ପ୍ରାଣ ରକ୍ଷକ
ହେ ଭାଇ କୃଷକ,
ସାଜୁ ସଭିଙ୍କ ପ୍ରାଣ ରକ୍ଷକ।
ବରଷ ଦିନ ବାର ଖଟି,
ସୁସ୍ୱାଦୁ ଫସଲ ଦେଉ ତୁ ଭେଟି।
ତଥାପି ମନେ ନରଖୁ ସଙ୍କୋଚ,
ତୁ ପରା ଆମ ରକ୍ଷା କବଚ।
ତ୍ୟାଗ ର ପ୍ରତିମୂର୍ତ୍ତି ସାଜି,
ବିତାଉ ଜୀବନ ଦୁଃଖ ରେ ଆଜି।
ରାଜରାସ୍ତାରେ କରୁ ବିକ୍ଷୋଭ, ବିଦ୍ରୋହ,
ଜୀବନ ଜିଇଁବା ହୋଇଯାଏ ଦୁର୍ବିସହ।
ଆଶ୍ରୟ ନେଉ ଶେଷରେ ଆତ୍ମହତ୍ୟାର,
ହେ ଭାଇ କିପରି ବିଚାର ଏ ତୋର।
ସାଇଲିପ୍ସା ସାହୁ, ଅନୁଗୁଳ।