗରେ ସାହିତ୍ୟକୃତି ଶସ୍ତା ହୋଇଗଲାଣି ବୋଲି ଅନୁମେୟ ହୁଏ।ଯାହାର ଶ୍ରେୟ ଯାଏ ସୋସିଆଲ ମିଡିଆ କୁ। କାରଣ ଏଠାରେ ସମସ୍ତେ ନିଜ ନିଜ ଇଚ୍ଛା ମୁତାବକ ଯାହା ମନ ତାହା ଲେଖି କେତେଗୁଡ଼ିଏ ଶବ୍ଦ ଏପରିକି ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ଵଙ୍କର କାବ୍ୟ-କବିତା ଗୁଡ଼ିକୁ ମଧ୍ୟ ଅପଭ୍ରଂଶ କରି ଦେଉଛନ୍ତି। ଯାହା ଫଳରେ ପରପୀଢ଼ି ଉପରେ ଏହାର କୁ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
୧୦-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ – ପୂର୍ବ କାଳରେ କରାଯାଉଥିବା ଭାଷା ପ୍ରୀତି ଆନ୍ଦୋଳନରେ ଲେଖକ ଲେଖିକା ମାନଙ୍କର ଭାଷା ପ୍ରତି ପ୍ରୀତି ସ୍ପଷ୍ଟ ଅନୁମେୟ ହୁଏ।ବର୍ତ୍ତମାନ ସମୟରେ ଦେଖା ଯାଉଛି ସାହିତ୍ୟ ନାଁରେ ବେପାର ଚାଲିଛି,,,କିଛି ଟଙ୍କା ପଇସା ବିନିମୟରେ ଲୋକ ଦେଖାଣିଆ ସମ୍ମାନର ଅଧିକାରୀ ମଧ୍ୟ ହେଉଛନ୍ତି କିଛି ଲୋକ।ଲାଗୁଛି ଯେମିତି ସାହିତ୍ୟକୁ ଢାଲ କରି ଲୋକେ ତାଙ୍କର କୁତ୍ସିତ ଇଚ୍ଛା ସାଧନ କରୁଛନ୍ତି ଯାହାକି ମାଙ୍କଡ ହାତରେ ଶାଳଗ୍ରାମ ସଦୃଶ।ଏହି ଜିନିଷ ଗୁଡ଼ିକ ହେବା ଦ୍ଵାରା ଭାଷା ପ୍ରତି ପ୍ରୀତି କମି ଯାଇ ଏହାର ଶିଥିଳତା ପରିଦୃଷ୍ଟ ହେଉଛି।
୧୧-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ – ପାଠକ ଲେଖାଟିକୁ ପସନ୍ଦ କରି ପ୍ରଶଂସା ଟିକେ କରିଦେଲେ ଲେଖକଟିର ଆଉ କଣ ବା ଲୋଡା!!!ଯେତେବେଳେ ମୁଁ ଦଶମ ଶ୍ରେଣୀର ଛାତ୍ରୀ ଆମ ବ୍ଲକ ରୁ ପ୍ରତି ବିଦ୍ୟାଳୟକୁ ଆସିଥିଲା ପ୍ରବନ୍ଧ ଲିଖନ ନିମନ୍ତେ ଚିଠି।ପ୍ରସଙ୍ଗ ” ଓଡ଼ିଆ ସାହିତ୍ୟକୁ ବାଙ୍କୀର ଅବଦାନ “।ଶିକ୍ଷକ ଏବଂ ମୋ ଦାଦାଙ୍କ ସହାୟତାରେ ପ୍ରସ୍ତୁତି ତ କରିନେଲି।ହେଲେ ଘରୁ ମୁଁ ଭାବିଥାଏ ମୁଁ କିଛି ହେବିନି। ସେଠି ଯାଇ ପ୍ରତିଯୋଗୀ ମାନଙ୍କୁ ଦେଖି ଏ ଭାବନା ମୋର ଦୃଢୀଭୂତ ହୋଇ ବି ଗଲା,,,କାରଣ ପିଲାମାନେ ସବୁ ଏତେ ମୋଟା ମୋଟା ବହି ଧରି ପଢ଼ୁଥାନ୍ତି। ପ୍ରତିଯୋଗୀତା ସରି ଫଳ ବାହାରିଲା ବେଳକୁ ମୋ ନାଁ ପ୍ରଥମରେ ଥିଲା।ଯାହାକି ମତେ ବହୁତ୍ ଖୁସି ଦେଇଥିଲା।
୧୨- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ – ଦିନ ଥିଲା ଓଡ଼ିଆ ଭାଷାକୁ ବିଦେଶରେ ଅଣଦେଖା କରାଯାଇ ଅପମାନିତ କରା ଯାଉଥିଲା। ମାତ୍ର ଏବେ ଓଡ଼ିଆ ଏକ ସରକାରୀ କାର୍ଯ୍ୟାଳୟର ଭାଷା। ଯାହା କେବଳ ସମ୍ଭବପର ହୋଇଛି ଜଗତୀକରଣ ଓ ବିଶ୍ୱାୟନ ପ୍ରକ୍ରିୟା ଦ୍ଵାରା। ଆଉ ମଧ୍ୟ ବିଦେଶୀ ଲେଖକ/କବି ମାନେ ଏବେ ଓଡ଼ିଆ ଲେଖା ପ୍ରତି ଆଗ୍ରହୀ ହେବା ନଜର ଆସୁଛି।
୧୩-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉ – ବ୍ୟୟବହୁଳ ଜୀବନରେ ଆଜିକାଲି ପ୍ରାୟତଃ ସମସ୍ତେ ଅଳ୍ପ ସମୟରେ ବହୁତ୍ କିଛି କରିବାର ଇଚ୍ଛା ରଖୁଛନ୍ତି। ତେଣୁ ପାଠକ ଏବେ ବୃହତ୍ ଗଳ୍ପ ଅପେକ୍ଷା କ୍ଷୁଦ୍ର ଗଳ୍ପକୁ ବେଶୀ ଆପଣେଇ ନେଉଛନ୍ତି ବୋଲି ମୁଁ ଭାବୁଛି।
୧୪- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ – ଆମେ ଓଡ଼ିଆ,,,ଆମ ମାତୃଭାଷା ଓଡ଼ିଆ। ଓଡ଼ିଆ ସାହିତ୍ୟ ହିଁ ସମାଜରେ ଆମ ସଂସ୍କୃତି ଓ ପରମ୍ପରାକୁ ପରିବେଷଣ କରିବାର ସର୍ବୋତ୍କୃଷ୍ଟ ମାଧ୍ୟମ। ମୂର୍ତ୍ତୀଟିଏ ଭଲ ଅବା ଖରାପ ହେଲେ ଶ୍ରେୟ ଯାଏ କାରିଗର ନିକଟକୁ। ଏଣୁ ସାହିତ୍ୟିକ ମାନେ ସାମାଜିକ ସଂସ୍କାର ପ୍ରତି ଯେତେ ଅଙ୍ଗୀକାରବଦ୍ଧ ହେବେ ସମାଜ ସେତେ ମାର୍ଜିତ ହୋଇ ଚାଲିବ।
୧୫-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉ – ସାହିତ୍ୟ ସାଧନା ହେଲେ ସାହିତ୍ୟାକୃତି ହେଉଛି ତପସ୍ୟା।ତପସ୍ୟା ଭଙ୍ଗ ହେଲେ ବା ଭଲ ଫଳ ନ ମିଳିଲେ ବିଚଳିତ ଲାଗିବା ସ୍ଵାଭାବିକ। ସେ ମୁହୂର୍ତ୍ତ ଗୁଡ଼ିକ ଭାରି ବିରକ୍ତିକର ଲାଗେ,,,ଇଚ୍ଛା ହୁଏ ଲେଖିଥିବା ଫର୍ଦ୍ଦଟିକୁ ଚିରି ଟିକିଟିକି କରିଦେବାକୁ।କିନ୍ତୁ ଭୁଲ ହେଲେ ସଂଶୋଧନ ହୁଏ ଏବଂ ସଂଶୋଧନ ହେବା ଦ୍ଵାରା ଲେଖା ଆହୁରି ଶାଣିତ ହୁଏ। ଏହି ନ୍ୟାୟରେ ମୁଁ ଭୁଲ ହୋଇଥିବା କବିତାର ଫର୍ଦ୍ଦ ନ ଚିରି କିଛି ଶବ୍ଦ ଅଳଙ୍କାର ଦେଇ ତାକୁ ପୁଣି ଥରେ ସଜେଇବାକୁ ଚେଷ୍ଟା କରେ।
୧୬-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ – ନିଶ୍ଚିତ ରୂପେ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ।କାରଣ ଯେତେବେଳେ ମୁଁ ମୋ ଲେଖାର ଚରିତ୍ରରେ ସ୍ଥାନିତ ହୋଇଯିବି ସେତେବେଳେ ଅକ୍ଲେଶରେ ସେଇ ଚିତ୍ରଣ ଟି ଅତି ପରିଷ୍କାର ହୋଇ ଉଠିବ।ଆଉ ମାନେ ନାହିଁ ଯେ ଜଣେ ବୟସ୍କ ବ୍ୟକ୍ତି ହିଁ ଅଧିକ ଅନୁଭବୀ ଏବଂ ଅନୁଭୂତି ସମ୍ପର୍ଣ୍ଣ ହୋଇଥିବେ।କାରଣ ଯିଏ ଯେତେ ବେଶୀ ଅନୁସନ୍ଧାନ କରି ପାରିବେ ସିଏ ସେତେ ବେଶୀ ଦୁନିଆକୁ ଜାଣି ପାରିବେ।
୧୭- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ – ନିଜକୁ ସେତିକି ପ୍ରତିଭାବାନ ବୋଲି ଭାବି ପାରେନି ମୁଁ।ମୋ ଭଳି ଜଣେ ପ୍ରାରମ୍ଭିକ ଲେଖିକା କୁ ଏଭଳି ଏକ ପ୍ରତିଷ୍ଠାନରେ ଭାଗ ନେବାକୁ ସୁଯୋଗ ମିଳି ଥିବାରୁ ଗର୍ବିତ ଅନୁଭବ କରୁଛି।
୧୮.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ – ଆଜିର ସମୟରେ ପତ୍ରିକାର ପ୍ରତିଷ୍ଠାତାଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ତଥା କିଛି ପଇସା ପ୍ରତିବଦଳରେ ପ୍ରତିଯୋଗୀ ହେବା ଏବଂ ପୁରସ୍କାର ଜିତିବା ଅତି ସାଧାରଣ ଘଟଣା ପାଲଟି ଗଲାଣି।ମାତ୍ର ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସୁନ୍ଦରତା, ଟଙ୍କା- ପଇସା ଇତ୍ୟାଦିର ଉର୍ଦ୍ଧ୍ବରେ ରହି ଲେଖାର ଗୁଣବତ୍ତା କୁ ମାନ କରି ପ୍ରତିଯୋଗିତାଟି ଅନୁଷ୍ଠିତ କରୁଥିବାରୁ ଭାଗ ନେବା ପାଇଁ ଆଗ୍ରହୀ ହେଲି।
୧୯-ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉ – ଫେସବୁକରେ ମନୋଜ ସାରଙ୍କ ସହିତ ପରିଚୟ ପରେ ସୂର୍ଯ୍ୟୋଦୟ ପରିବାର ସହିତ ସଂପୃକ୍ତି ସମ୍ଭବ ହୋଇପାରିଲା। ମଣିଷ ଜୀବନ ତ’ ସର୍ବଦା ବ୍ୟସ୍ତତାରେ ବିକ୍ଷିପ୍ତ। ମାତ୍ର ସବୁ ଜିନିଷରେ ସାହିତ୍ୟ ଓ ଦର୍ଶନ ପରିଲକ୍ଷିତ ହୁଏ। ସାହିତ୍ୟ ପୁଣି ଆବଶ୍ୟକ ହୁଏ ଚିନ୍ତା କୁ ହାଲକା କରି ଚେତନାକୁ ପୁନଃ ଜାଗ୍ରତ କରିବା ନିମନ୍ତେ😊
୨୦-ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉ – ସାହିତ୍ୟ ଓ ଜୀବନ ଦର୍ଶନ ପରସ୍ପର ପରିପୂରକ। ବିନା ସାହିତ୍ୟରେ ଦର୍ଶନର ମୂଲ୍ୟ କାହିଁ!!!ବର୍ତ୍ତମାନ ସାହିତ୍ୟ ବହୁ ପ୍ରକାରେ ଅପଭ୍ରଂଶ ହୋଇଗଲାଣି। ଏହି ସାହିତ୍ୟର ପୁନଃ ଉଦ୍ଧାର ଏକାନ୍ତ ଆବଶ୍ୟକ।ଏଥି ନିମନ୍ତେ ପ୍ରୟାସ ଜାରୀ ରଖିବାକୁ ଇଚ୍ଛା ଅଛି। ଯେଉଁଥିପାଇଁ ସୂର୍ଯ୍ୟୋଦୟ ପରିବାର ମୋ ସହିତ ରହିବେ ବୋଲି ମୋର ଆଶା ଏବଂ ବିଶ୍ୱାସ।
ସ୍ନେହର ଶୁଭଶ୍ରୀ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ସାକ୍ଷାତକାରେ ଆପଣଙ୍କ ମତାମତ ପଢି ଖୁସି ହେଲି।ଅପଭ୍ରଂଶ ସାହିତ୍ୟର ପୁନଃ ଉଦ୍ଧାର ପାଇଁ ଆପଣଙ୍କ ପ୍ରୟାସ ଜାରି ରଖିଛନ୍ତି ।ଏହି ପ୍ରୟାସ ଦିନେ ସଫଳତାର ଶୀର୍ଷ ସ୍ପର୍ଶ କରିବ ଏଥିପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।
ଧନ୍ୟବାଦ ଦିଦି
ଅତି ସୁନ୍ଦର
ହୃଦୟର ଗଭୀରତମ ପ୍ରଦେଶରୁ ଅଶେଷ ଧନ୍ୟବାଦ ଆଜ୍ଞା
ବହୁତ ସୁନ୍ଦର ଉପସ୍ଥାପନା …ଭଗବାନ ତତେ ଆଶୀର୍ବାଦ ଦିଅନ୍ତୁ ତୁ ଏମତି ଆଗକୁ ବଢିଚାଲେ, ସାହିତ୍ୟ ଜଗତରେ ନିଜର ପରିଚୟ ସୃଷ୍ଟି କରିପାରେ… ବହୁତ ବହୁତ ଅଭିନନ୍ଦନ ଓ ଶୁଭକାମନା
ବହୁତ ବହୁତ ଧନ୍ୟବାଦ ପ୍ରେରଣା ଆଉ ସମର୍ଥନ ପାଇଁ ଦିଦିଆଶୀର୍ବାଦ ଏମିତି ଥାଉ
କୁହନ୍ତି ଭାଷା ଦ୍ୱାରା ଆପଣ ବହୁ ଯୁଦ୍ଧ ବିନା ସଙ୍ଘଶ୍ର ରେ ଜିତି ପାରିବେ, ଆପଣଙ୍କ ଦ୍ୱାରା ପରିଭାଷିତ ଉଚ୍ଚକୋଟୀର ଲେଖା ଏହିଭଳି ସମସ୍ତଙ୍କ ମନରେ ରହିଥାଉ, ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା. ଆପଣଙ୍କର ଏହିପରି ସୁନ୍ଦର ଲେଖା ଏବଂ କବିତା ସେହି ଯୁବଗୋଷ୍ଠୀ ମାନଙ୍କ ପାଇଁ ପ୍ରେରଣା ହେଉ ଯେଉଁ ମାନେ ଆମର ମାତୃଭାଷା ଠାରୁ ଦୁରେଇ ଯାଇ ପାଶ୍ଚାତ୍ୟ ସଂସ୍କୃତି ଏବଂ ଭାଷା କୁ ଆପଣାଉଛନ୍ତି.
ଦିଦି ଆଗେଇ ଚାଲନ୍ତୁ,
ସାହିତ୍ୟର ତଥା ସାହିତ୍ୟିକର ସାମାଜିକ ପ୍ରତିବଦ୍ଧତା ଖୁବ୍ ଶୀଘ୍ର ଉପଲବ୍ଧି କରି ନିଜକୁ ଅଧିକ ତୀକ୍ଷ୍ଣ, ସୂକ୍ଷ୍ମ କରିବା ସହ ସେ ଦିଗରେ ବିଶେଷ ଆଗ୍ରହ ଆପଣଙ୍କ ଅନ୍ତର୍ଦୃଷ୍ଟିରେ ଦାନା ବାନ୍ଧୁ ଏତିକି ଅଳୀ।
ଅଶେଷ ଧନ୍ୟବାଦ
ସାହିତ୍ୟ ପ୍ରତି ଥିବା ସମ୍ମାନ ଓ ଭଲପାଇବା ଏମିତି ଚିରଦିନ ଆପଣଙ୍କ ହୃଦୟ ରେ ରହୁ ଏବଂ ଏମିତି ସୁନ୍ଦର କବିତା , ଗଳ୍ପ ଓ ପ୍ରବନ୍ଧ କୁ ପରିବେଷଣ କରିବାରେ ଭଗବାନ ଆପଣଙ୍କୁ ପ୍ରତିଟି ମୁହୂର୍ତ୍ତ ରେ ସାହସ ଓ ଶକ୍ତି ଦିଅନ୍ତୁ
ବହୁତ ବହୁତ ଧନ୍ୟବାଦ ଦିବ୍ୟ
ସାହିତ୍ୟ ରଥରେ ଅଗ୍ରସର ହୁଅ।
ଧନ୍ୟବାଦ ଅଶ୍ଵିନୀ
ଆଜିର ଏହି ମଦର୍ଣ୍ଣ ସଭ୍ୟତାରେ ସମସ୍ତେ ପାଶ୍ଚାତ୍ୟ ସଭ୍ୟତା ଆଡକୁ ଢଳି ପଡ଼ିବାରେ ଲାଗିଛନ୍ତି କିନ୍ତୁ ତୁମ ଭଳି ଜଣେ ଅନନ୍ୟ ପ୍ରତିଭା ର ଓଡ଼ିଆ ଭାଷା ର ସାହିତ୍ୟ ପ୍ରତି ମୋହ,ସ୍ନେହ, ଶ୍ରଦ୍ଧା ଦେଖି ବହୁତ୍ ଖୁସି ଲାଗୁଛି। ସେହି ଓଡ଼ିଆ ଭାଷା ଦିନେ ତୁମକୁ ସେହି ଭଲ ପାଇବା ଆଉ ସେବା ର ଫଳ ଦେବ। ଶ୍ରୀ ହନୁମାନ ଙ୍କ ପାଖେ ମୋର ପ୍ରାର୍ଥନା ତୁମେ ସେହି ସଫଳତା ରାସ୍ତାର ପଥିକ ବହୁତ୍ ଶୀଘ୍ର ବନି ଯାଅ।
ଭାଇ ପ୍ରଣାମ ବହୁତ ବହୁତ ଧନ୍ୟବାଦ ଶ୍ରଦ୍ଧା ପାଇଁ
ଅତି ସୁନ୍ଦର ଲେଖା, ଏମିତି ଲେଖା ଜାରି ରହୁ, ଜୟ ଜଗନ୍ନାଥ l
ଓଡିଆ, ଓଡିଶା ଆମ ଭାଷା.. ଆମେ କହିବା, ଲେଖିବା, ପଢିବା, ଗାଇବା, ଟାଇପ କରିବା……
ବିଭିନ୍ନତା ରେ ଏକତା।
ଭାଷା, କଳା,ସଂସ୍କୃତି,ସାହିତ୍ୟ,ପରମ୍ପରାରେ ସମ୍ବୃଦ୍ଧ ମାେ,ଓଡ଼ିଶା।ପୂର୍ବ,ପଶ୍ଚିମ,ଉତ୍ତର,ଦକ୍ଷିଣ ( ଓଡ଼ିଶା) ସବୁରି ଏକକ ଜାତୀୟ ପରିଚୟ ଆମେଓଡ଼ିଆ ଆମ ଭାଷା ଓଡ଼ିଆ।ଆମ ସମସ୍ତଙ୍କର ଗୋଟିଏ ଠାକୁର୍ ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ,ଆମେ ଏକ ଆଉ ଅଭିନ୍ନ ହୋଇ ରହିବା ଆଉ ଓଡ଼ିଆଜାତି ର ଗୁଣ ଗାନ୍ କରିବା।
ବହୁତ ବହୁତ ଧନ୍ୟବାଦ ଭାଇ ଅଶେଷ ସ୍ନେହ ପାଇଁ
ଲେଖା ଜାରି ରହୁ ଅପାଙ୍କର
ଧନ୍ୟବାଦ ଭାଇଆଶୀର୍ବାଦ ରହିଥାଉ
ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସଦା ସର୍ବଦା ତୁମ ଉପରେ ଥାଉ।ତୁମ ଲେଖନୀର ପ୍ରତିଟି ଶବ୍ଦ ଏମିତି ଭରିଦେଉଥାଉ ସଭିଙ୍କ ମନରେ ଖୁସି ଆଉ ଆନନ୍ଦ।ସାହିତ୍ୟ ଜଗତର ଯୁବ ସମାଜ ପାଇଁ ଆଣିଦିଅ ନୂତନ ବାର୍ତ୍ତା ❤
ତୋ ସୃଜନଶୀଳତା ଆହୁରି ଶାଣିତ, ମାର୍ଜିତ,ସମର୍ପିତ ହେଉ।ତୋ ଭିତରେ ଆମେ ବଡ଼ ସମ୍ଭାବନାକୁ ଦେଖିପାରୁଚୁ।ଆଗେଇ ଯା
ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ଉପରେ ଥାଉ।ଏମିତି ସୁନ୍ଦର ଲେଖା ସମାଜକୁ ମିଳୁଥାଉ।ତୁମ ଲେଖନୀର ପ୍ରତିଟି ଶବ୍ଦ ଏମିତି ପାଠକଙ୍କ ମୁଖରେ ଖୁସି ଆଣିଦେଉ।
ଦିଦି ପ୍ରଣାମଅଶେଷ ଧନ୍ୟବାଦ
ଲେଖା ଲେଖି ଜାରି ରହୁ । ସଫଳ ସାହିତ୍ୟ ର ସ୍ରଷ୍ଟା ,ତୁମ ଲେଖନୀ ର ସୃଜନାତ୍ମକ ରଚନା ସାହିତ୍ୟରେ ଭରି ରହୁ
ଆଶୀର୍ବାଦ ରହିଥାଉ ଭାଇହୃଦୟରୁ ଧନ୍ୟବାଦ
ଆଜିର ଏହି ମଦର୍ଣ୍ଣ ସଭ୍ୟତାରେ ସମସ୍ତେ ପାଶ୍ଚାତ୍ୟ ସଭ୍ୟତା ଆଡକୁ ଢଳି ପଡ଼ିବାରେ ଲାଗିଛନ୍ତି କିନ୍ତୁ ତୁମ ଭଳି ଜଣେ ଅନନ୍ୟ ପ୍ରତିଭା ର ଓଡ଼ିଆ ଭାଷା ର ସାହିତ୍ୟ ପ୍ରତି ମୋହ,ସ୍ନେହ, ଶ୍ରଦ୍ଧା ଦେଖି ବହୁତ୍ ଖୁସି ଲାଗୁଛି। ସେହି ଓଡ଼ିଆ ଭାଷା ଦିନେ ତୁମକୁ ସେହି ଭଲ ପାଇବା ଆଉ ସେବା ର ଫଳ ଦେବ। ଶ୍ରୀ ହନୁମାନ ଙ୍କ ପାଖେ ମୋର ପ୍ରାର୍ଥନା ତୁମେ ସେହି ସଫଳତା ରାସ୍ତାର ପଥିକ ବହୁତ୍ ଶୀଘ୍ର ବନି ଯାଅ।
ଆଜି ର ଏହି ଅତ୍ୟାଧୁନିକ ଯୁଗ ରେ ତୁମର ସାହିତ୍ୟ ପ୍ରତି ଥିବା ନିବିଡ଼ତା କୁ ଦେଖି ବହୁତ ଖୁସି ଦିଦି…ବହୁତ ଆଗକୁ ଯାଓ ଜଗନ୍ନାଥ ଙ୍କ ନିକଟରେ ଏତିକି ପ୍ରାର୍ଥନା ……ଏହିପରି ସମସ୍ତଙ୍କୁ ଗର୍ବିତ କରୁଥାଓ।।।
ଆଶୀର୍ବାଦ ରହିଥାଉ ଭାଇହୃଦୟରୁ ଧନ୍ୟବାଦ
ସ୍ନେହଁ ନବୁ ଝିଅ