ମକର ଚାଉଳ ମଜା
ବଟା ମେସିନ୍ କାହୁଁ ଜାଣିବ
ମକର ସଂକ୍ରାନ୍ତି ପୂଜା ?
ପେଷଣା ପାଟି କହି ହେଉଛି
ମକର ଚାଉଳ ମଜା ।।
ଚାଷୀର ମନ ଭାରି ଉଚ୍ଛନ୍ନ
ନୂଆ ଚାଉଳକୁ ନେଇ ।
ମକର ଚାଉଳ ଭୋଗ କରିଚି
ଚାଷ ଦେବତାକୁ ଦେଇ ।।
ପେଷଣାରେ ପେଷି ନୂଆ ଚାଉଳ
ପିଠୋଉ କରିଛି ଆଗେ ।
ଆଖୁ ନଡିଆ ସାକରକନ୍ଦା
କନ୍ଦମୂଳ ନେଇ ସଙ୍ଗେ ।।
ଡାଲିମ୍ବ କାଜୁ ଗୁଡ଼ ଖଜୁରା
ସୁନ୍ଦର ଭାବେ ଗୋଳି ।
ଇଷ୍ଟ ଦେବୀଙ୍କୁ ସାଙ୍ଗ ସାଥୀଙ୍କୁ
ସରାଗେ ବାଣ୍ଟିଚି ବୁଲି ।।
ଶ୍ରମର ଫଳ ବାଣ୍ଟି ଖାଇଲେ
ମିଳଇ ଆନନ୍ଦ ବେଶି ।
ସମ୍ପର୍କ ସେତୁ ଦୃଢ଼ ହୁଅଇ
ମନଟି ରହୁଚି ମିଶି ।।
ଯୁଗ ଯୁଗକୁ ଲୋଡ଼ା ପଡଇ
ମକର ଚାଉଳ ମଜା ।
କ୍ଷିଣ ଶରୀରେ ଶକ୍ତି ଭରଇ
ମନରେ ଭରେ ଉର୍ଜା ।
ରଞ୍ଜନ କୁମାର ବ୍ରହ୍ମା,
ଶିକ୍ଷକ
ଚିକିଟୀ ଗଡ଼ , ଗଞ୍ଜାମ