April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with young offspring of Odia Literature Mr. Rohit Das ,hails from Bhanjabhumi Ganjam for SLF Literary Youth Icon Award contest-. 2022*

*Lets talk with young offspring of Odia Literature Mr. Rohit Das ,hails from Bhanjabhumi Ganjam for SLF Literary Youth Icon Award contest-. 2022*

 

ନାମ – ରୋହିତ୍ ଦାସ
ପିତାଙ୍କ ନାମ- ଦଣ୍ଡାସି ଦାସ
ମାତାଙ୍କ ନାମ– ସଞ୍ଜୁ ଦାସ
ଜନ୍ମ ତାରିଖ- ୨୨/୦୫/୧୯୯୭
ଘର ଠିକଣା- ଗ୍ରାମ/ପୋଷ୍ଟ – ପଦ୍ମପୁର, ଥାନା – ଗୋଳନ୍ଥରା
ଶିକ୍ଷାଗତ ଯୋଗ୍ୟତା- ଯୁକ୍ତ ୩ କଳା, ତୃତୀୟ ବର୍ଷର ଛାତ୍ର
ଇ-ମେଇଲ୍ ଠିକଣା-

[email protected]

Facebook/ମୁଖପୁସ୍ତିକା-:

https://www.facebook.com/rohit.dash.144

 

ଶ୍ରଦ୍ଧେୟ ରୋହିତ !

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ – ମୁଁ ମୋର ମହାବିଦ୍ୟାଳୟରେ ପାଠ ପଢ଼ିବା ବେଳେ, ଆମ ଓଡ଼ିଆ ବିଭାଗର ଜଣେ ସାର୍ ଙ୍କ ସହ ପରିଚିତ ହେଲି । ସାର୍ ଙ୍କର କବିତା ପଢ଼ିଲି ଯାହାକି ଖୁବ୍ ସୁନ୍ଦର୍ ଥିଲା । ସାର୍ ଙ୍କ କବିତାରୁ ହିଁ ମୁଁ ପ୍ରେରଣା ପାଇ କିଛି ଶବ୍ଦ ଲେଖି ପାରିଲି । ଲେଖା ଲେଖି ଦିଗରେ ମୁଁ ସଦା ଚେଷ୍ଟିତ ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ – ମୁଁ ଓଡ଼ିଆ ବିଭାଗରେ ଅଧ୍ୟୟନ ରତ ଜଣେ ବିଦ୍ୟାର୍ଥୀ । ସାହିତ୍ୟ ସହିତ, ବିଭିନ୍ନ କାବ୍ୟ, କବିତା,ସାମାଜିକ ଶିକ୍ଷା ଆମ ପାଠ୍ୟକ୍ରମରେ ଅର୍ନ୍ତଭୁକ୍ତ । ଏ ସବୁ ପଢ଼ିବା ଦ୍ୱାରା ଲେଖିବା ପାଇଁ ଆଗ୍ରହୀ ହେଲି, ସେଥିପାଇଁ ସାହିତ୍ୟ ସହ ଜଡ଼ିତ ଥିବା ଯୋଗୁ ମୋର ପାଠ ପଢ଼ା ମଧ୍ୟ ସରଳ ହୋଇପାରିଛି ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ – ହଁ, ମୋ ଲେଖିବାରେ ଯଦି କିଛି ଶବ୍ଦ ଭୁଲ ଥାଏ ତେବେ ମୋ ଓଡ଼ିଆ ବିଭାଗର ସାର୍ କୁହନ୍ତି ସେ ହିଁ ମୋର ମାର୍ଗଦର୍ଶକ । ମୁଁ ତାଙ୍କୁ ପ୍ରକୃତ ଗୁରୁ ମାନେ, ସେହି ସାର୍ ଙ୍କ କବିତା ହିଁ ମୋତେ ପ୍ରେରଣା ଯୋଗାଇ ଥିଲା କିଛି କବିତା ଲେଖିବା ସକାଶେ ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ – ମୁଁ ଲେଖିବା ପୂର୍ବରୁ ଏହା ଧ୍ୟାନ ଦିଏ ଯେ ଏହା କିପରି ଭାବରେ ପାଠକ ମନକୁ ଛୁଇଁବ ଏଥିପାଇଁ ସୁନ୍ଦର୍ ଶବ୍ଦ ସଂଯୋଜନା କରିବାକୁ ଚେଷ୍ଟା କରେ ଓ କବିତା ରେ ସମାଜ ପାଇଁ ଭଲ ଉପଦେଶ ଦେବାକୁ ଧ୍ୟାନଦିଏ ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ – ମୋ ସବୁଠାରୁ ବଡ଼ ଅନୁଭୂତି ହେଉଛି ଅତୀତ ଆଉ ବର୍ତ୍ତମାନ ଭିତରେ ନିଜକୁ ଆଉ ପରିବେଶ କୁ ପରଖିବା ।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ – ହଁ ମୋ ମତରେ ଏହି ମତଟି ଠିକ୍ କାରଣ ବୟସ ସହିତ ଚିନ୍ତା ଶକ୍ତିର କୌଣସି ସମ୍ବନ୍ଧ ନ ଥାଏ , ଏହା ଅଧ୍ୟୟନ , ପ୍ରଚେଷ୍ଟା ତଥା ଅନୁଭୂତି ଓ ଦୃଢ ଇଚ୍ଛା ଶକ୍ତି ଉପରେ ପର୍ଯ୍ୟବସିତ ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ – ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତି , କିନ୍ତୁ ଏହି ଧରାପୃଷ୍ଠରେ ଜୀବିତ ନାହାଁନ୍ତି , ଓ ମୋର ପ୍ରିୟ କବି ହେଉଛନ୍ତି ସୁଶାନ୍ତ କୁମାର ପରିଡ଼ା , ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ – ପ୍ରିୟ ଲେଖକଙ୍କ ପୁସ୍ତକ, ଛ’ ମାଣ ଆଠଗୁଣ୍ଠ, ଏହି ଉପନ୍ୟାସ କାହାଣୀ ଭାଗ ୨୭ ପରିଚ୍ଛେଦରେ ଗତିଶୀଳ ହୋଇଅଛି, ପ୍ରତ୍ୟେକ ପରିଚ୍ଛେଦର ନାମକରଣ ପ୍ରସଂଗ ଅନୁସାରେ ନାମିତ, ଏହା ଏକ ସାମାଜିକ ଉପନ୍ୟାସ ଅଟେ । ଅନୁବାଦ ପୁସ୍ତକ/ ଜୀବନଚରିତ, ପାଠ୍ୟ ପୁସ୍ତକ/ ‘ଭାରତ ବର୍ଷର ଇତିହାସ’ ।

ସୁଶାନ୍ତ ସାର୍ ଙ୍କ କୋୖଣସି ପୁସ୍ତକ ବାହାରିନି , ମୁଁ ତାଙ୍କର ଅନେକ ଲେଖା ପଢ଼ିଛି, ଏବଂ କଲେଜରେ ଶୁଣିବାର ସୁଯୋଗ ପାଇଛି, ମୋତେ ବହୁତ୍ ଭଲ ଲାଗେ ତାଙ୍କ ଲେଖା ଏବଂ ମୁଁ ସୁଶାନ୍ତ ସାର୍ ଙ୍କୁ ମୋର ନିଜର ଆଦର୍ଶ ବୋଲି ମାନେ ।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ – ମୋ ମାଁ/ ବାପା ତଥା ଆତ୍ମୀୟ ବର୍ଗ ମୋତେ ବହୁତ୍ ପ୍ରୋତ୍ସାହିତ କରନ୍ତି । ସେମାନେ ଶିକ୍ଷାତ୍ମକ ଲେଖାକୁ ଓ ଆଧ୍ୟାତ୍ମିକ ଲେଖା କୁ ଅଧିକ ଭଲ ପାଆନ୍ତି ।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ – ସୁନ୍ଦର ତଥା ମାର୍ଜିତ ଶବ୍ଦ ସଂଯୋଜନା କରିବା କଷ୍ଟ ହୋଇଥାଏ ବୋଲି ମୋର ମତ । କିନ୍ତୁ ଅଭ୍ୟାସ ଓ ମାର୍ଗଦର୍ଶନ ଦ୍ଵାରା ଏହା ସହଜ ସାଧ୍ୟ ହୋଇଥାଏ ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?

ଉ – ମୁଁ କବିତା ବିଭାଗରେ ଲେଖେ । ଛନ୍ଦ ମାଧ୍ୟମରେ ନିଜ ଭାବନାକୁ ପରିପ୍ରକାଶ କରେ ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ – ଯଦି ମୋର ପୁସ୍ତକ ଭବିଷ୍ୟତରେ ପ୍ରକାଶିତ ହୁଏ ତେବେ ସେଥିରେ ମୁଁ ସମାଜର ବାସ୍ତବିକ ଚିତ୍ର , ପ୍ରକୃତିର ସୌନ୍ଦର୍ଯ୍ୟ ଓ
ପ୍ରେମ ଓ ବିରହର ଉପସ୍ଥାପନା କରିବି ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ – ଏହି ପ୍ରତିଷ୍ଠାନ ମାତୃଭାଷା ସହିତ ଅନ୍ୟାନ୍ୟ ଭାଷା କୁ ମଧ୍ୟ ଆଦର କରେ ଓ ଲେଖକ ମାନଙ୍କୁ ପ୍ରୋତ୍ସାହନ ଦିଏ ।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…?

ଉ – ମୁଁ ଏ ସମ୍ପର୍କରେ ଅବଗତ ହୋଇଛି ଏବଂ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରୁଛି ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉ – ନା, ମୋର ସୂର୍ଯ୍ୟୋଦୟ ନିକଟରେ କୌଣସି ଅଭିଯୋଗ ନାହିଁ , ମୋର ଏତିକି ପରାମର୍ଶ, ଏବେ ଯେମିତି ସୂର୍ଯ୍ୟୋଦୟ ପରିବାର ନୂତନ ପ୍ରତିଭା ମାନଙ୍କୁ ବା ବିଭିନ୍ନ ପ୍ରକାର ଶୈଳୀ ଯେଉଁ କରୁଛନ୍ତି ଲେଖକ ମାନଙ୍କୁ ଆଗକୁ ନେବାର ଯେଉଁ କାର୍ଯ୍ୟକ୍ରମ ତାଙ୍କର ରହିଛି ତାହା ବଳବତ୍ତର ରହିଲେ ଆଗକୁ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ଚାଲୁ ରହିଲେ ନିଶ୍ଚିତ ଭଲ ରହିବ ।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।

ଉ –

ସାହିତ୍ୟ ଅଟଇ ସମାଜର ଛବି
ନିରାଶା ରେ କରେ ଆଶା ସଞ୍ଚାର,
ଜଗତ କଲ୍ୟାଣେ ସଦା ରହେ ବ୍ରତୀ
ଜୀବନ କୁ କରେ ସ୍ୱର୍ଗ ସୁନ୍ଦର ।।

ସାହିତ୍ୟ ଅଟଇ ଜୀବନର ଜ୍ୟୋତି
ସଂସ୍କୃତି ର ଅଟେ ମଧୁ ଭଣ୍ଡାର,
ଅମା ଅନ୍ଧକାରେ ସେ ଶୁଭ୍ର ଚାନ୍ଦିନୀ
ମରୁରେ ଝରାଏ ଗୋଲାପ ଝର ।।

ସାହିତ୍ୟ ଶିଖାଏ ବଞ୍ଚିବାର କଳା
ଜୀବନକୁ ଗଢ଼େ ଜୀବନ ପରି,
ପଥର ବୁକୁରେ ଝରାଏ ଅମୃତ
ଶ୍ରାବଣ ଫଗୁଣ ଏକାଠି କରି ।।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉ- ସାହିତ୍ୟ ରଚନା ଦ୍ଵାରା ମୁଁ ସମାଜର ଅଭାବ ଅସୁବିଧାର ଉପସ୍ଥାପନା କରି ସମାଜକୁ ଦିଗଦର୍ଶନ ଦେଇ ପାରିବି ।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ- ମୁଁ ସେପରି ଭାବେ ନାହିଁ । କଠିନ ପରିଶ୍ରମ ଓ ଅଧ୍ୟବସାୟ ଥିଲେ ପୁରସ୍କାର ଆପେ ଆସି ପହଞ୍ଚିବ ।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ ତେବେ ତାହା ଦ୍ଵାରା ତାଙ୍କର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ ନାହିଁ ।
ହୁଏତ ଅଳ୍ପ ଦୁଃଖ ଲାଗିପାରେ କିନ୍ତୁ ପ୍ରତିଭା ପ୍ରଭାବିତ ହେବ ନାହିଁ ।

ଆମେ ଜୀବନରେ କର୍ମ କରି ଚାଲିବା କେବେ ଫଳକୁ ଆଶା ରଖିବାନି, ଯଦି ଆମେ ନିଃସ୍ୱାର୍ଥପର ଭାବେ କର୍ମ କରିଥିବା ତାହା ହେଲେ ଫଳ ନିଶ୍ଚୟ ମିଳିବ ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଁ ଖୁବ୍ ଖୁସି । ଏଠାରେ ମୁଁ ବହୁତ୍ କିଛି ଶିଖି ପାରିବି । ସୂର୍ଯ୍ୟୋଦୟ ପରିବାରକୁ ଆନ୍ତରିକ ଧନ୍ୟବାଦ୍ ଜଣାଉଛି ।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

3 thoughts on “*Lets talk with young offspring of Odia Literature Mr. Rohit Das ,hails from Bhanjabhumi Ganjam for SLF Literary Youth Icon Award contest-. 2022*

  1. ବହୁତ୍ ସୁନ୍ଦର ଉତ୍ତର ଦେଇଛନ୍ତି । ତୁମ ପରି ଯୁବ କବି ଆମ ସମାଜ ପାଇଁ ନୂଆ ଆଲୋକ ଆଣିବ ଓ ଆମ ଓଡ଼ିଆକୁ ବଞ୍ଚାଇ ରଖିବ ।

  2. ମନକୁ ଛୁଇଁଲା ଉତ୍ତର ସବୁ । ଅସୀମିତ ଶୁଭେଚ୍ଛା ଭାଇ

Leave a Reply

Your email address will not be published. Required fields are marked *