ମୃତ୍ୟୁ
କାହିଁକି କେଜାଣି
ମୃତ୍ୟୁ ଶବ୍ଦ ଶୁଣିଲେ
ପାଦତଳୁ ମାଟି ଆସିଥାଏ
ଶତ୍ରୁ ବି ଆପଣାର ହୋଇଯାଏ
କାରଣ ଯାହା ବି ହେଉ
କାହାର ମୃତ୍ୟୁ ଘଟିଛି
ଶୁଣିଲେ ଆଖିରୁ ଆପେ ଆପେ
ଲୁହ ଝରିଯାଏ।
ଲୋମ ଟାଙ୍କୁରି ଉଠେ ।
ଏ କଥା ସମସ୍ତେ ଜାଣନ୍ତି ଯେ,
ଜନ୍ମ ଅଛି ତ ମୃତ୍ୟୁ
ଦିନେ ନା ଦିନେ ଆସିବ ।
କିନ୍ତୁ ଏହାକୁ କେଜାଣି କାହିଁକି
ସହଜରେ ଗ୍ରହଣ କରିହୁଏ ନାହିଁ।
ଲୋକଟା ଯେମିତି ସ୍ୱଭାବର
ହୋଇଥାଉ ନା କାହିଁକି
ମରଣ ହୋଇଛି ଶୁଣିବା ମାତ୍ରେ
ସମସ୍ତଙ୍କ ମୁଖରୁ ହଠାତ୍
ବାହାରି ଆସେ
ଆହାଃ !ଲୋକଟା ମରିଗଲା ।
ମନସ୍ମିତା ବିଶ୍ୱାଳ