Lets talk with a young poetic Soul MS Sandeepa Sahoo, hails from Jajpur, district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ସନ୍ଦୀପା ସାହୁ
ପିତାଙ୍କ ନାମ– ଶ୍ରୀଯୁକ୍ତ ରମେଶ ଚନ୍ଦ୍ର
ମାତାଙ୍କ ନାମ– ଶ୍ରୀମତୀ ସୁମିତ୍ରା ସାହୁ
ଜନ୍ମ ତାରିଖ– ୨୩ ଜୁଲାଇ ୧୯୯୮
ଘର ଠିକଣା– କାଶୀପୁର, ସୁଜନପୁର
ଜିଲ୍ଲା– ଯାଜପୁର
ଶିକ୍ଷାଗତ ଯୋଗ୍ୟତା– Bsc , BEd ,continuing Master degree in Arts (MA)
ଇ-ମେଇଲ୍ ଠିକଣା– [email protected]
ମୁଖପୁସ୍ତିକା /Facebook ଠିକଣା:: https://www.facebook.com/sandeepa.lucy?mibextid=ZbWKwL
ସ୍ନେହର ସନ୍ଦୀପା !
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
Ans: ସତ କହିବାକୁ ଗଲେ ପିଲା ବେଳୁ ମତେ ଓଡ଼ିଆ ସାହିତ୍ୟ ପ୍ରତି ବହୁତ ରୁଚି ।ଓଡ଼ିଆ ପଢିବାକୁ ବହୁତ ଭଲ ଲାଗେ, ସ୍କୁଲ ସମୟରେ ଓଡ଼ିଆ ସାହିତ୍ୟକୁ ବହୁତ ଭଲ ପାଏ । କିନ୍ତୁ ବୟସ ବଢିବା ସହ ଓଡ଼ିଆ ସହ ମୋର ଦୂରତା ବି ବଢିଗଲା , ପାଠ ପଢା ପାଇଁ । କିନ୍ତୁ ମନରେ ଓଡ଼ିଆ ପଢା ଓଡ଼ିଆ ଲେଖା ପ୍ରତି ମୋର ଅଜସ୍ର ପ୍ରେମ ଥାଏ । ଏଇ ଲକଡାଉନ୍ ପିରିଅଡରେ ମୁଁ ନିଜକୁ ବହୁତ ଆବିଷ୍କାର କରିଛି ,ପୁଣି ମୋର ସେ ଓଡ଼ିଆ ପାଇଁ ପ୍ରେମ ଜାଗୀ ଉଠିଲା ଓ ଏଇ ଗୋଟେ ବର୍ଷ ହେବ ମୁଁ ଲେଖିବା ମଧ୍ଯ ଆରମ୍ଭ କରିଛି ।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
Ans: ମୁଁ ପ୍ରତିଦିନ ଲେଖିପାରେନି କିନ୍ତୁ ସମୟ ବାହାର କରି କିଛି କିଛି ଲେଖିବାକୁ ଚେଷ୍ଟା କରେ। ଯେହେତୁ ମୋର ପାଠପଢା, ପରିବାରର ଦାୟିତ୍ୱ ରହୁଛି ତେଣୁ ଲେଖା ପାଇଁ ଅଧିକ ସମୟ ବିନିଯୋଗ କରିପାରୁନାହିଁ ସେଥିପାଇଁ ମୁଁ ଦୁଃଖିତ ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
Ans: ମୁଁ ଏଠି କୌଣସି ମିଥ୍ୟା ମତାମତ ରଖିବିନି। ମୋ ମାଆ ତାଙ୍କ ସ୍କୁଲ ସମୟରେ ଲେଖୁଥିଲେ ,ମୋ ମାମୁଁ ମଧ୍ୟ ଜଣେ ଭଲ ଲେଖକ କିନ୍ତୁ ଘରେ ଜାଣିନାହାନ୍ତି ମୁଁ ଲେଖେ ବୋଲି। ମାଆଙ୍କ ଇଚ୍ଛା ମୁଁ ଗୋଟେ ଚାକିରୀ କରେ ତା ପରେ ଯାହା କରିବି । କିନ୍ତୁ ବେଳେ ବେଳେ କିଛି ଛୋଟ ଛୋଟ କବିତା ପଢିକି ଖୁସି ହୁଅନ୍ତି ଓ ଚିଡ଼ନ୍ତି ବି ଟିକେ ଟିକେ ।ସେଥିପାଇଁ ମୁଁ ଲେଖାବାକୁ ସମୟ ପାଏନି ବେଶୀ । କିନ୍ତୁ ହଁ ମୋର ସାନ ଭଉଣୀ ସେ ମତେ ସବୁବେଳେ ଉତ୍ସାହିତ କରେ ,ମୋର ସବୁ କବିତା ଓ ଲେଖାକୁ ପଢେ ଓ ଆଗକୁ ବଢିବାର ପ୍ରୋତ୍ସାହନ ଦିଏ ,ସେଥିପାଇଁ ମୁଁ ଗର୍ବିତ।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
Ans: କ୍ଷମା କରିବେ ମୁଁ ଏତେ ପୁସ୍ତକ ପଢିବାକୁ ସୁଯୋଗ ପାଇନି। ହଁ ଏବେ ସମୟ ବାହାର କରି ପ୍ରତିଭା ରାୟ ଙ୍କ ଯାଜ୍ଞସେନୀ ପଢୁଛି , ଯେହେତୁ ଘରେ ଲେଖା ଲେଖି ପାଇଁ ଅନୁମତି ଦିଅନ୍ତିନି ମୁଁ ଉପଯୁକ୍ତ ସହାୟତା ପାଏନି,ସେଥପାଇଁ ମୁଁ ଦୁଃଖିତ।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
Ans: ମତେ କବିତା ଓ ଏକପଦୀ ଲେଖିବାକୁ ପସନ୍ଦ କିନ୍ତୁ ସମୟ ତଥା ଉପଯୁକ୍ତ ସୁଯୋଗ ମିଳିଲେ ଗଳ୍ପବି ନିଶ୍ଚୟ ଲେଖିବି।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
Ans: ଠିକ୍ ପଦ ପକେଇକି ଲେଖିବାର ଓ ଉପଯୁକ୍ତ ଶବ୍ଦ ଅଳଙ୍କାର ଦେବା
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
Ans: ମତେ କବିତା ଓ ଗଳ୍ପ ଉଭୟ ପସନ୍ଦ। ଉଭୟ ନିଜ ସ୍ଥାନରେ ଯଥାର୍ଥ ଅଛନ୍ତି । ହଁ କବିତାରେ ଆମେ ନିଜର ଭାବନକୁ ଓ ନିଜର କଳ୍ପନାକୁ ଜୀବନ୍ତ କରାନ୍ତି ଓ ଗଳ୍ପରେ ଆମେ ନିଜ ଅନୁଭୂତିକୁ ଉପସ୍ଥାପନ କରାନ୍ତି । ତ୍ରୁଟି ଥିଲେ କ୍ଷମା କରିବାକୁ ଅନୁରୋଧ ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
Ans: ମୁଁ ଗୋଟେ ଛୋଟ ଅଧା ଗଢ଼ା କବିତା ଲେଖୁଥୁବା ଲେଖିକା । ଏ ପର୍ଯ୍ୟନ୍ତ ଏତେ କିଛି ଲେଖିନି । ଯେଉଁ ସାହିତ୍ୟିକ ମାନେ ମତ ଦିଅନ୍ତି ତାଙ୍କୁ ମୋର ଯଥା ପ୍ରଣାମ ।
ମୁଁ ଲେଖୁଥୁବା ମୋର ଲେଖା ଓ କବିତାର ଚରିତ୍ରମାନଙ୍କ ପ୍ରେମରେ ମୁଁ ସେତେଥର ପଡେ ଯେତେଥର ମୁଁ ମୋର ଲେଖାକୁ ପାଠ କରେ ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
Ans: ମୁଁ ଓଡ଼ିଆ ସାହିତ୍ୟ ବିଷୟରେ ଏତେ ଗଭୀର ପାଠ କରିନି।
ସେଥିପାଇଁ ମୁଁ ଦୁଃଖିତ, ଏବେ ସାହିତ୍ୟ ଜଗତରେ ଅନେକ ଆଧୁନିକ ଲେଖକ ,ଲେଖିକା ଜନ୍ମ ଗ୍ରହଣ କରିଲେଣି ।ସେମାନେ ସଦା ସର୍ବଦା ଚେଷ୍ଟିତ ସାହିତ୍ୟକୁ ଓ ଓଡ଼ିଆ ଲେଖାକୁ ବଂଚେଇବାରେ। ଆହୁରି ଆଗକୁ ସାହିତ୍ୟର ଜଗତର ପ୍ରସାର ହେଉ ।ଏହା ହି ଆମର ନିତ୍ୟ ଚେଷ୍ଟା ରହିବା ଉଚିତ୍।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
Ans: ବର୍ତ୍ତମାନର ଯୁଗରେ ଭାଷା ସାଂସ୍କୃତିକ ପ୍ରତି ଅଧିକାଂଶ ଲୋକଙ୍କ ରୁଚି କମୁଛି ।ଭାଷା ଓ ସାହିତ୍ୟର ଲେଖା ଓ ପତ୍ରିକା ପ୍ରତି ଧ୍ୟାନ ଦେଉନାହାନ୍ତି ,ଅଧିକାଂଶ ବ୍ୟକ୍ତି ଇଣ୍ଟରର୍ନେଟ ଓ ସୋସିଆଲ ମିଡ଼ିଆକୁ ଆପଣାର କରୁଛନ୍ତି।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ
ଜଣାଇବେ କି?
Ans: ମୋର ଗୋଟେ ଲେଖା “ନାରୀ” ଏକ ପେଜ୍ ରେ ପ୍ରକାଶ ପାଇଥିଲା ସେଇ ଅନୁଭୂତି ହିଁ ନିଆରା ମୋ ପାଇଁ। ନିଜକୁ ଗର୍ବିତ ମନେ କରିଥିଲି ସେଇ ଦିନ ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
Ans: ନିହାତି ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଛି। କିନ୍ତୁ ଆଜି ବି ସେତିକି ଉଚ୍ଚ ସ୍ଥାନରେ ରହିନାହିଁ। ଲୋକମାନେ ଓଡ଼ିଆ ଅପେକ୍ଷା ଅନ୍ୟ ଭାଷାକୁ ପ୍ରଧାନ୍ୟ ଦେଉଛନ୍ତି। ଓଡ଼ିଆ ଲେଖା କବିତା ପଢିବାଠୁ ବହୁତ ଦୂରରେ । ସୋସିଆଲ ମିଡିଆରେ ଅନ୍ୟ ଉପାୟରେ ମନୋରଞ୍ଜନ କରୁଛନ୍ତି। ସେମାନଙ୍କୁ ମୋର ଅନୁରୋଧ ଏତିକି କି ଆମେ ଓଡ଼ିଆ ,ଓଡ଼ିଆ ଭାଷାକୁ ଓଡ଼ିଆ ଲେଖା ପ୍ରତି ଭଲପାଇବା ରହିବା ଦରକାର।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
Ans :ଆଜିର ମଣିଷ ପାଖରେ ସମୟର ଘୋର ଅଭାବ। ଏବଂ ସେଥିପାଇଁ ଆଜିର ଛୋଟ ଛୋଟ ଗଳ୍ପ ନିହାତି ଭାବରେ ପ୍ରତିଟି ବ୍ୟକ୍ତି ଜୀବନର ଛୋଟ ବଡ଼ ଅନୁଭୂତି ସହ ଯୋଡି ହେଉଛି ।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
Ans:ସାହିତ୍ୟିକମାନଙ୍କର ସମାଜ ପ୍ରତି ଅଙ୍ଗିକାରବଦ୍ଧତା ରହିବା ନିହାତି ଉଚିତ୍। ମନ ପ୍ରାଣ ଦେଇ ସାହିତ୍ୟକୁ ଭଲପାଇବା ଦରକାର । ଓଡ଼ିଆ ଭାଷା ସବୁଠୁ ମିଠା ମୋ ମତରେ ,ମୁଁ ଗର୍ବିତ ଓଡ଼ିଆ ଭାବରେ ।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
Ans:ଜଣେ କବିୟତ୍ରୀ/ଲେଖିକା ଭାବରେ ଯଦି ମତେ ପଚାରିବେ ତାହାଲେ ମୁଁ ମୋର ମତ ଏଇଆ ରଖିବି କି ମୁଁ ଯେଉଁ ଦୁଇ ତିନି ଧାଡି ଲେଖେ..ମୋର ସବୁ ଲେଖାର ପ୍ରେମରେ ମୁଁ ପଡେ ଅର୍ଥାତ୍ ମୋର ସମସ୍ତ ଲେଖାରେ ମୁଁ ସନ୍ତୁଷ୍ଟ । ମୋ ମତରେ ସମସ୍ତଙ୍କର ଲେଖା ମୌଳିକ ଅଟେ। କାହା ଲେଖା କାହା ସହ ତୁଳନୀୟ ନୁହେଁ ।
ବରଂ ମୁଁ ଯେଉଁଦିନ କିଛି ଲେଖିଥିବି କବିତା କିମ୍ବା କିଛି ଏକପଦୀ ମୋ ଲେଖା ଭିତରେ ମୁଁ ବୁଡି ରୁହେ ,ମୋ ଲେଖାକୁ ମୁଁ ବହୁତ ଭଲପାଏ ।
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
Ans: କୁହାଯାଏ କି ମଣିଷ ଜନ୍ମ ହେବା ପୂର୍ବରୁ କିଛି ନା କିଛି କଳା ନେଇକି ଜନ୍ମ ହୁଏ। ସିଏ ଗୀତ ,ନାଚ, ଲେଖାଲେଖି ଅନନ୍ୟ କିନ୍ତୁ ଜୀବନ କାଳ ମଧ୍ୟରେ ବି ମଣିଷ ସେ ସବୁ ହାସଲ କରିପାରେ ଯାହା ସେ ହୃଦୟରୁ ଚାହେଁ । ନିଜକୁ ପୂର୍ଣ୍ଣ ରୂପେ ବିକାଶ କରିପାରିବ ସେ ଚାହୁଁଥିବା କ୍ଷେତ୍ରରେ । ହଁ ଜଣେ କବି କି ଲେଖିକା ହେବା ପାଇଁ ବୟସର ଆବଶ୍ୟକତା ନୁହେଁ ବରଂ ଅନୁଭୂତି,ଅନୁଭବ, ତଥା ଗଭୀର ପଠନ,ଦୃଢ଼ ମନୋବଳ ଆବଶ୍ୟକ ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
Ans : ସୂର୍ଯ୍ୟଦୋୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପରିବାରରେ ଯୋଡି ହେଇକି ନିଜକୁ ଧନ୍ୟ ମନେକରୁଅଛି । ଧନ୍ୟବାଦ ଦେବି ମୋର ସହପାଠୀ ତଥା ଜିଲ୍ଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରାଙ୍କୁ ଓ ବିଶେଷ ଧନ୍ୟବାଦ ମୋର ଜଣେ ବଡ଼ ଭାଇଙ୍କ ପରି ମନୋଜ କୁମାର ପଣ୍ଡାଙ୍କୁ।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
Ans:ମୁଁ ଏଇ ସ୍ୱଳ୍ପ ଦିବସ ହେବ ସୂର୍ଯ୍ୟଦୋୟ ଭାଷା ସାହିତ୍ୟ ପରିବାର ସହ ଯୋଡି ହୋଇଅଛି। ଧୀରେ ଧୀରେ ପରିବାରର ସଦସ୍ୟମାନଙ୍କ ସହ ମିଶୁଛି। ନିହାତି ଯୁବ ପ୍ରତିଭାଙ୍କ ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ୍।
ମୁଁ ବହୁତ ଖୁସି ଅଛି ।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
Ans:ଯେମିତି କି ଉପରେ କହିଲି ମୋର ସହପାଠୀ ତଥା ଜିଲ୍ଲା ପରିଷଦଙ୍କ ଜରିଆରେ ମୁଁ ଏତେ ସୁନ୍ଦର ଗୋଟେ ପରିବାର ସହ ଯୋଡିହେଲି । ଅଶେଷ ଧନ୍ୟବାଦ ଓ ମେଞ୍ଚେ ଭଲପାଇବା ଦେଉଛି ସ୍ମୃତିରେଖାଙ୍କୁ । ଏଇ ବ୍ୟସ୍ତ ବିବ୍ରତ ଜୀବନରେ ସାହିତ୍ୟ ପାଇଁ ସମୟ ବାହାର କରିପାରୁନାହିଁ ଯଦିଓ କିନ୍ତୁ ଚେଷ୍ଟା କରୁଛି ପ୍ରତିଦିନ କିଛି ନୂଆ ନୂଆ ପଢିବାକୁ ଓ ଲେଖିବାକୁ ।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
Ans: ମତେ ଓଡ଼ିଆ ଭାଷା ,ଓଡ଼ିଆ ଲେଖା ଏସବୁ ଭାରୀ ପସନ୍ଦ , ଯଦିଓ ଏତେ ଭଲ ଲେଖିକା ମୁଁ ନୁହେଁ କିନ୍ତୁ ଆପ୍ରାଣ ଚେଷ୍ଟିତ ଯେ ,କେମିତି ମୋ ଲେଖା ଦ୍ୱାରା ଅନ୍ୟମାନଙ୍କ ମୁଖରେ ହସ ଫୁଟେଇବି। ବାପା ମାଆଙ୍କୁ ଗର୍ବିତ କରେଇବି । ନିହାତି ଭାବରେ ସୂର୍ଯ୍ୟଦୋୟ ଭାଷା ସାହିତ୍ୟ ପରିବାର ପାଖରୁ ଏତିକି ଅନୁରୋଧ ରହିବ, ମୋର ଲେଖାକୁ ପଢିବାକୁ ଓ ତ୍ରୁଟି ଥିଲେ ସଂଶୋଧନ କରାଇ ସେ କ୍ଷେତ୍ରରେ ସାହାଯ୍ୟ କରିବାକୁ ।
ସ୍ନେହର ସନ୍ଦୀପା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
Aagaku badha bhagwan tumara mangala karantu emiti lekhichala Sundar Sundar lekha sabu☺️
Bahut bhala laguchhi tuma lekha agaku ahuri badha jaha bi manaku aasuchhi taku sundar bhabare nija kalama munare lekhichala dekhiba dine na dine tume bahut agare thiba bhagawan tumara mangala karantu, jay jagannath
ସାକ୍ଷାତକାର ପଢି ଜାଣିଲି ଘରଲୋକଙ୍କ ଅନିଚ୍ଛା ସ୍ବତେ ଆପଣଙ୍କର ସାହିତ୍ୟ ପ୍ରତି ଭଲପାଇବା ଦେଖି ବହୁତ ଖୁସି ଲାଗିଲା।ମନଦୁଃଖ କରନ୍ତୁନି “ସୟଂ ଜଗନ୍ନାଥ ତୋ ଅଧାଗଢା,ସେଇ ଅଧା ଗଢା ଦାରୁ ମୂରତି ମଧ୍ୟରେ ପୂର୍ଣ୍ଣତା ଲୁଚି ରହିଛି” ,ଠିକ୍ ସେହିପରି ଅପଣଙ୍କର ଅଧାଗଢା କବିତା ହିଁ ଯୁବ ଲେଖକର ପ୍ରଥମ ପାହାଚ ।ତେଣୁ ମନ ଉଣା ନ କରି ଆପଣଙ୍କ ମଧ୍ୟରେ ଲୁଚି ରହିଥିବା ସାହିତ୍ୟ କୃତିକୁ କିଛି କିଛି ଲେଖନ୍ତୁ ଏବଂ ଆମସମସ୍ତଙ୍କୁ ଆପଣଙ୍କ ଲେଖା ପଢିବାର ସୁଯୋଗ ଦିଅନ୍ତୁ ।
ହୃଦୟରୁ ଧନ୍ୟଵାଦ ❤️
ଓଡ଼ିଆ ସାହିତ୍ୟ ଓ ଭାଷା ର ବିକାଶ ଦିଗରେ ଯୁବ ପିଢ଼ି ମାନେ ଆଗେଇ ଆସୁଛନ୍ତି ଏହା ଏକ ଅତ୍ୟନ୍ତ ଖୁସିର କଥା ।ପ୍ରୟାସ ପ୍ରେରଣା ଆଉ ପ୍ରତିଶ୍ରୁତି ପରାୟଣ ହୋଇ ଏମିତି ପଦଖେପ ପାଇଁ ଆମେ ଅତି ଆଶାୟୀ ଯେ ତୁମେ ମାନେ ଏ ଓଡ଼ିଆ ସାହିତ୍ୟକୁ ସଠିକ୍ ଦିଗ ପ୍ରଦାନ କରିବ ।
ସନ୍ଦିପା ତୁମ ରଚନା ବଳି ଅତି ସୁନ୍ଦର୍ ।ଜାରି ରଖ ଆଉ ଆମ ମାନଙ୍କୁ ତୁମ ଲେଖନୀ ରୁ କିଛି ବାର୍ତ୍ତା କିଛି ଉତ୍ସାହ ର ଖୋରାକ ମିଳୁ।
ଅଶେଷ ଅଶେଷ ଧନ୍ୟବାଦ ଭାଇ
ଅଶେଷ ଅଶେଷ ଧନ୍ୟଵାଦ ଭାଇ
ଏମିତି ଲେଖା ସବୁବେଳେ ଜାରିରଖ , ଏବଂ ଆମକୁ ଏମିତି ଖୁସି ଦଉଥା।
ହୃଦୟରୁ ଧନ୍ୟବାଦ ଲୋ