କୃପା ଭେଳା
କୃପା ଭେଳା ଶ୍ରୀଚକା ଡୋଳା
କାହିଁ କେତେ ଦୂର ହେ ଶରଣା ଗତ ଶ୍ରୀ ପୟର
ଭାସି ଯାଏ ଦୀନ ଦୁଃଖି ଭବ ସାଗର
ବନ୍ଦଇ ଛାର ଅବଳା
ଆରତେ ଡାକଇ ତୁଳସୀ ମାଳା
ସବୁ ପରା ତୁମ ଲୀଳା
ତୁମେ ତ ଦୁଃଖି ଗଳାହାର
ହେ ଶ୍ରୀ ନାମ କୁଞ୍ଜେ କଲି ଘର
ନିରତେ ଭଜିଲି ମୋ ମାଆ ବିମଳା
ମଙ୍ଗଳ କାରିଣୀ ହେ ମାଆ ମଙ୍ଗଳା
ମଙ୍ଗ ମୋ ସଳଖି ଧର ନ କରିବ ହେଳା ହେ
ଉଛୁଳା ନଈରେ ଖେଳେ ଜୁଆର
ଆଦରି ନେଉଛି ଶ୍ରୀ କ୍ଷେତ୍ର ମାଳା
ଭାବେ ଭଜଇ ହେ ଭାବ ଭୋଳା
ମାଆ ସାରଳା ହେଙ୍ଗୁଳା ନାନା ରୂପେ ରୂପ ତୋର
କି କହିବି ମହା ପ୍ରଭୁ ଶ୍ରୀ ପାଦେ ଯୋଡୁଛି କର
କୃପା ଭେଳା……..✨
💥===••ଜୟ ଜଗନ୍ନାଥ••===💥
🎪ବିଦ୍ୟୁତ୍ ପ୍ରଭା ନାୟକ🎪
🪔କୁଆଖିଆ, ଯାଜପୁର🪔
☎️•••୭୦୭୭୮୮୧୪୬୦📞