ମୁଁ କୃଷି
*****
ଖରା ବରଷା ଶୀତ କାକର
ପାସରି ଦିଏ ମୁହିଁ,
ଶସ୍ୟକୁ ଯେବେ ଅମଳ କରେ
ଦୁଃଖ ମୋ ଯାଏ କାହିଁ।।
ବରଷ ସାରା ମୋହରି ପାଖେ
ନ ଥାଏ ବିଶିରାମ,
ଜଗତ ପାଇଁ କର୍ମଠ ବୀର
ନିତି ଯେ କରେ ଶ୍ରମ।।
ଆଖିର ଲୁହ ଛାତିର ଲହୁ
ନିଗାଡି କରେ କାମ,
ଟାଙ୍ଗରା କ୍ଷେତେ ସୁନା ଫଳାଏ
ମନେ ନ ରଖି ଭ୍ରମ।।
ବିଜ୍ଞାନ ଯୁଗେ ଖଳାର ମଜା
ପାଏନି ଏବେ ଆଉ,
ଅମଳ ପାଇଁ ବେଙ୍ଗଳା ନାହିଁ
ମେସିନି କଥା କହୁ।।
ହାତରେ ଧାନ ଗଛକୁ ଧରି
ବାଡାଏ ଯେହୁଁ ମୁହିଁ,
ସୁନାର ଶସ୍ୟ ଦେଖିଲା ପରେ
କଷ୍ଟ ଯେ ଯାଏ କାହିଁ।।
✍🏻 ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ