ଗଣତନ୍ତ୍ର ର ଗଜଲ
*************
ଭାରତ ମାତା ଆଜି ଝରାଏ ଲୁହ
ଗଣତନ୍ତ୍ର କଥା ସେ ଶୁଣି,
ରାମରାଜ୍ୟ ସ୍ୱପ୍ନ ସାକାର ହେଲାକି?
କାନ୍ଦେ ସେ ବାହୁନି ବାହୁନି ।।
ଭାବିଥିଲା ଦିନେ ଗାଇବ ଗଜଲ
ଗଣତନ୍ତ୍ର ରାଷ୍ଟ୍ରକୁ ନେଇ,
ସ୍ୱପ୍ନ ଯେ ତା’ର ଅଧୁରା ରହିଗଲା
ସନ୍ତାନଙ୍କୁ ପାରେନି କହି।।
ରକ୍ଷକ ସାଜିଲା ଭକ୍ଷକ ଏଇଠି
ଶସ୍ଯଦାନା ଖାଏ ସେ ଗଣି,
ପ୍ରତିରୋଧ ପାଇଁ ନାହିଁ ଆମ ଜୋର
ଶକ୍ତିକୁ ହଜାଇଛେ ଜାଣି ।।
ମାନବିକତା ଆଜି ହଜି ଯାଉଛି
ହୃଦୟେ ରାକ୍ଷସ ପଶୁଛି,
ସବୁ ସ୍ଥାନେ ନାରୀ ଶୋଷଣ ହେଉଛି
ରାଷ୍ଟ୍ରର ସମସ୍ୟା ବଢୁଛି।।
ସମ୍ବିଧାନ ବାର୍ତ୍ତା କିଏବା ଶୁଣୁଛି
ସମସ୍ତେ ତ ସାଜନ୍ତି ରଜା,
ଜାତୀୟ ସଂହତି ନଷ୍ଟ ଯେ ହେଉଛି
ବ୍ୟକ୍ତି ହରାଉଛି ମର୍ଯ୍ୟାଦା।।
ପାଆନ୍ତି ନାହିଁ ଜନ ଏଠି ସୁରକ୍ଷା
ହଜେ ଗଣତନ୍ତ୍ର ବ୍ୟବସ୍ଥା,
ରାଜନୀତିର ପଶାପାଲିରେ ବନ୍ଧା
ଆଇନକାନୁନ୍ ବ୍ୟବସ୍ଥା।।
🙏🙏🙏
ମମତା ବାରିକ
ସ୍ଥାନ-ଯାଜପୁର,ବାରବାଟୀ,ଗ୍ରାମ-ବାମଦେବପୁର।