ଶାଶ୍ଵତ ସୁକ୍ତି
ଚିର ଶାଶ୍ଵତ ଅମଳିନ କୃତି
ଯୁଗେ ଯୁଗେ ରହିଯାଏ
ଏ ମର ସଂସାରେ ସେ ଏକା ଆମର
ଯଶ ଯିଏ ରଖିଯାଏ।
ପରତ୍ମାମା ଙ୍କ ଶାଶ୍ଵତ ପ୍ରେମେ
ଅଵଗାହି ତନୁ ମନ
ଏ ଭବ ସଂସାରୁ ନିସ୍ତରି ଯିବା
ଧନ୍ୟ ହେବ ଏ ଜୀବନ।
ଶାଶ୍ଵତ ବନ୍ଧନ ଚିର ଅମଳିନ
ମହକରେ ମହକିତ
ଲଭିଥାଏ ଯିଏ ଭାଗ୍ୟବାନ ସିଏ
ସିଏ ତ ଜଗତ ମିତ।
ଶାଶ୍ଵତ ଭାବନା ମନ ତଳେ ଥିଲେ
ପର ବି ଲାଗେ ଆପଣା
ହସକାନ୍ଦ ସବୁ ଏକ ପରି ହୁଏ
ମନ ହୁଏ ନାହିଁ ଊଣା।
ଶାଶ୍ଵତ ସ୍ନେହ ଅତିବ ଦୁର୍ଲଭ
ପିତା ମାତା କୋଳେ ଥାଏ
ସେହି ନିର୍ଝରଣୀ ସଦା ଝରୁଥାଏ
ଅନ୍ତରେ ରହିଯାଏ।
ଶାଶ୍ଵତ ସୁଖ ପାଇ ଅଛି ଯିଏ
ସଦା ସୁଖି ରହିଥାଏ
ସୁଖ ଦୁଃଖ ସବୁ ସମଭାବେ ନେଇ
ଆନନ୍ଦେ ମଗନ ହୁଏ।
ଜୀବନ ପଥରେ ଅନେକ କଷଣ
ବାଟ ସାରା କଣ୍ଟା ଭରା
ଶାଶ୍ଵତ ପ୍ରେମରେ ଆନନ୍ଦେ ମଜ୍ଜିଲେ
ସୁଖ ହେବ ଆସରା।
ଯେତେ ଧନ ଜନ ମାନ ସନମାନ
ସବୁ ତ ଅଳୀକ ସିନା
ଏକା ପରତ୍ମାମା ଶାଶ୍ଵତ ଅଟନ୍ତି
ମନେ ରହୁ ଏ ଭାବନା।
କ୍ଷଣ ଭଙ୍ଗୁର ଏ ନଶ୍ୱର ଜୀବନ
ଶାଶ୍ଵତ ପ୍ରେମ ଅଟେ ଚିରନ୍ତନ।
***********************
ସୁସ୍ମିତା ଶତପଥି ( ଅଧ୍ୟାପିକା)
ଟ୍ରାଇଡେଣ୍ଡ୍ ଇଂ କଲେଜ