କୃଷକ ଭାଇ
କ୍ଷେତ ବାଡ଼ିରେ ଶ୍ରମ ତୁ ଢ଼ାଳୁ
ଅଚିରେ ସ୍ୱାର୍ଥ ବିନା
ଲହୁ ଲୁହାଣ ସହି ତୁ କଷ୍ଟ
ମାଟିକୁ କରୁ ସୁନା ।
କେତେଯେ ତ୍ୟାଗ ନିଃସ୍ୱାର୍ଥେ
କରୁ ଖରା ବରଷା ସହି
ତୋ ମୂଲ କିଏ ଦବରେ ଭାଇ
ଅମୂଲ୍ୟ ତୋର ଲହୁ।
ଶୀତ କାକର ଖାତର ନାହିଁ
ଚାଷ ପ୍ରେମରେ ମାତୁ
କିଏ ସେ କହେ ସାହସୀ ପୁଅ
ବର୍ଷାରେ ନିତି ଭିଜୁ।
ତୋ ପାଇଁ ଏହି ପୃଥିବୀ ହସେ
ହସେ ଏ ସାରା ଜଗତ
ହସୁଥିବ ଏ ଦୁନିଆଁ ଯଦି
ତୋ ହାତରେ ଥିବ କ୍ଷେତ।
ମନୋରମା ସାହୁ, କଟକ