“ଆମେ ରେ ଅମୃତ ସନ୍ତାନ”
ସୃଷ୍ଟିକର୍ତ୍ତା କଲେ ମାନବ କୁ ସୃଷ୍ଟି
ଅମୃତ ସନ୍ତାନ କରି
ଶ୍ରେଷ୍ଠ ଜୀବ ବୋଲି ଏ ଧରା ଧାମରେ
ପରିଚୟ ଦେଲେ ହରି।
ଯେଉଁ ସନ୍ତାନ ର ଭରିଥିବ ହୃଦେ
ସ୍ନେହ, ଦୟା, କ୍ଷମା ଭାବ
ସଂସ୍କାର ସଂସ୍କୃତି ଆଧାରେ ଚାଲିବ
ମନରେ ନ ରଖି କ୍ଷେଦ।
ମଧୁର ବଚନ କହୁଥିବ ସଦା
ହୃଦୟ ଥିବ ନିର୍ମଳ
ବଡ଼ କୁ ସମ୍ମାନ ସାନ ଙ୍କୁ ଆଦର
କରୁଥିବ କର୍ମ ଭଲ।
ହିଂସା କ୍ରୋଧ ଠାରୁ ଦୂରେଇ ରହିବ
ପ୍ରସନ୍ନ ଥିବ ତା’ ମୁଖ
ସମସ୍ତଙ୍କ ପ୍ରତି ସୁବ୍ଯବହାର
ଦେବନି କାହାକୁ ଦୁଃଖ।
ଭକତି ର ଭାବ ହୃଦୟ ରେ ଥିବ
ଭଜୁଥିବ ପ୍ରଭୁ ନାମ
ପ୍ରଭୁଙ୍କ ନାମରେ ଅମୃତ ର ଧାରା
ଅଛି ପୁଣି ସତ୍ଯ ଧର୍ମ।
ସୁସ୍ଥ ପରିବାର ଗଠନ କରିଲେ
ସମାଜକୁ ହୁଏ ହିତ
କଳୁଷିତ ହୀନ ସୁସ୍ଥ ପରିବେଶ
ଜଗତ କୁ କରେ ପ୍ରୀତ।
ସବୁ ଗୁଣ ଯଦି ଆପଣେଇ ନେବା
ଅମୃତ ସନ୍ତାନ ହେବା
ପ୍ରଭୁଙ୍କ ସୃଷ୍ଟି କୁ ଆଶିର୍ବାଦ ଭାବି
ଧରା ରେ ଅମୃତ ବାଣ୍ଟିବା।
ସୁଜାତା ପତି, ଭୁବନେଶ୍ବର