*Lets talk with young and dynamic multilingual ink slinger Mr. Badal Nanda ,hails from Bhawanipatna Kalahandi, Odisha for SLF Literary Youth Icon Award contest-. 2022*
ନାମ – ଶ୍ରୀମାନ ବାଦଲ ନନ୍ଦ
ପିତାଙ୍କ ନାମ– ଶ୍ରୀଯୁକ୍ତ ଅଭୟ କୁମାର ନନ୍ଦ
ମାତାଙ୍କ ନାମ- ଶ୍ରୀମତୀ ଜୟନ୍ତୀ ନନ୍ଦ
ଜନ୍ମ ତାରିଖ– 18/04/1997
ଘର ଠିକଣା–ନର୍ଲା, କଳାହାଣ୍ଡି, ଓଡ଼ିଶା
ଶିକ୍ଷାଗତ ଯୋଗ୍ୟତା– ମୋର ଶିକ୍ଷାଗତ ଯୋଗ୍ୟତା ବି.ଏସ.ସି., ବି.ଇ.ଡ଼ି, ଭାରତୀୟ ସାଙ୍କେତିକ ଭାଷା ଆଉ କମ୍ପ୍ୟୁଟର ଶିକ୍ଷା ଯାଏଁ ସୀମିତ l (ପଢ଼ା ଜାରି ଅଛି )
ଇ-ମେଇଲ୍ ଠିକଣା- badalnanda83@gmail.com
Facebook/ମୁଖପୁସ୍ତିକା-:
https://www.facebook.com/profile.php?id=100005305124996
ଶ୍ରଦ୍ଧେୟ ବାଦଲ !
*୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।*
*ଉ:* ମୋ ମା’ ଜଣେ ସାହିତ୍ୟ ପ୍ରେମି l ବହୁ କଳାର ଅଧିକାରୀ l ଅଳ୍ପ ବୟସରେ ବିବାହ ଆଉ ପରିବାର ଚିନ୍ତା ତାଙ୍କ କଳାକୁ ଚାପି ଦେଇଥିଲା ବୋଲି ବୋଧେ, ମୋତେ ସାହିତ୍ୟ ମାର୍ଗରେ ଚାଲିବା ପାଈଁ ସେ ପ୍ରେରଣା ଯୋଗାଇଲେ l ତାଙ୍କ ପ୍ରେରଣାରେ ମୋ ରଚିତ ପ୍ରଥମ କବିତା ଥିଲା ” ମା ” l ଯାହାକି କେବଳ ତାଙ୍କୁ ଉତ୍ସର୍ଗିତ l
*୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?*
*ଉ:* ପେଶାରେ ମୁଁ ଜଣେ ବିମାନ ବନ୍ଦର କର୍ମଚାରୀ ଏଣୁ କର୍ମକ୍ଷେତ୍ରରେ ମଧ୍ୟ ପ୍ରଚୁର ସମୟ ମିଳେ l ସାହିତ୍ୟ ମୋର ଗୋଟେ ନିଶା ହୋଇଥିବାରୁ ଯେଉଁଠି ଅଳ୍ପ ସମୟ ମିଳେ ସେଠି ବସିପଡି ଲେଖାପଢ଼ା ଆରମ୍ଭ କରିଦିଏ l
*୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।*
*ଉ:* ମୋର ଦାଦା ଶ୍ରୀମାନ ସାରଦା ପ୍ରସନ୍ନ ନାୟକ ମୋର ପ୍ରତିଟି ଲେଖାକୁ ପଢ଼ି ତା’ର ତ୍ରୁଟି ସଂଶୋଧନ କରନ୍ତି ତଥା ଅଧିକରୁ ଅଧିକ ଅଧ୍ୟୟନ କରିବା ପାଈଁ ପ୍ରେରଣା ଯୋଗାନ୍ତି l
*୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?*
*ଉ:* କବିତା କିଭଳି ଅଧିକ ଲୋକାଦୃତ ହେବ ଆଉ ଗଳ୍ପ କିଭଳି ସମାଜ ମଙ୍ଗଳ ତଥା ହାସ୍ୟ ରସାତ୍ମକ ହେବ ତାହା ପ୍ରତି ବିଶେଷ ଧ୍ୟାନ ଦିଏ l
*୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?*
*ଉ:* କବିତା ଓ ଗଳ୍ପ ଲେଖିବା ମା’ଙ୍କ ଠୁ ଶିଖିଚି ହେଲେ, ଡ଼ଃ. ପଲ୍ଲିଶ୍ରୀ ପଟ୍ଟନାୟକ ହେଉଛନ୍ତି ଗୋଟାଏ ଏମିତିକା ଶିଉଳି ଯାହାଙ୍କ ପାଈଁ ସାହିତ୍ୟ ମାର୍ଗରେ ମୋର ପାଦ ଖସିଗଲା l ସେ ମୋର ସାହିତ୍ୟ ଶିକ୍ଷୟିତ୍ରୀ l କଲେଜ କ୍ଲାସ ରୁମରେ ମୋ ଲିଖିତ ପ୍ରଥମ କବିତା ” ମା ” କୁ ସେ ତିନିଶହ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା କରିଥିଲେ ଆଉ ସଂଶୋଧନ କରିବା ସହ କବିତା ଲିଖନର ମଧୁରତା ମୋତେ ଚଖେଇ ଦେଇଥିଲେ l ଏହା ମୋର ଜୀବନର ଏକ ବଡ଼ ଅନୁଭୂତି l
*୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।*
*ଉ:* ପ୍ରଥମ କଥା ଅନୁଭବ ମଣିଷ ମଧ୍ୟରେ ପରିପକ୍ଵତା ଆଣିଦିଏ l ଯିଏ ଯେତେ ଅନୁଭବି ସେ ସେତେ ଉନ୍ନତ l
*୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?*
*ଉ:* କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ କାଳଜୟୀ ଲେଖକ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ନାୟକ ମୋର ପ୍ରିୟ ଲେଖକ l ସେ ଆଉ ଇହଧାମରେ ନାହାନ୍ତି l
*୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।*
*ଉ:* ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ନାୟକଙ୍କ “ଚନ୍ଦ୍ର ଓ ତାରା” , “ନୀଳ ଚନ୍ଦ୍ରର ଉପତ୍ୟକା” ଭଳି ଅନେକ ଶ୍ରେଷ୍ଠ କୃତି ଅଛି ହେଲେ ତାଙ୍କର “ସରୀସୃପ” କବିତା ସଂଗ୍ରହ ପାଈଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ l ତାଙ୍କ ଲିଖିତ କବିତା “ଗ୍ରାମ ପଥ” ମୋର ବହୁତ ପ୍ରିୟ l
*୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।*
*ଉ:* ମୋ ବାପାଙ୍କୁ ହାସ୍ୟ ରସାତ୍ମକ କବିତା ବେଶ ପସନ୍ଦ l ଏଣୁ କର୍ମକ୍ଷେତ୍ରରେ ଯେତେ ହାଲିଆ ହୋଇଥିଲେ ବି ରାତିରେ ” *କମିଡି ସର୍କସ”* ଅବା *”ନ ହସିଲେ ତୁମ ବିଦ୍ୟାରାଣ”* ଭଳି କାର୍ଯ୍ୟକ୍ରମ ଦେଖିବାକୁ ଜମା ଭୁଲନ୍ତି ନାହିଁ l ଆରମ୍ଭରୁ ମୋ ପରିବାର ଆଉ ବନ୍ଧୁବର୍ଗ ମୋ ସହ ସବୁବେଳେ ଅଛନ୍ତି ଆଉ ମୋ ଲେଖାକୁ ସଦା ପ୍ରୋତ୍ସାହିତ କରିଥାନ୍ତି l
*୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?*
*ଉ:* ଅନ୍ତର ଭିତର ଖୁସି ଅବା ଦୁଃଖକୁ ବାହାର କରି ଅନେକେ କବିତା, ଗଳ୍ପ ଲେଖନ୍ତି l ହେଲେ ଲେଖାକୁ ଜୀବନ୍ତ ରୂପ ଦେବା ସବୁ ମୁହୂର୍ତ୍ତରେ ସମ୍ଭବ ନୁହେଁ l
*୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?*
*ଉ:* ମୁଁ କବିତା ଲେଖେ ହେଲେ ଧାରାବାହିକ ଭାବେ ଗଳ୍ପ ଲେଖିବାକୁ ମଧ୍ୟ ମୋତେ ଭଲ ଲାଗେ l
*୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।*
*କିମ୍ବା*
*ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।*
*ଉ:* ମୋର ସ୍ଵସମ୍ପାଦିତ “କବିତା ରାଣୀ” ନାମରେ ଗୋଟିଏ ଇ. ମାଗାଜିନ ଅଛି ଯାହାକି ଭବିଷ୍ୟତରେ ପୁସ୍ତକ ରୂପରେ ପ୍ରକାଶିତ ହେବ ବୋଲି ମୋର ଲକ୍ଷ୍ୟ l
*୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?*
*ଉ:* ନୂତନ ଯୁବ ପ୍ରତିଭାଙ୍କୁ ଆଗକୁ ଅଗ୍ରସର ହେବା ପାଈଁ ଅନେକ ମାତ୍ରାରେ ଉତ୍ସାହିତ କରୁଥିବାରୁ ମୁଁ ବେଶ ଖୁସି l
*୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!*
*ଉ:* ହଁ ଜାଣିଛି l
*୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?*
*ଉ:* ଓଡ଼ିଶା ଓ ଓଡ଼ିଶା ବାହାରର ଲେଖକଙ୍କୁ ଏକାଠି କରିବା ପାଇଁ ଆପଣ ଯେଉଁ ପ୍ରଚେଷ୍ଟା କରୁଛନ୍ତି ତାହା ବହୁ ଦୂରଭାଷୀ ହେବା ଦରକାର l
*୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।*
*ଉ:*
ସାହିତ୍ୟ
ବଞ୍ଚିବାର କଳା ଶିଖାଇ
ସମାଜର ହିତ ପାଈଁ
ତତ୍ତ୍ୱ ଜୀବନର ବୁଝାଏ ଯେ ସେ ସାହିତ୍ୟ..।ଜନ ସଚେତନତା ପାଈଁ
ହୃଦୟର କୋଣେ ଯାଇ
ବାର୍ତ୍ତା ସମସ୍ତଙ୍କୁ ଦିଏ ଯେ ସେ ସାହିତ୍ୟ..।
*୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?*
*ଉ:* ମୁଁ କଣ କରିପାରିବି ଜଣା ନାହିଁ ହେଲେ ପର ପିଢ଼ି ଯାଏଁ ନିରବଛିନ୍ନ ସାହିତ୍ୟର ଧାରା ପହଞ୍ଚାଇବାକୁ ନିଶ୍ଚିତ ଚେଷ୍ଟା କରିବି l
*୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?*
*ଉ:* ହଁ, ଯେଉଁମାନେ ନୂତନ ଭାବେ ସାହିତ୍ୟ ସାଧନା କରୁଛନ୍ତି ସେମାନଙ୍କ ପାଈଁ ପ୍ରୋତ୍ସାହନ ରକେଟ ଇନ୍ଧନ ଭଳି କାମ କରେ ତାଙ୍କ ଗତି ବଢାଏ, କଳାର ଉନ୍ନତି କରେ l
*୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।*
*ଉ:* ନା ପୁରସ୍କାର ନ ପାଇବା ଦ୍ୱାରା ଅନେକ ଲୋକ ଆହୁରି ଭଲ ଆଉ ଉନ୍ନତ ସୃଷ୍ଟି କରିବାରେ ସକ୍ଷମ ହୁଅନ୍ତି l
*୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।*
*ଉ:* ମତାମତ ରଖିବାର ସୁଯୋଗ ସବୁବେଳେ ମିଳେନା l ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ ସହ ଯୋଡ଼ି ହୋଇଥିବାରୁ ଓ ମୋତେ ମତାମତ ଦେବାର ସୁଯୋଗ ଦେଇଥିବାରୁ ମୁଁ ବହୁତ ଖୁସି l
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ, ଅଡା, ବାଲେଶ୍ଵର
1,451 total views, 2 views today