ପ୍ରଥମ ପ୍ରେମ
ପ୍ରଥମ ପ୍ରେମ ଟି ସିଏ
ପହିଲି ପୁଲକ
ପ୍ରଥମ ପ୍ରେମ ଟି ସିଏ
ଆଶାର ଆଲୋକ।
ପ୍ରଥମ ପ୍ରେମ ଟି ସିଏ
ନବ ଉଦ୍ଦୀପନା
ପ୍ରଥମ ପ୍ରେମ ଟି ସିଏ
ଆଦ୍ୟ ଶିରୋନାମା।
ପ୍ରଥମ ପ୍ରେମଟି ସିଏ
ଶୈବାଳର ପଥ
ପଦ ଖସିଯିବା ଭୟ
ଥାଏ ଅବିରତ।
ପ୍ରଥମ ପ୍ରେମ ଟି ସିଏ
ଭାଷା ହୃଦୟ ର
ପ୍ରଥମ ପ୍ରେମ ଟି ସିଏ
ଅଭୁଲା ସ୍ଵାକ୍ଷର।
ପ୍ରଥମ ପ୍ରେମ ଟି ସିଏ
ଅଙ୍କୁରୋଦଗମ ନବ
ମନରେ ବୂଣ ଇ ବୀଜ
ଅସୁମାରି ଭାବ।
ପ୍ରଥମ ପ୍ରେମ ଟି ସିଏ
ମିଳନ ଆଭାସ
ଭବିଷ୍ୟତ ସମ୍ପର୍କ ର
ଆଶା ଓ ବିଶ୍ବାସ
ପ୍ରଥମ ପ୍ରେମ ଗୋପନ
ଲଜ୍ଜା ଅରୁଣିମା
ଯୋୖବନ ମୁଖ ମଣ୍ଡଳେ
ଆରକ୍ତ ସୁଷମା।
ପ୍ରଥମ ପ୍ରେମ ଟି ସିଏ
ଅସରନ୍ତି ସମୃତୂ
ମନ ପେଟିକା ରୁ କେବେ
ହୁଏ ନାହିଁ ଈତି।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨