ମକର ସଂକ୍ରାନ୍ତି
ଭାସ୍କର ମକର କଲେ ଅଧିକାର
ଗତି ତାଙ୍କର ଉତ୍ତର
ଦିବସ ବକର ତାପ ପରଖର
ଆରମ୍ଭ ଶୁଭଲଗ୍ନର
ମକରର ଅଧିପତି
ଶନିଙ୍କ ସହିତ ରବିଙ୍କ ମିଳନ
ଶୁଭ ଫଳ ବିକଶନ୍ତି ୲୧୲
ପିତାମହ ଭୀଷ୍ମ ଇଚ୍ଛାମୃତ୍ୟୁ ନେଲେ
ରବିଙ୍କ ଉତ୍ତରାୟଣେ
ରବି ଶନିଙ୍କର ମିଳନ ମୁହୂର୍ତ୍ତ
ଭୀଷ୍ମ ଖୋଜୁଥିଲେ ମନେ
ରୋଷ ତୋଷ ଏହି ଦିନ
ସୂର୍ଯ୍ୟଦେବ ପୂତ୍ର ଶନିଙ୍କ ଗୃହକୁ
କରିଥାନ୍ତି ଯେ ଗମନ । ୨ ।
ଜଗନ୍ନାଥ ଙ୍କର ଦ୍ବାଦଶ ବିନୋଦ
ମଧ୍ୟେ ମକର ସଂକ୍ରାନ୍ତି
କର୍ଣ୍ଣେ ବିଭୁଷଣ ମକର କୁଣ୍ଡଳ
ମନୋରମ ଦିଶୁଥାନ୍ତି
ପିତା ଘରୁ ଭଗବତୀ
ଫେରି ଆସିଛନ୍ତି ପ୍ରପାନକ ଧରି
ସ୍ବ ହସ୍ତରେ ପରଶନ୍ତି ୲ ୩୲
କଦଳୀ ନଡ଼ିଆ ଛେନା ଗୁଡ ଅଦା
ଚାଉଳ କ୍ଷୀର ସରରେ
ପ୍ରସ୍ତୁତ ମକର ଚାଉଳ ଲାଗଇ
ସୁଆଦିଆ ଆହାକିରେ
ଝିଏ ମକର ବସନ୍ତି
ଗୁଡି ଉଡାପର୍ବ ପ୍ରତିଯୋଗିତାରେ
ବାଳ ବୃଦ୍ଧ ମଜି ଥାନ୍ତି । ୪।
ଭିନ୍ନ ଭିନ୍ନ ନାମେ ମକର ସଂକ୍ରାନ୍ତି
ଭିନ୍ନଭିନ୍ନ ରାଇଜରେ
ପଞ୍ଜାବରେ ଲୋରି ଆସାମରେ ବିହୁ
ପୋଙ୍ଗଲ ତାମିଲନାଡୁରେ
ଗୁଜରାଟ ମହାରାଷ୍ଟ୍ରରେ
ଉତ୍ତରାୟଣ ପର୍ବ ରୂପେ ପାଳିଥାନ୍ତି
ମାଘିପର୍ବ ହିମାଚଳରେ ।୫।
ଏହି ଦିନୁ ବଡ ହୋଇଯାଏ ଦିନ
ପଉଷର ଅବସାନ
ଶୀତର ପ୍ରକୋପ କମି କମି ଯାଏ
ବସନ୍ତର ଆଗମନ
ଶୁଭ କାର୍ଯ୍ୟେ ରତ ଜନ
ବିବାହ ବରତ ଗୃହପ୍ରବେଶାଦି
କରି ଅରଜନ୍ତି ପୂଣ୍ଯ ।୬।
ଅଳକା ରଥ
ପାରାଦ୍ବୀପ, ଜଗତ୍ସିଂହପୁର