ମୁକ୍ତି ନିବେଦନ :—–
କେଉଁ ଅପରାଧେ ଦଣ୍ଡ ଦେଉଅଛ
ହୃଦୟେ କି ନାହିଁ ଦୟା
ନିରିହ ବୋଲି ମୁଁ ଅତ୍ଯାଚାର କର
ମନରେ କି ନାହିଁ ମାୟା ।।
ସର୍ବ ଗୁଣ ଦେଇ ମାନବ ଜାତିକୁ
ଇଶ୍ବର ଗଢିଲେ ସୃଷ୍ଟି
ଦୟା ଧର୍ମ ଶାନ୍ତି ମନରୁ ଏଡାଇ
ମନୁଷ୍ଯ ଯାଉଛି ତିଷ୍ଠି ।।
ଜୀବନ ସାଥେ ମୋ ଖେଳ ଖେଳୁଅଛ
ମିଳୁଛି ସତେକି ଶାନ୍ତି
ନ୍ୟାୟ ଅନ୍ୟାୟ ର ନିକିତି ଝୁଲୁଛି
ମନରେ କି ନାହିଁ ଭୀତି ।।
ଯନ୍ତ୍ରଣା ରେ ହୁଏ ମୁଁ ଛଟପଟ
ଆନନ୍ଦ ରେ ପୂରେ ତୁମରି ପେଟ
ଆବେଦନ ମୋର କର ସ୍ବୀକାର
ମୁକ୍ତ କରି ଦିଅ ଶରୀର ମୋର ।।
ଆକୁଳ ଅନ୍ତରେ କରେ କ୍ରନ୍ଦନ
ତରଳୁନି କାହିଁ ତୁମରି ମନ
ଛୋଟ ଜୀବ ବୋଲି ନମାର ଧରି
ଦୟା ଧର୍ମ ଦିଅ ହୃଦୟେ ଭରି।।
ପଦ୍ମାବତୀ ସ୍ଵାଇଁ, ବଡରଂପାସ , କେନ୍ଦୁଝର