ନବବର୍ଷ
———-
ହେ ନବବର୍ଷ
ତୁମେ ଆସ ଏବଂ ଯାଅ
ଦିନ ପରେ ରାତି
ହୋଇ ବାରମାସ
କେଲେଣ୍ଡର ପୃଷ୍ଠାରେ ।
ତୁମେ ଆସିଲେ
ଖୋଜାପଡେ
ନୂଆ କେଲେଣ୍ଡର
ଫିଙ୍ଗିଦେଇ ପୁରୁଣାକୁ
ସେ ଏବେ
ଅଲୋଡା ଅଚିହ୍ନା ।
ହେ ନବବର୍ଷ
ତୁମକୁ ଚାହିଁଥାନ୍ତି ସର୍ବେ
ମନେଇଵାକୁ ଜିରୋ ନାଇଟ,
ନାଚଗୀତର ତାଳେ ତାଳେ
ମଦ ମାଂସର ଭୋଜି ।
ବିଚରା ମୋବାଇଲଟା
ହୋଇଯାଏ ହଇରାଣ
ଅହରହ ଲାଗି ରହିବାକୁ
କେବେ କେଵେ ଶୁଣେ ଗାଳି
ଯଦି ନ ଲାଗେ ପ୍ରିୟ ଜନଙ୍କୁ ।
ଏବେ ଆଉ ଚାଲୁନି
ଗ୍ରୀଟିଙ୍ଗ ବେପାର,
ଶୁଭୁନି ଡାକବାଲା ଡାକ,
ଚାଲିଛି ଏବେ
ମୋବାଇଲରେ ଇମେଲ
ହ୍ବାଟସ୍ଆପର ଟେକ ।
ହେଲେ ରାତି ପାହିଲେ
ତୁମେ ହୋଇଯାଅ ପୁରୁଣା
ଖବର କାଗଜରୁ ଦିଶେ
ଜିରୋ ନାଇଟ କଥା
କେତେ ଦୂର୍ଘଟଣା,
ଚୋରି ରାହାଜାନି
ଗଣ୍ଡଗୋଳ ଆଦି ।
ହେ ନବବର୍ଷ
ସେହି ରାତିକ ପରେ
ରହିଯାଅ ତୁମେ
କେଲେଣ୍ଡର ପୃଷ୍ଠାରେ
କିନ୍ତୁ
ବଢ଼େ ଖାଲି ପ୍ରଦୂଷଣ
ସମାଜ,ସଂସ୍କୃତି, ପରିବେଶର ।
ଏହା ହୁଏ ଏକ ବୋଝ
ନାହିଁ କିଛି ମୂଲ୍ୟବୋଧ
ଅବା ଶିଖିବା ଜିନିଷ ।
ତଥାପି ସ୍ବାଗତମ୍
ହେ ନବବର୍ଷ ଆମେ
ପାଳୁଛୁ ତୁମ ଦିବସ
ଆଣିଦିଅ ଆମପାଇଁ
ନୂଆ ହରଷ
ହୋଇଯାଅ ତୁମେ
ଆଶା, ଆକାଂକ୍ଷାର ଵର୍ଷ,
ଶାନ୍ତି, ମୈତ୍ରୀ, ପ୍ରୀତି ଦୂତ ।
—————————–
ରାଜୀବ ଲୋଚନ ପାଣିଗ୍ରାହୀ
ରଘୁନାଥ ନଗର, ଆସିକା