ମାଆ ଓ ମାଟି
********
ଲ୍ୟାଣ୍ଡମାଇନ ବିସ୍ଫୋରଣ ପାଇଁ ପ୍ରଥମେ ଗୋଟିଏ ଟେଷ୍ଟ କରିଥିଲା ସନ୍ତ୍ରାସବାଦୀ । ଘରୁ ରାଗି ଚାଲିଆସିଥିଲା ସୁଜାତା । ବୁଲୁଥିଲା ଏକାକୀ । ହଁ, ଇଏ ତ ଆମ ଗାଁ ଲୋକ ନୁହେଁ । କ’ଣ କରୁଛି ସେଠି । ମାଆ ତ ଏଇ ବିଲରେ ସାରୁ ଲଗାଏ । କାହାକୁ କହିଚି କି ସାରୁ ଲଗାଇବାକୁ ?? ଏତିକି ବେଳକୁ ପଛ ଯାଗାରେ ବିସ୍ଫୋରଣ ହେଲା । ଡରି ଯାଇଥିଲା ଏକବାରେ ସୁଜାତା । ଏଥର ସେ ଦେଖିଥିବା ସିନେମା କଥା ମନେ ପଡ଼ିଲା । ଭୂମି ଫାଟୁଥିବା କଥା ଆଖି ଆଗକୁ ଆସିଲା । ପ୍ରଥମେ ଲୁଚିଗଲା ଗୋଟିଏ ବୁଦା ଭିତରେ । ଚୁପି ଚୁପି ଦେଖିଲା ଲୋକ ଟି କରୁଥିବା କାମକୁ । ବୁଝିବାରେ ଆଉ ଅସୁବିଧା ହେଲାନି ସୁଜାତାକୁ । ଲୁଚିକରି ଗୋଟେ ପରେ ଗୋଟେ ଵମ଼ ଜଳିବା ଅବ୍ୟବସ୍ଥା କରିଥିଲା ସାହସ କରି । ଏତିକି ବେଳକୁ ମନେ ପଡ଼ିଲା ତାଙ୍କ ଘରପାଖରେ ଏମିତି ଏକ ଵଲ୍ ଥୁଆ ହୋଇଥିଲା ।
ଦୌଡ଼ି ଦୌଡ଼ି ଆସିଲାଵେଳକୁ ଫୁଟିଲା ସେଇ ଵମ୍ । ସୁଜାତା ର କିଛି ଅଂଶ ପୋଡିଗଲା । ତଥାପି ସାହସ କରି ଉଠିବାକୁ ଚେଷ୍ଟା କରି ବଡ଼ ପାଟିରେ ଚିତ୍କାର କରି ଡାକିଲା । ଗଦା ହୋଇ ଗଲେ ଗାଁ ଲୋକେ । ସୁଜାତା ସବୁ କହି ହାତ ବଢ଼ାଇ ବେହୋସ୍ ହୋଇପଡ଼ିବା ଦେଖି ଅନ୍ୟମାନେ ୧୦୮ ଆମ୍ବୁଲାନ୍ସରେ ତାକୁ ମେଡିକାଲ ନେଇ ଥିଲେ । ସେ ସନ୍ତ୍ରାସବାଦୀଟି ଗାଁ ଲୋକଙ୍କ ହାତରୁ ଉତ୍ତମ ମଧ୍ୟମ ଖାଇ ଧରାପଡ଼ି ଦଣ୍ଡ ପାଇଁ ଜେଲ ଗଲା ।
ଦୁଇ ଦିନ ପରେ ସୁସ୍ଥ ହୋଇ ଗାଁ ଠିକ୍ ଅଛି ତ ବୋଲି ପଚାରିଲା ସୁଜାତା । ଏଡେ ଛୋଟ ପିଲା ସନ୍ତ୍ରାସବାଦୀ ଆକ୍ରମଣ ଆଶଙ୍କା କରି ଗାଁ କୁ ରକ୍ଷା କରିଥିବାରୁ ଲୋକେ ଧନ୍ୟ ଧନ୍ୟ ପ୍ରଶଂସା କରୁଥିଲେ । ସରକାର ଙ୍କ ଠାରୁ ପୁରସ୍କାର ପାଇଲା ବେଳେ ଭାବୁଥିଲା ମୋ ମାଟିମାଆକୁ ମୁଁ ବଞ୍ଚାଇ ପାରିଥିବାରୁ ଧନ୍ୟ ମନେ କରୁଛି । ସମସ୍ତେ ସୁଜାତାର ପ୍ରଶଂସା କରୁଥିଲେ
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର ।