*ସ୍ବପ୍ନ ସାଗର*

ଜୀବନର ଚଲାପଥ ଆସେ କେତେ ସ୍ବପ୍ନ
ଅସରନ୍ତି ଆଶା ଅସୁମାରୀ କୁ ନେଇ

ବାସ୍ତବରେ ସତ୍ୟ ନୁହେଁ ଏହି ସ୍ବପ୍ନ
ଅଯଥାରେ ସମୁଦ୍ର ଲଘ୍ନି ମଧ୍ୟ ପରେ

ସ୍ବପ୍ନ ଆସେ ବଡ଼ି ଭୋରୁ ପୁଣି ତ ଆସେ ସନ୍ଧ୍ୟା ସମୟରେ

ଏଆଡୁ ସିଆଡୁ ବିଷୟ ନେଇ ସେ
ମନକୁ ବିସ୍ମିତ କରେ

ସ୍ବପ୍ନ ସାଗରରେ ବୁଡ଼ ନାହିଁ କେହି
ମିଳେ ତ କେବଳ ଦୁଃଖ ଯନ୍ତ୍ରଣା

କେବେ ମୁକ୍ତି ମିଳେନାହିଁ କି ମିଳିବ ନାହିଁ ରେ
ସ୍ବପ୍ନ ସାଗରରେ ଥରେ ଯିଏ ହଜେ
ପାଏ ନାହିଁ କୂଳ ଥଳ ।

ନାମ_ ଅନିତା ବିଶ୍ଵାଳ

ଜିଲ୍ଲା _ସୁନ୍ଦରଗଡ଼

 266 total views,  1 views today

Leave a Reply

Your email address will not be published. Required fields are marked *