ବୟସର ବେଳାଭୂମି
ସମୁଦ୍ରର ଜୁଆର ତରଙ୍ଗ ସଦା ଚଳଚଞ୍ଚଳ
ଥମେ ସିନା ମଣିଷର ଜୀବନ ତରଙ୍ଗ
ବେଳ ଅବେଳ ଝଡ ଆଉ ଶାନ୍ତ ନୀରବ ପ୍ରାୟ
ବୟସର ବେଳାଭୂମି ଆଉ ସେଇ ସମୟର ରଙ୍ଗ……
ତୋର କଳ୍ପନା ଆଉ ମୋ ସମୟଚାରଣ
ବୟସର ତାଳମେଳ ଖାପ ଖୁଆଇବାର ବାହାନା
ସତରେ ତୁ ଆରମ୍ଭର ଧାବମାନ ମାଦକତା ପ୍ରାୟ
ମୁଁ ଯୌବନ ଆଢୁଆଳରେ ଦେଖେ ଜୀବନ ଯାତନା…….
ତୁ ଏବେ ଗଢିବସୁ କୋଣାର୍କରେ ଲୁପ୍ତ ଆବେଗ
କେବେ ଶ୍ରମିକର କେବେ ରାଜାର ଗାରିମା ଆଉ ଖ୍ୟାତି
ମୁଁ ଦେଖିଥାଏ ସେ ସୌନ୍ଦର୍ଯ୍ୟ ପଥର ଆଢୁଆଳରେ
ସ୍ବେଦ ଆଉ ରକ୍ତର କ୍ଷତାକ୍ତ ମିଳନ ଆଉ ଅବ୍ୟକ୍ତ କ୍ଲାନ୍ତି….
ମନୋରମ ଉଦ୍ୟାନରେ ତରୁଣୀର ଗୋଲାପୀ ଚିବୁକ
ଅସୁମାରୀ ସ୍ବପ୍ନ ତୋର ଜୀବନକୁ ନୂଆକରି ଗଢିବାର
ମୁଁ ଦେଖିଚି ସେହି ସୁଢଳ ମାଂସରେ ବିଷାକ୍ତ ପୁରିଷ
ଆଉ ଅବେଳରେଯାତନା ଫୁଲରୁ ବିଚ୍ୟୁତ ପାଖୁଡ଼ାର…..
ତୁ ଏବେ ନାୟକ ନବ ଚେତନାର ଦୁଇ ଦଶନ୍ଧିର
ପ୍ରକୃତିର ବୈଷମ୍ୟତାକୁ ଜାବୁଡି ବଡ଼ିମା ରେ ବିଭୋର
କିନ୍ତୁ ମୁଁ ଦେଖିଛି ସେଇ ବୟସର ଫରକ ଆଉ ଶିଥିଳତା
ବେଳାଭୂମିରେ ସ୍ମୃତି ର ବାଲି ଉପରେ ମୋହ ଏକା ଚାଲିବାର…
ମଧୁସ୍ମିତା ରାଉତ
ତାଳବରକୋଟ