🌺ପ୍ରତୀକ୍ଷା 🌺
ତିନୋଟି ଅକ୍ଷରର ସମାହାର ସିନା
ହେଲେ ଅନ୍ତ ନାହିଁ ତାର,
ମୁଁ ଜାଣିଛି ମୋତିଟିଏ ପାଇବା ଆଶାରେ
ଶାମୁକା ସାଉଁଟୁଛି ସାଗର ବେଳାରେ,
କିନ୍ତୁ ହତାଶାର ଦୀର୍ଘଶ୍ୱାସ ଟିଏ ମୋ ଛାତି ଥରାଇ
ମିଶିଯାଏ ଶୂନ୍ୟରେ ମହାଶୂନ୍ୟରେ.
ପ୍ରେମ ଓ ପ୍ରତାରଣାର ମଝି ବିନ୍ଦୁରେ
ବସିଛି ମୁଁ ତୁମ ପ୍ରତିଶୃତି ର ଅପେକ୍ଷାରେ,
ତୁମ ସ୍ମୃତି ଭରା କେତୋଟି ମୁହୂର୍ତ୍ତକୁ
ସାଇତି ରଖିଛି ମୋ ଜୀବନ ପୃଷ୍ଠାରେ
ମୁଁ ଜାଣିଛି,
ତାକୁଇ ପାଥେୟ କରି ବଞ୍ଚିବାକୁ ହେବ ମତେ
ନିଶ୍ୱାସ ର ଅନ୍ତ ହେବ ସିନା,
ଅନ୍ତ ହେବନାହିଁ କେବେ
ତୁମ ପାଇଁ ମୋ ପ୍ରତୀକ୍ଷାରେ……
ଶ୍ରୀମତୀ କୃଷ୍ଣା ଦାସ
ପୁରୀ