ଡିବିରି ସଳିତା
ବେଳେ ବେଳେ ମୁଁ ଭାବେ,
ହୋଇ ପାରନ୍ତି କି ଡିବିରି ର ସେହି
ସଳିତା ଟିକକ,
ଯିଏ ପ୍ରତି ମୁହୂର୍ତ୍ତ ରେ ତିଳ ତିଳ ହୋଇ
ଜଳି, ଦୂରୀଭୂତ କରେ,
ରାତ୍ରୀ ଅନ୍ଧାର ର ପ୍ରଗାଢତ୍ଵ କୁ।
ଏହି କୁନି ଦୀପ ଶିଖା,
ସବୁ ଦିନ ନିଜେ ଜଳି ଜଳି,
ଜଗତ କୁ ଆଲୋକ ପ୍ରଦାୟୀ,
ନିଜ କଥା ହିଁ ଭୁଲିଯାଏ,
ଅନ୍ୟ ର ଭଲ କଥା ଚିନ୍ତା କରି,
ବ୍ୟକ୍ତିଗତ ସ୍ବାର୍ଥ କୁ ବଳିଦାନ ଦେଇ,
ସମୂହ ସ୍ବାର୍ଥ ରେ
ନିଜର ସମ୍ପୂର୍ଣ୍ଣ ଜୀବନ ତ୍ୟାଗ କରିଦିଏ।
ତାର ନା ଥାଏ ଈର୍ଷା, ବିଦ୍ୱେଷ
ନା ଥାଏ କାହା ପ୍ରତି,
ସ୍ୱାର୍ଥପର ମନୋଭାବ,
ଖାଲି ଯାହା ତାକୁ ଭଲ ଲାଗେ,
ନିଜ କୁ ଜାଳି,ଅନ୍ୟ କୁ ଦେବାକୁ
ଅସୀମ ସୁଖର ବୈଭବ।
ତାର ଏହି ଗଭୀର ସମର୍ପଣ ରେ ମୁଁ
ଅତ୍ୟନ୍ତ ଆନନ୍ଦିତ,
ଏଇ ତ୍ୟାଗ ନିଷ୍ଠା ଗୁଣ ର ଅଧିକାରୀ
ବୋଲି, ସେ ବେଶ୍ ଆଦୃତ।
ଶୁଭ ଲକ୍ଷ୍ମୀ ବେହେରା
କଟକ