ଅକ୍ଷୟ ତୃତୀୟା
ରଞ୍ଜୁଲତା ପାଢୀ
ବୈଶାଖ ମାସର ଶୁକଳ ତୃତୀୟାଟି
ଅକ୍ଷୟ ତୃତୀୟା ନାମ
ସବୁ ଶୁଭ କାର୍ଯ୍ୟ ସଫଳ ହୁଅଇ
ଆରମ୍ଭିଲେ ଏହି ଦିନ।
ନୂତନ ବସନ ପରିଧାନ ସାଥେ,
ହସ୍ତେ ଅକ୍ଷିମୁଠି ଧରି
ମହାଲକ୍ଷ୍ମୀଙ୍କର ସୁମରଣା କରି
ଚାଷୀ ଯାଏ କୃଷି କରି।।
ଯାତ୍ରା ଅନୁକୂଳ ଅମୃତର ବେଳ,
ପୁଣ୍ୟ ପବିତ୍ର ଦିବସ
ଶଙ୍ଖ, ହୁଳହୁଳି ପଡଇ ଉଛୁଳି
ଐଶାନ୍ୟେ ବୁଣଇ ଶସ୍ୟ।
ବରଷକ ପାଇଁ ଭଣ୍ଡାରକୁ ପୂର୍ଣ୍ଣ
କର ହେ ଅନ୍ନଦାୟିନୀ
ଧୂପ,ଦୀପ ସାଥେ ସୁମିଷ୍ଟ ନୈବେଦ୍ୟେ
କୃଷକ କରେ ଦୟିନୀ।
ମହାପ୍ରଭୁଙ୍କର ଏ ଶୁଭ ଦିବସେ
ରଥକାଠ ଅନୁକୂଳ
ମହାରଣା ଆଉ ସେବାୟତଗଣେ
ମିଳିଥାଏ ଆଜ୍ଞାମାଳ।।
ଗୃହାରମ୍ଭ ସାଥେ ଗୃହରପ୍ରବେଶ
ବିବାହ,ବ୍ରତ ସଂପନ୍ନ
ପ୍ରତିଟି କାର୍ଯ୍ୟରେ ଶୁଭଫଳ ମିଳେ
କରିଥିଲେ ଏହି ଦିନ।
ଅକ୍ଷିତୃତୀୟାରେ କେନ୍ଦୁବିଲ୍ୟ ଗ୍ରାମେ
ଜନମିଲେ ଜୟଦେବ
ଗୀତଗୋବିନ୍ଦ”ର ପବିତ୍ର ଶ୍ଳୋକରେ
ତୋଷିଲେ ମନ ସରବ।
ଶ୍ରୀକ୍ଷେତ୍ରଧାମରେ ଆରମ୍ଭ ହୁଅଇ
ପବିତ୍ର ଚନ୍ଦନ ଯାତ
ଏକୋଇଶ ଦିନ ଚାପରେ ଖେଳନ୍ତି
ମହାପ୍ରଭୁ ଜଗନ୍ନାଥ।।
ରାଉରକେଲା।ସୁନ୍ଦରଗଡ।।