April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with budding bard Snehalata Nanda, hails from Bhadrak, district of Odisha for SLF Literary Youth Icon Award contest-. 2023

Lets talk with budding bard Snehalata Nanda, hails from Bhadrak, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ସ୍ନେହଲତା ନନ୍ଦ
ପିତାଙ୍କ ନାମ– ବସନ୍ତ କୁମାର ନନ୍ଦ
ମାତାଙ୍କ ନାମ– ସତ୍ୟଭାମା ନନ୍ଦ
ଜନ୍ମ ତାରିଖ୧୨.୦୪.୨୦୦୩
ଘର ଠିକଣା– ବାରଭାଗ ଶାସନ,ଇଚ୍ଛାପୁର
ଜିଲ୍ଲା– ଭଦ୍ରକ
ଶିକ୍ଷାଗତ ଯୋଗ୍ୟତା- ସ୍ନାତକ ଦ୍ୱିତୀୟ ବର୍ଷ ଅଧ୍ୟୟନରତ,ଦର୍ଶନଶାସ୍ତ୍ର,ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟ
ଇ-ମେଇଲ୍ ଠିକଣା- [email protected]
ମୁଖପୁସ୍ତିକା /Facebook ଠିକଣା:: https://www.facebook.com/profile.php?id=100070917245159

ସ୍ନେହର ସ୍ନେହଲତା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉତ୍ତର:- ଶୁଣିଛି କୁହନ୍ତି ବାପମାଆଙ୍କ ଗୁଣ କିଛି ମାତ୍ରାରେ ତାଙ୍କ ପିଲାମାନଙ୍କ ପାଖରେ ପରିଲକ୍ଷିତ ହୋଇଥାଏ। ଏଇଟା ବାସ୍ତବରେ ମଧ୍ୟ ସତ୍ୟ! ମୋ ବାପା ମଧ୍ୟ ତାଙ୍କ ଛାତ୍ର ଜୀବନରେ ବହୁତ କବିତା,ଗଳ୍ପ,ଏକାଙ୍କିକା ଲେଖିଥିଲେ ତେଣୁ ମୁଁ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୋର ଦ୍ୱାଦଶ ଶିକ୍ଷା ଶେଷ କଲା ପରେ ପରେ ଲେଖିବା ଆରମ୍ଭ କରିଥିଲି, ଆଉ ଆଗକୁ ମଧ୍ୟ ଏମିତି ସୁନ୍ଦର ସୁନ୍ଦର କବିତା,ଗଳ୍ପ,ପ୍ରବନ୍ଧ ଲେଖି ମୋର  ଜୀବନ କୁ ସରସ ସୁନ୍ଦର କରିବା ନିମିତ୍ତ ଚେଷ୍ଟା କରିବି।।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉତ୍ତର:- ସତ କଥା କହିବାକୁ ଗଲେ ମୁଁ  ପ୍ରଥମେ କେବଳ ହିନ୍ଦୀ ଓ ଇଂରାଜୀ ଭାଷାରେ ଏକପଦୀ ଲେଖୁଥିଲି ତା ପରେ ଧୀରେ ଧୀରେ କବିତା,ଗଳ୍ପ ଲେଖିବାର ପ୍ରଚେଷ୍ଟା ଆରମ୍ଭ କଲି। ଏବେ ମୁଁ ମୋର ସ୍ନାତକ ଶିକ୍ଷା ଗ୍ରହଣ କରୁଅଛି ତତ୍ ସହିତ ସାହିତ୍ୟକୁ ନେଇ ନୂତନ ସାହିତ୍ୟ-ସମାଜ ଗଢିବାରେ ମନବଳାଇଛି।। ପାଠ ପଢା ତ ଜାରି ରହିଛି ତାରି ଭିତରେ ଅବସର ସମୟରେ ସାହିତ୍ୟ ରଚନା ଜାରି ରଖିଛି।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

ଉତ୍ତର:- କେବେ ଭାବି ନ ଥିଲି ମୁଁ ବି ଦିନେ ଲେଖା ଲେଖି କରିବି। ଆଜି ବି ମୁଁ ନିଜେ ନିଜର ଲେଖା ପଢି ନିଜକୁ ପ୍ରଶ୍ନ କରେ “କଣ ସତରେ ମୁଁ ଲେଖିଛି” !! ଯଦି ଆଜି ମୁଁ ଏଇ ସାହିତ୍ୟ ଜୀବନର ରାସ୍ତାରେ ପାଦ ଦେଇଛି  ତେବେ ମୋର ବାପା ଶ୍ରୀଯୁକ୍ତ ବସନ୍ତ କୁମାର ନନ୍ଦ ଏବଂ ମୋର ଆଦର୍ଶ ଶିକ୍ଷକଙ୍କ ଚନ୍ଦ୍ରକାନ୍ତ ପହି ସାର୍ ଙ୍କ ପାଇଁ। ଉଭୟ ଜଣେ ଜଣେ ଭଲ ଲେଖକ ଅଟନ୍ତି, ଉଭୟଙ୍କ ଶିକ୍ଷା ରେ ଶିକ୍ଷିତ, ଦୀକ୍ଷା ରେ ଦୀକ୍ଷିତ ତଥା ପ୍ରେରଣା ରେ ଅନୁପ୍ରାଣିତ ହୋଇ ଲେଖିବା ଆରମ୍ଭ କରିଛି ସେଥିପାଇଁ ମୁଁ ସବୁବେଳେ ସେମାନଙ୍କ ପାଖରେ ସଦା ଚିରକୃତଜ୍ଞ ରହିବି। ପରିବାର କଥା କହିଲେ ପ୍ରଥମେ କେହି ଜାଣି ନ ଥିଲେ ମୁଁ ଲେଖା ଲେଖି କିଛି କରୁଛି ବୋଲି। ଯେବେ ମୋ ନିଜସ୍ଵ ଲେଖା ଖବରକାଗଜ ଆଉ ବହିରେ ଦେଖିଲେ ଆଉ ପଢିଲେ…ଖୁବ ଖୁସି ହେଲେ ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଲେ।।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

ଉତ୍ତର:- ମୁଁ ନୂଆ ନୂଆ ଲେଖିବା ଆରମ୍ଭ କରିଛି। ପିଲାବେଳୁ ଓଡ଼ିଆରେ ଦୁର୍ବଳ, ହେଲେ ଏବେ ଏଇ ଓଡ଼ିଆ ହିଁ ମୋର ପରିଚୟ ର ଆଧାର ପାଲଟିଛି। ଦେଖିବାକୁ ଗଲେ ଏମିତି କେଉଁ ସାହିତ୍ୟିକଙ୍କ ଲେଖା ଅଧିକ ପଢିନାହିଁ କି କେଉଁ ସାହିତ୍ୟିକଙ୍କ ବିଷୟରେ ଅଧିକ ଅବଗତ ନାହିଁ। କିନ୍ତୁ ହିନ୍ଦୀ ସାହିତ୍ୟ ମୋର ଅଧିକ ପ୍ରିୟ ଆଉ ନିକଟତର ମଧ୍ୟ। ମୋତେ ସନ୍ଥ କବୀର ଦାସ ଙ୍କ ଦୋହା ବହୁତ ଆକୃଷ୍ଟ କରିଛି, ମୁଁ ଅଧିକରୁ ଅଧିକ ତାଙ୍କ ଦୋହା ହିଁ ପଢ଼ିଛି ଆଉ ମନୁ ଭଣ୍ଡାରୀ ଙ୍କ ପରି ଜଣେ ଉତ୍କୃଷ୍ଟ ରଚନାଧାରୀ ଲେଖା ମୋତେ ଆଜି ବି ସମାଜରେ ନାରୀର ସ୍ଥିତି ଓ ଅବସ୍ଥିତି  ଉପରେ ଜ୍ଞାନ ପ୍ରଦାନ କରେ।।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

ଉତ୍ତର:- କବିତା,ନାଟକ,ପ୍ରବନ୍ଧ,ଉପନ୍ୟାସ ଓ ଗଳ୍ପ ସମସ୍ତେ ସାହିତ୍ୟର ଗୋଟିଏ ଗୋଟିଏ ଅଂଶ। ମନର ଅନାଵନା ଭାବନାକୁ ଶବ୍ଦରେ ସଜେଇ କାଗଜରେ କେବଳ ଗାରେଇ ଦେଲେ ତାହା ପର୍ଯ୍ୟାପ୍ତ ନୁହେଁ, ଅନ୍ୟମାନଙ୍କ ହୃଦୟ ପାଖରେ ପହଞ୍ଚିବା ମଧ୍ୟ ଜରୁରୀ।
                 ଦେଖିବାକୁ ଗଲେ ଯେହେତୁ ମୋତେ କବିତା ଅଧିକ ପସନ୍ଦ ଓ ଗଳ୍ପ ମଧ୍ୟ ତେଣୁ କେଉଁଠି ନା କେଉଁଠି ମୁଁ ମୋ ନିଜକୁ ଅଧିକ କବିତାରେ ବ୍ୟକ୍ତ କରିଛି।।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

ଉତ୍ତର:- ଗଳ୍ପ ହେଉ ଅବା କବିତା, ଭାବନା ଥିଲେ ଲେଖିବାକୁ ଆପେ ଆପେ ଉପାୟ ମିଳିଯାଏ। ସାଧାରଣ ଭାବେ ଦେଖିବାକୁ ଗଲେ ଯେପରି “କାରଣ ବିନା ଘଟଣାର ସୃଷ୍ଟି ଅସମ୍ଭବ” ସେହିପରି କୌଣସି ବିଷୟବସ୍ତୁ ବିନା ଲେଖା ଅଧୁରା।। ତେଣୁ କିଛି ଲେଖିବା ପୂର୍ବରୁ ବିଷୟ ବସ୍ତୁ କୁ ଉପଯୁକ୍ତ ଭାବେ ବାଛିବା ଏକାନ୍ତ ଆବଶ୍ୟକ। ଉପଯୁକ୍ତ ବିଷୟ ଆଧାରରେ ଗଳ୍ପ/କବିତା ଟିକୁ ଲେଖି ସାରିବା ପରେ ବାରମ୍ବାର ଏହାକୁ ପଢି ତ୍ରୁଟି ସଂଶୋଧନ କରିନେବା ଆବଶ୍ୟକ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

ଉତ୍ତର:- କବିତା ଓ ଗଳ୍ପ ଦୁହେଁ ଅନୁଭବ ଆଉ ଅନୁଭୂତି ରୁ ସୃଷ୍ଟି ହୋଇ କାଗଜରେ ଶବ୍ଦର ଚିତ୍ର ହୋଇ ଆଙ୍କି ହୋଇ ପଡ଼ନ୍ତି। ଦୁହେଁ ମଧ୍ୟ ଜଣେ ଲେଖକର ଖୁବ ନିକଟତର। ବାକି ରହିଲା ବୈଷମ୍ୟର କବିତାରେ ଆମେ ଅଳ୍ପ ଶବ୍ଦରେ ଅନେକ କିଛି ବଖାଣି ପାରନ୍ତି ଏବଂ ଗଳ୍ପରେ ଅଧିକ ଶବ୍ଦ ମାନଙ୍କର ବ୍ୟବହାର କରାଯାଇଥାଏ।।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

ଉତ୍ତର:- ଆଜ୍ଞା, ନିଶ୍ଚିତ ପାର୍ଥକ୍ୟ ଅଛି। କବିତା ଓ ଗଳ୍ପ ଦୁହେଁ ସାହିତ୍ୟର ଗୋଟିଏ ଗୋଟିଏ ଅଂଶ ହେଲେ ସେଥିରେ ଥିବା ପ୍ରତ୍ୟେକ ଟି ଚରିତ୍ର କୁ ପ୍ରତିପାଦନ କରିବା ଭିନ୍ନ। “ସବୁ ଜିନିଷର ଗଭୀରତାକୁ ଗଲେ ହିଁ ଗାରିମା ଜଣାପଡ଼ିଥାଏ। ସମାଜର ପ୍ରତ୍ୟେକ ଟି ଜିନିଷକୁ ଅନୁଭବ କରିପାରିଲେ ହିଁ ଆମେ ଆମର ଅନୁଭୂତି କୁ ବର୍ଣ୍ଣନା କରିପାରିବା।।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

ଉତ୍ତର:- “ସାହିତ୍ୟ ସମସ୍ତଙ୍କର, ସମସ୍ତଙ୍କୁ ନେଇ ସାହିତ୍ୟ”!! ସମାଜର ଚିରାଚରିତ ଘଟଣାବଳୀ ଓ କାର୍ଯ୍ୟବଳୀ କୁ ସାହିତ୍ୟ ସାହାଯ୍ୟରେ କିଛି ପାଦ ଆଗକୁ ନେଇଯିବା ଏହା ଭବିଷ୍ୟତ ପାଇଁ ଖୁବ ସଦୁପଯୋଗୀ।।

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉତ୍ତର:- ପ୍ରତ୍ୟେକଟି ଦେଶର ନିଜର ପ୍ରମୁଖ ମାତୃଭାଷା ରହିଛି।ସମସ୍ତେ ନିଜର ମାତୃଭାଷା କୁ ସମ୍ମାନ ଓ ସ୍ନେହ ପ୍ରଦାନ କରିବା ଆବଶ୍ୟକ। ଭାଷା-ପ୍ରୀତି କାୟମ ରହିଲେ ହିଁ ଭାବ ବିନିମୟ ର ଶୈଳୀ ଉନ୍ନତମାନର ହୋଇପାରିବ ତେଣୁ ଏଥିପ୍ରତି ସମସ୍ତଙ୍କୁ ଅବଗତ କରାଇବା ଜରୁରୀ।।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉତ୍ତର:- ଏହି ଚାରିଦିନର ଜୀବନ ହେଉଛି ଗୋଟିଏ ରଙ୍ଗମଞ୍ଚ। ଆଉ ପ୍ରତ୍ୟେକଟି ଜୀବ ହେଉଛନ୍ତି ଜଣେ ଜଣେ ରଙ୍ଗୀନ କଳାକାର। ଜୀବନ ହେଉଛି ଉଭୟ ସୁଖ ଓ ଦୁଃଖର ମିଶ୍ରଣ, କେବଳ ଜୀବନରେ ସୁଖ ଚାହିଁବା ଏହା ଜରୁରୀ ନୁହେଁ। ଦୁଃଖର ମହତ୍ତ୍ୱ ମଧ୍ୟ ବହୁତ ଅଛି।
ଛୋଟ ଛୋଟ ଖୁସି କୁ ସାଉଁଟିବାରେ ଯେଉଁ ମଜା ଅଛି ସେଇଟା କେବଳ ଯେ ଅନୁଭବ କରିଛି ସେ ଜାଣିଛି। ମୋର ଜୀବନରେ ସୁଖକର ଅନୁଭୂତି କହିଲେ…ମୋର ଆଜି ବି ମନେପଡେ ଯେବେ ମୋ ଲେଖା ପ୍ରଥମଥର ବହିରେ ପ୍ରକାଶ ପାଇଥିଲା ଆଉ ସେଇ ଖୁସିରେ ଦୁଇ ଟୋପା ଲୁହ ଆଖିରୁ ବୋହି ଯାଇଥିଲା।।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉତ୍ତର:- ଯାହା ହେଇଯାଇଛି ଆଉ ଯାହା ଭବିଷ୍ୟତ ରେ ଘଟିବ ସବୁ ଆମରିମାନଙ୍କ ଉପରେ ନିର୍ଭର କରେ। ପ୍ରଥମରୁ କହି ଆସିଛି କି “ସମାଜକୁ ନେଇ ସାହିତ୍ୟ” ତେଣୁ ସମାଜର ପରିସ୍ଥିତି କୁ ନେଇ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ପର୍ଯ୍ୟବେସିତ।।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉତ୍ତର:- ଲେଖା କ୍ଷୁଦ୍ର ହେଉ ଅବା ବୃହତ ଜଣେ ପାଠକ ହୃଦୟ ପାଖରେ ପହଞ୍ଚିବା ଜରୁରୀ।। ଲେଖା ଟି କ୍ଷୁଦ୍ର ହୋଇ ଯଦି ବିନ୍ଦୁ ମଧ୍ୟରେ ସିନ୍ଧୁ ଦର୍ଶନ କରାଇବାର କ୍ଷମତା ରଖେ ତେବେ ତାହା ସମସ୍ତଙ୍କର ଆପଣାର ହୁଏ। ଠିକ ସେହିପରି କ୍ଷୁଦ୍ର ଗଳ୍ପରେ ଅଳ୍ପ ଶବ୍ଦ ବା ଧାଡି ରେ ସୁନ୍ଦର କଥାବସ୍ତୁ ର ଉପସ୍ଥାପନା କରାଯାଇଥାଏ। ଯାହାକି ପାଠକୀୟ ମହଲରେ ବେଶ ଆଦୃତି ଲାଭ କରିଥାଏ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉତ୍ତର:-ଆଜ୍ଞା ନିଶ୍ଚିତ!! ସମାଜରୁ ସାହିତ୍ୟର ସୃଷ୍ଟି। ସମାଜ ହେଉ ଅବା ସାମାଜିକ ସଂସ୍କାର, ପ୍ରତ୍ୟେକଟି ସାହିତ୍ୟିକମାନଙ୍କୁ ଏଥିପ୍ରତି ନିଷ୍ଠା ର ସହିତ ଜଡିତ ହୋଇ ରହିବା ଉଚିତ।।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର:- ଯିଏ ଶବ୍ଦମାନଙ୍କୁ ଏକ କାବ୍ୟିକ ରୂପ ଦେଇଥାଏ ସେ ହେଉଛି କବି। ପ୍ରତ୍ୟେକଟି ଜିନିଷ ଥରକରରେ ସଠିକ ହେବା ଜରୁରୀ ନୁହେଁ। ଯଦି କବିତାଟି ଭଲ ହୋଇନି ତେବେ କେଉଁଠି ନା କେଉଁଠି କିଛି ଶବ୍ଦର ଆଉ କିଛି ଭାବର ଅଭାବ ରହିଯାଇଥାଏ ଯାହା କବି କବିତା ସହ ଏକ ହେଲେ ହିଁ ଜଣାପଡ଼ିଥାଏ। 
ନିଜସ୍ୱ ଅଭିଜ୍ଞତା କହିଲେ ଯେହେତୁ ମୁଁ ନୂଆ ଲେଖୁଛି ତେଣୁ ଲେଖା ଭଲ କି ଖରାପ ସେଇଟା ବୁଝିବା ଟିକେ ଅବୁଝା ରହିଯାଏ ବେଳେବେଳେ ଯାହା ସନ୍ଦେହ ଘେରରେ ବାନ୍ଧି ହୋଇଯାଏ ଯାହା ପାଠକମାନେ ଦୂର କରିଥାନ୍ତି।।
                 
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉତ୍ତର:- ଆଜ୍ଞା ହଁ, ଆପଣ ରଖିଥିବା ମନ୍ତବ୍ୟଟି ଏକ ଦମ ଗ୍ରହଣୀୟ!! ଜୀବନରେ କିଛି କରିବାକୁ ହେଲେ ଅବା କିଛି ପ୍ରାପ୍ତ କରିବାକୁ ହେଲେ ବୟସର ଆବଶ୍ୟକତା ନ ଥାଏ। ବୟସ ଏକ ସଂଖ୍ୟା ମାତ୍ର ଯାହା ସମୟାନୁସାରେ ପରିବର୍ତ୍ତନ ହୋଇ ଚାଲିଥାଏ। ସାହିତ୍ୟ ପାଇଁ ସ-ହୃଦୟରୁ ଉତ୍ପନ ଭାବ ଓ ଅନୁଭବ ହିଁ ଆବଶ୍ୟକ ପଡିଥାଏ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉତ୍ତର:- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜଣେ ଅଂଶ ହୋଇ ବହୁତ ଗର୍ବ ଅନୁଭବ ହେଉଛି। ମୋର ସୌଭାଗ୍ୟ ଯେ ମୁଁ ମୋ ଭିତରେ ଥିବା ସାହିତ୍ୟ ପ୍ରେମକୁ ଓଡ଼ିଶାର କୋଣ ଅନୁକୋଣରେ ଥିବା ସାହିତ୍ୟିକ ମାନଙ୍କ ସହ ବାଣ୍ଟି ପାରିବି।।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉତ୍ତର:- ପ୍ରଥମେ ତ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନରେ ଥିବା ସମସ୍ତ ସଦସ୍ୟମାନଙ୍କର ସାହିତ୍ୟ ପ୍ରତି ଥିବା ନିଷ୍ଠା ଭଲପାଇବା। ଦିତୀୟ ରେ ସାହିତ୍ୟରେ ଥିବା ମହତ୍ତ୍ୱ କୁ ଦେଶ ବିଦେଶରେ ଅବଗତ କରାଇବା। ଏବଂ ତୃତୀୟ ରେ ନୂଆ ନୂଆ ଯୁବ ଲେଖକ/ଲେଖିକା ମାନଙ୍କୁ ଖୋଜି ବାହାରକରି ସେମାନଙ୍କୁ ସାହିତ୍ୟ ପଥରେ ଅଗ୍ରସର କରାଇବା।। ଏସବୁ ଘଟଣା ମୋତେ ଖୁବ ଆତ୍ମପ୍ରେରଣା ଯୋଗାଇଛି।

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉତ୍ତର:- ବନ୍ଧୁଙ୍କ ସାହାୟତାରୁ ଏହି ପରିବାରରେ ଯୋଡ଼ିହେବାର ସୌଭାଗ୍ୟ ଅର୍ଜନ କରିଛି। ସଂକ୍ଷେପରେ କହିଲେ “ସମାଜକୁ ନେଇ ସାହିତ୍ୟ”!! ଆମେ ସମସ୍ତେ ଜଣେ ଜଣେ ସାମାଜିକ ପ୍ରାଣୀ, ସମାଜର ମାନସ ପଟରେ ପ୍ରତ୍ୟେକ ଟି ସ୍ଥାନ ରେ ଜଣେ ଜଣେ ସାହିତ୍ୟିକ ଲୁଚି ରହିଛନ୍ତି। ବ୍ୟସ୍ତ ବହୁଳ ଜୀବନ ଭିତରେ , ନିଜ ମନ ଭିତରେ ଥିବା ଅଶାନ୍ତି ଓ ଥକାପଣ କୁ ଦୂର କରିବାର  ସାହିତ୍ୟ ହେଉଛି ଗୋଟିଏ ଶୁଭ ମାଧ୍ୟମ।।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର:- ସାହିତ୍ୟ କୁ ନେଇ ଜୀବନର ପରିଚୟ ସମାଜରେ ସ୍ୱତନ୍ତ୍ର ଭାବେ ସୃଷ୍ଟି କରିବି। ଶେଷରେ ସୂର୍ଯ୍ୟୋଦୟ ଠାରୁ ଲୁଚି ରହିଥିବା ସାହିତ୍ୟ ଓ ସହିତ୍ୟିକମାନଙ୍କୁ ସମାଜରେ ଯେପରି ପୁଣିଥରେ ପୁନଃ ଜୀବିତ ହେବ ଏତିକି ସହଯୋଗ ଆଶା ରଖିବି।।

ସ୍ନେହର ସ୍ନେହଲତା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

 

Loading

4 thoughts on “Lets talk with budding bard Snehalata Nanda, hails from Bhadrak, district of Odisha for SLF Literary Youth Icon Award contest-. 2023

  1. ଆପଣଙ୍କ ସାକ୍ଷାତକାର ପଢି ସାହିତ୍ୟ ତଥା ସମାଜର ବିଭିନ୍ନ ବିଷୟରେ ଜାଣିବାକୁ ପାଇଲି।ସାହିତ୍ୟକୁ ନେଇ ନୂତନ ସାହିତ୍ୟ-ସମାଜ ଗଢିବାରେ ମନବଳାଇଛନ୍ତି ଜାଣି ଖୁବ୍ ଖୁସି ଲାଗିଲା।ଅନେକ ଶୁଭେଚ୍ଛା ଜଣାଉଛି ଆପଣ ଆପଣଙ୍କ ଲକ୍ଷ୍ୟ ପଥରେ ବହୁ ଆଗକୁ ଯାଆନ୍ତୁ ଏହା ହିଁ ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା

  2. ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭଉଣୀ…
    ଖୁବ ଆଗକୁ ଯାଅ….
    ଭଗବାନ ଙ୍କ ପାଖରେ ତୁମ ଉଜ୍ବଳ ଭବିଷ୍ୟତର କାମନା କରୁଛି…

  3. ଅତି ଚମତ୍କାର ଭାବରେ ସମସ୍ତ ପ୍ରଶ୍ନର ମତବ୍ୟକ୍ତ କରିଛନ୍ତି ଆପଣ ଅତି ସୁନ୍ଦର୍ ଭାବରେ ।

Leave a Reply

Your email address will not be published. Required fields are marked *