କବିତା ର ଶୀର୍ଷକ — ରୌଦ୍ରତାପେ ଉତ୍ତପ୍ତ ଧରିତ୍ରୀ
କିମ୍ପା କର କୋପ ଆହେ ଭାନୁଦେବ
ଧରାକୁ ଜାଳି ଦେଲଣି
ପଶୁ ପକ୍ଷୀ ନର ସର୍ବେ ହାହାକାର
ସଭିଙ୍କୁ ପଡେ ଭାଳେଣି
ତୁମ୍ଭ ରୌଦ୍ରତାପେ ଭୁପୃଷ୍ଠର ଜଳ
ହେଲାଣି ପା ତ୍ତାଳ ଗାମୀ
ଅସହ୍ୟ ଉତ୍ତାପ ସହି ନ ପାରିଣ
ଲାଭା ଉଦ୍ଗାରଇ ଭୂମି
‘ଅଂଶୁଘାତ’ ର ହେଉଛନ୍ତି ଶିକାର
ଦଣ୍ଡେ ଘରୁ ବାହାରିଲେ
ବହେ ଝାଂଜି ଖରା ଯେନ୍ହେ ନିଆଁ ହୁଳା
ଅସମ୍ଭାଳ ଦିବାବେଳେ
ପ୍ରଚଣ୍ଡ ଉତ୍ତାପ ସହି ନ ପାରିଣ
କାଢ଼େ ଦେହୁ ଅଳଙ୍କାର
ରାଣୀ ବେଶ ଛାଡ଼ି ଦାସୀ ବେଶ ଧରେ
ବିକଟାଳ ରୂପ ତା’ର
ତା ‘ ସନ୍ତାନ କ୍ଳେଶ ନ ପାରଇ ସହି
ମନ ବଡ ଅବଶୋଷ
ଡାକଇ ପ୍ରଭୁଙ୍କୁ ଆକୁଳ ସ୍ୱରରେ
ହୁଅ ଦୀନବନ୍ଧୁ ତୋଷ
ନିଜ ସ୍ୱାର୍ଥ ପାଇଁ କରୁଛି ବିନାଶ
ବୃକ୍ଷ ଲତା ଜାତି କୁଳ
ନିଜେ ଗୋଡ଼େ ନିଜେ ମାରୁଛି କୁରାଢ଼ୀ
ବିପଦ ନିଜେ ସମ୍ଭାଳ
ସୁଧୁରି ଯାଅ ରେ ମୁରୁଖ ମାନବ
ଏବେ ବି ସମୟ ଅଛି
ବେଳ ଥାଉ ଥାଉ ସଜାଗ ନ ହେଲେ
ଆଉ ପାରିବୁନି ବଞ୍ଚି
ଗଛ ଟିଏ ପୋତି ବଞ୍ଚାଅ ଏ ସୃଷ୍ଟି
ତେବେ ପାଇବୁ ମୁକତି
ଝରଣା ତନ୍ତୀ , ସୁନ୍ଦେରଗଡ