ବିଶ୍ବ ହସ ଦିବସ ଉପରାନ୍ତେ — ଆମ ପାଖ ଗାଁ ଚଗିଲୀ
ପାଖ ଗାଁ ଚଗିଲୀ
ପାଖ ଗାଁ ଚଗିଲୀ
ଭାରି ଚୁଲୁବୁଲି
ଆସିଥିଲା ଗାଁ ବୁଲି,
ମୋତେ ଦେଖିଦେଇ
ମୁରୁକି ହସିଲା
ସଉଦା ଆଣିବା
ଗଲି ମୁଁ ଭୁଲି
ବାଟେ ଯାଉ ଯାଉ
ହସ ତା ଭାବିଲି
ଆହା ସେ କୁରୁମ କଲି
ହସିଦେଲେ ସିଏ
ଗାଲ ଦିଶେ ଖିଲି
ଝରିପଡେ ସତେ ମଲ୍ଲୀ,
ଭାବୁ ଭାବୁ ତାକୁ
ଝୁଣ୍ଟି ମୁଁ ପଡିଲି
ଖଣ୍ଡିଆ ଖାବରା ହେଲି
ସଉଦା ନ ଆଣି
ଘରେ ପହଞ୍ଚିଲି
ଘରଣୀ ହୋଇଲା ନାଲି,
ମୁଣ୍ଡି ଝାଡୁଟାରେ
ପିଟି ଦେଇଗଲା
ବେହୋସ ହୋଇ ପଡିଲି
ପାଖ ଗାଁ ଚଗିଲୀ
କି ହସ ହସିଲା
ତା’ ପାଇଁ ହିନସ୍ତା ହେଲି…..।
ଶ୍ରୀକାନ୍ତ ପଣ୍ଡା
ବସନ୍ତିଆ,ଭଦ୍ରକ