ମୁଁ କଙ୍କି
ଛୋଟିଆ ଶରୀର ଭାରି ମୁଁ ନିରୀହ
ପବନରେ ଉଡୁଥାଏ.
ଆକାଶ ଛାତିରେ କଳା ଯାଇ ପରି
ଦୁରୁରୁ ମୁଁ ଦିଶୁଥାଏ.
ବରଷା ଆସିବା ଆଗରୁ ସୂଚାଏ
ସୁକ୍ଷ୍ମ ଡେଣା ମୋର ଝାଡ଼ି.
ଛୁଆଙ୍କୁ ଲାଗେ ମୁଁ ଖେଳଣା ପରିକା
ବାନ୍ଧନ୍ତି ମୋ ଦେହେ ଡୋରି.
ଉଡ଼ାଜାହାଜ ମୋ ଦେହର ଆକୃତି
ଫୁଙ୍କି ଦେଲେ ଯାଏ ଉଡି.
ବଡ଼ ସଂସାରେ ଛୋଟିଆ ପ୍ରାଣୀ ମୁଁ
ପ୍ରକୃତି ଦେଇଛି ଗଢି.
ଅଭିପସା ଧଳ…… ✍️
ତୁଳସୀ କ୍ଷେତ୍ର (ପଟ୍ଟାମୁଣ୍ଡାଇ )
କେନ୍ଦ୍ରାପଡ଼ା