ପୃଥିବୀ…
ଶବ୍ଦରୁ ଉତ୍ପତ୍ତି, ଶବ୍ଦେ ସେ ବୈଭଵୀ.
ଶଵଦେ ହୁଏ ସ୍ଥବିର,
ନିଆରା ଗ୍ରହ ସେ ସୌର ମଣ୍ଡଳର
ନାମଟି ପୃଥିବୀ ତାର.
ଗାତ୍ର ଆମୋନିଆ ଠାରୁ ଏକ କୋଷି
ପରେ ମହାଜୀବ ସୃଷ୍ଟି,
ଜଡ଼ ରୁ ଜୀବ କୁ କରିସେ ଭିଆଣ
ସାଜିଛି ଜନନୀ ପୃଥ୍ଵୀ.
ଜନ୍ମଦାତ୍ରୀ ପାଳେ ସଞ୍ଚାରି ଗରଭେ
ଆଜୀବନ ପାଳେ ସେହି,
ଉଡିଗଲେ ପ୍ରାଣ ସାଉଁଟି ରଖେ ସେ
କୋଳେ ତାର ସ୍ଥାନ ଦେଇ.
ତା ପାଣି ପବନ, ଫଳ ଫୁଲ ବନ
ପରିପୁଷ୍ଟ କରେ ଅଙ୍ଗ,
ଅସ୍ଥି ମଜ୍ଜା ଠାରୁ କଣ କଣ ଶରୀ
ଗଠନେ ଦିଅଇ ସଂଗ.
କର୍ଷଣ ଖନନ କର୍ତ୍ତନ ହନନ
ସବୁ ସହି ସର୍ବଂସହା,
ଅକୁଣ୍ଠିତ ଚିତ୍ତେ ଅଜାଡ଼ଇ ଶଷ୍ୟ
ବଞ୍ଚିବାକୁ ହୁଏ ସାହା.
ମେରୁ ଗିରି ନଦୀ
ଚର ଅନାବାଦୀ
ସବୁ ସଜାଇଛି ଦେହେ,
ସାଗରେ ତରଙ୍ଗ
ଆକାଶେ ବିହଙ୍ଗ
ପତଙ୍ଗେ ମାନସ ହଜେ.
ଗ୍ରୀଷ୍ମ ଉଷ୍ମତାରେ
ଉଜୁଡା ସମ୍ଭାର,
ଶ୍ରାବଣରେ ମାଦକତା,
ଶରତ ସରାଗ
ବସନ୍ତ ଅଭିପ୍ସା
ଶୀତ ବାଣ୍ଟେ ଚପଳତା
ଆଦ୍ୟାନ୍ତ ଅଜଣା,
କାନ୍ତି ସସାଗରା
ଭୂମିରୁ ଭୂମା ବିସ୍ତାର
ଗ୍ରନ୍ଥର ସାହିତ୍ୟ
ଶୋଭାରେ ବୈଚିତ୍ର
ଜାତିଜାତି ଜୀବ ଦାର.
ସବୁଜିମା ଭରେ
ହସେ ମନ ଝୁରେ
ସୌନ୍ଦର୍ଯ୍ୟରେ ନେତ୍ର ପୂରେ,
ସବୁଜିମା ଶେଷ
ଧ୍ବଂସ ଅବଶେଷ
ତାଣ୍ଡଵୀ ନୃତ୍ୟ କରେ.
କାକୋଳ ଗ୍ରାସିଛି
ହଳାହଳ ଦେହେ
ଧୁଳକ ଭରିତ ଶ୍ୱାସ
ବନ ବଢା଼ଇଵା
ବୃକ୍ଷବି ରୋପିବା
କାଳକୂଟ ହେବ ନାଶ
ଦିଶିବ ସେ ହସ ହସ.
ମିନତୀ ଦାଶ
ବାରିପଦା
ମୟୁରଭଞ୍ଜ
9438478657