May 02, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ

ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ

 

ସ୍ନେହର ନଳିନୀ!                         ଭୁବନେଶ୍ବର
                                        ୨୩ ସେପ୍ଟେମ୍ବର ୨୦୨୩

ସ୍ନେହର ନଳିନୀ!         

ମୋର ସ୍ନେହ ନେବ। ଜେଜେ, ବାପା, ମା’ଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବ। ଜେଜେଙ୍କ ଦେହ ଭଲ ଅଛି ଜାଣି ଖୁସି ହେଲି। ତୁମେ ପରୀକ୍ଷାରେ ଭଲ କରିଛ , ୟା ଠାରୁ ଆଉ କ’ଣ ଅଧିକ ଦରକାର। ମା’ କହୁଥିଲେ ତୁମେ ବେଳେବେଳେ ପରୀକ୍ଷା ଚିନ୍ତାରେ ଭାଙ୍ଗିପଡୁଛ! ଶୁଣ, ପରୀକ୍ଷା କି ପରୀକ୍ଷା ପରର ପରିଣାମ ଆମ ଜୀବନରେ ଖୁସି ଆଣେନି; ଖୁସି ଆଣେ ଜୀବନ ଜୀଇଁବାର ପ୍ରକ୍ରିୟା।

ମୁଁ ସୂର୍ଯ୍ଯୋଦୟ ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଯୋଗଦେବା ପରେ ତା’ ୟୁଟୁବ୍ ପୢଷ୍ଠାକୁ ଯାଇ ଅନେକ କବିତା, ତତ ଚ୍ ସଂଲଗ୍ନ ଭିଡିଓ ଦେଖେ। ସେଥିରୁ କବିତା ପଠନ ଶୈଳୀ ଶିଖେ। କିଛି ଶିଖେ ମଧ୍ଯ। ସେଥିମଧ୍ଯରୁ ଏକ ଭିଡିଓରେ ଥିଲା ହାତ ଓ ଗୋଡ ନଥିବା ଯୁବକର କାହାଣୀ। ଝଡ ବହିଯିବା ପରେ ଯେପରି ବୢକ୍ଷ ଥୁଣ୍ଟା ପ୍ରାୟ ହେଇଯା’ନ୍ତି। ଯୁବକର କୌଣସି କାରଣବଶତଃ ହାତ, ଗୋଡ ହରାଇବା ପରେ ଜୀବନ ଥୁଣ୍ଟା ପ୍ରାୟ ହୋଇଯାଇଛି। ତଥାପି ସେ ହାରିଯାଇନି ପୁଣି ତା’ ଜୀବନ ପଲ୍ଲବିତ ହୋଇଉଠିଛି ଠିକ ପତ୍ରଝଡା ପରେ ନୂଆପତ୍ର କଅଁଳିଲା ପରି! ସେ ନିଜ ସାଇକେଲ ଚଲାଉଛି ମାନବକୢତ ହାତ, ଗୋଡ ଲଗାଇ, ସତେ ଜୀବନ୍ତ ଭଳି କାମ କରୁଛି। ରାସ୍ତାର କ୍ଷତାକ୍ତ ଛୋଟା କୁକୁର ଛୁଆକୁ ତା’ ଟିଣଘେରା ଘରକୁ ଉଠାଇ ନେଇ ତା’ ଗୋଡରେ ପ୍ଲାଷ୍ଟିକ ନଳୀ ଓ ଚକାକୁ ଏପରି କୌଶଳରେ ବାନ୍ଧିଦେଇଛି ଯାହା ଫଳରେ ସେ ଚାଲିବାରେ ସକ୍ଷମ ହୋଇପାରିଛି। ଅନ୍ଯ କୁକୁର, ଚଢେଇମାନଙ୍କୁ ଖାଇବାକୁ ଦେଇଛି। ନିଷ୍ପାପ ପଶୁଙ୍କ ମୁହଁ ଦେଖି ହସିଦେଉଛି ଯୁବକଟି। ତା’ର ଅବା କି କଷ୍ଟ! ସେ କଥା ତ କହିପାରୁଛି। ବାକଶକ୍ତି ଯେ ଭଗବାନଙ୍କର ଅମୂଲ୍ଯ ଦାନ; ପଶୁମାନଙ୍କ ପାଖରେ ଆସିବ ବା କୁଆଡୁ! ପଶ୍ଚିମ ଦିଗକୁ ମୁହଁ କରି ଅସ୍ତଗାମୀ ସୂର୍ଯ୍ଯଙ୍କୁ ଧନ୍ଯବାଦ ଅର୍ପଣ ପୂର୍ବକ ତା’ ବଂଶୀ ପୂର୍ଣ୍ଣ ଥଳୀରୁ ବଂଶୀଟିଏ ନେଇ ଅଗଣାରେ ପଡିଥିବା ଲୁହା ଟେବୁଲ ଉପରେ ଲଥ କରି ବସିପଡିଛି। ନିଜ ମାନବକୢତ ଗୋଡ ପରେ ହାତକୁ ବାହାର କରି ଶାନ୍ତି ଖେଳାଇବା ଉଦ୍ଦେଶ୍ଯରେ ବଂଶୀ ବଜାଉଛି। ଏକ ଶାନ୍ତ ବାତାବରଣ ଖେଳିଯାଇଛି। ବଂଶୀ ସ୍ବରର ମଧୁରତାରେ ପ୍ରାଙ୍ଗଣ ବିଭୋର ହୋଇଉଠିଛି।
ଯୁବକର ଅଦମ୍ଯ ଚେଷ୍ଟା, ସାହସ ତଥା ତା’ର ଜୀବନ ଜୀଇଁବାର କୌଶଳ ତାକୁ ନେଇଯାଇଛି ଉଚ୍ଚ ସ୍ଥାନକୁ! ଏଣୁ ଆମେ ସବୁ ପରିସ୍ଥିତିରେ ଶାନ୍ତ, ଦୢଢ ମନରେ କାର୍ଯ୍ଯକୁ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରିବା ଏବଂ ଆମ ପାଖରେ ଯାହା ଅଛି ତାହା ଭଗବାନଙ୍କ ଦାନ ଏବଂ ଆମ ସବୁ କର୍ମକୁ ଯଦି ଭଗବାନଙ୍କ ନିକଟରେ ସମର୍ପିଦେବା ତେବେ ଜୀବନ ସୁଖମୟ ହେଇପାରିବ।
ମୁଁ ଦଶହରାରେ ଘରକୁ ଆସୁଛି। ଦଶହରାରେ ଜଗଜ୍ଜନନୀ ମା’ଙ୍କ ପୂଜା ଦେଖିବାକୁ ରୌପ୍ଯନଗରୀ କଟକ ସହରକୁ ଯିବାକୁ ମନସ୍ଥ କରିଛି। ଆଶା, ଖୁବ ଶୀଘ୍ର ଭେଟିବା।

ପ୍ରେରକ ପ୍ରାପକ

ଶୁଭ୍ରାଂଶୁ କର ନଳିନୀପ୍ରଭା କର
ଠିକଣା- ଅନାମ କଲୋନୀ, ମାର୍ଫତ- ରବୀନ୍ଦ୍ର କର, ଗଡସାହି
ପ୍ଲଟ- ୧୧୯୬।
ପୋ:ଅ- ନୟାପଲ୍ଲୀ,
ଭୁବନେଶ୍ବର। ପୋ:ଅ- ସତ୍ଯପୁର
ଜିଲ୍ଲା- ଖୋର୍ଦ୍ଧା ଜିଲ୍ଲା- ନୟାଗଡ
ପିନ୍- ୭୫୧୦୧୨ ପିନ୍-

Loading

Leave a Reply

Your email address will not be published. Required fields are marked *