*ପ୍ରଭାବିତ*
ରବି କର ପ୍ରସାରିଣ ସର୍ବସ୍ଥାନେ
ଗ୍ରହଣ କରଇ ଜଳ
ସର୍ବଗୁଣ ବ୍ୟକ୍ତି ସଂପୃକ୍ତି ହେଲେବି
ସୁଗୁଣ ଆଦରି ଚଳ।
ଚନ୍ଦ୍ରର ଶୀତଳ କିରଣ ଦିଅଇ
ପ୍ରତିଟି ମନେ ଆନନ୍ଦ
ଧୀର ସ୍ଥିର ଶାନ୍ତ ମନ କର୍ତ୍ତବ୍ଯରେ
ବିକଶଇ ତ ସୁଗନ୍ଧ।
ପୃଥିବୀର ଧୈର୍ଯ୍ୟ ଗୁଣେ ପ୍ରଭାବିତ
ସହିଷ୍ଣୁତା ଯେ ମହାନ
ପ୍ରତିଟି ଜୀବନ ହୁଏ ଉପବନ
ଧରିତ୍ରୀ ମାଆ ସମାନ।
ଆକାଶ ପରି ବିସ୍ତାରିତ ହୃଦୟ
ମହତ ଜନଟି ସିଏ
ଉଚ୍ଚମନା ହୋଇ ଅନ୍ୟର ସୁଖରେ
ଖୁସି ତାକୁ ମିଳିଥାଏ।
ଅଚଳ ପରି ସ୍ଥିର ଦୃଢ କର୍ମରେ
ସର୍ବଦା ରଖି ମତି
ଯତି ପରି ଦିବ୍ୟତ୍ବ ମହତ୍ତ୍ଵ ଜ୍ୟୋତି
ପ୍ରାପ୍ତ ହୁଅଇ ପ୍ରଶସ୍ତି।
ଡ.ପ୍ରିୟମ୍ବଦା ସାମଲ
ଭୁବନେଶ୍ଵର।