ବଡ଼ ଦିନ
ଜଗଦୀଶ ଶତପଥୀ
ବଡ଼ ଦୀନ ପର୍ବ ଆନନ୍ଦ ଉଲ୍ଲାସେ ,
ପାଳନ ହେଉଛି ଆଜି।
ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆନନ୍ଦ ଦିଅନ୍ତୁ,
ଏତିକି ମାଗୁଛି ଆଜି।
ମହାମାରୀ ଆଜି ବିଶ୍ୱ କବଳିତ,
ଶଙ୍ଖା ରେ ମଣିଷ ପ୍ରାଣ।
ମଣିଷ ଜାଣିନି କେମିତି ବଂଚିବ,
ସବୁକଥା ତୁମେ ଜାଣ।
ଏ ମଣିଷ ଆଜି ଆକାଶେ ଉଡୁଛି
ଦେଖାଉଛି କରାମତି।
ସାମାନ୍ୟ କୋରୋନା ବଢ଼ି ବଢ଼ି ଚାଲେ
ମଣିଷ ର ଭ୍ରମେ ମତି।
ହେ ପ୍ରଭୁ ଯୀଶୁ ତୁମ ଜନ୍ମଦିନେ
ମାଗୁଣି କରୁଛି ଆଜି।
ସାମାନ୍ୟ ମଣିଷ କିଛି ଜାଣିନାହିଁ
କ୍ଷମା କର ତାକୁ ଆଜି।
ନୂଆ ବର୍ଷ ଦେଉ ଆନନ୍ଦ ଉଲ୍ଲାସ
ହସି ଉଠୁ ସାରା ବିଶ୍ୱ।
ଏତିକି କରୁଣା କର ହେ ଠାକୁରେ
ଆମେ ସବୁ ଆଜି ନିଶ୍ୱ।
@ ଧର୍ମଶାଳା। ଯାଜପୁର।