ଶୀର୍ଷକ:-“ମନ ପକ୍ଷୀ”।
ଲେଖକ:-“ସର୍ବେଶ୍ବର ସାହୁ”।
ଉଡି ଯାଇଥିଲା “ମନ” ପକ୍ଷୀ ଦିନେ
ପ୍ରେମରେ ବିଭୋର ହୋଇ;
ବାହୁଡି ଆସିଲା ସେହି ମନ ପକ୍ଷୀ
ଅସହ୍ୟ ଯନ୍ତ୍ରଣା ପାଇ|୧|
କ୍ଷତାକ୍ତ ହୃଦୟୁ ଝରି ଚାଲିଥିଲା
ପ୍ରତାରଣା ଲହୁ ଧାର ;
କହି ପାରିଲାନି ସହି ପାରିଲାନି
ମନର କଷ୍ଟକୁ ତାର|୨|
ବହୁ ବୁଝାଇଲି କାହିଁ ଯାଇଥିଲୁ
ମିଛ ମରିଚିକା ପଛେ ;
କି ଲାଭ ପାଇଲୁ କହରେ ମୋ ମନ
ସ୍ବାର୍ଥ ଛଳନାର ହାଟେ|୩|
“ମନ” ପାରିଲାନି ରୋକି ତାର କୋହ
କାନ୍ଦିଲା ନିରବେ ଯାଇ;
ଯେତେ ବୁଝାଇଲି ମନକୁ ନିଜର
ରୋକି ମୁଁ ପାରିଲି ନାହିଁ|୪|
ହୃଦୟରୁ “ମନ” ଭଲ ପାଉଥିଲା
ତୋଳି ଏକ ଛୋଟ ବସା ;
ସେହି ବସା ତାର ଛଳନା ଝଡରେ
ଭାଙ୍ଗି ହେଲା ଲୋକହସା|୫|
ଅନେକ ଦିନର ବ୍ୟବଧାନ ପରେ
ମନର ଦୁଃଖକୁ ଭୁଲି ;
ମନ ପକ୍ଷୀ ମୋର ଲକ୍ଷ୍ୟର ଆଶାରେ
ବହୁ ଦୂର ଗଲା ଚାଲି|୬|
ହୃଦୟ କୋହକୁ ହୃଦୟେ ସାଇତି
ଓଠରେ ଆଣିଲା ହସ ;
ଲକ୍ଷକୁ ଭାବିଲା ଶ୍ରେଷ୍ଠ “ମନ” ମୋର
ଦୁଃଖ ହେଲା ପରିତୋଷ|୭|
ବିରହର ଦୁଃଖ ମନରେ ଭରିଲା
ପ୍ରେରଣାର ନୂଆ ଧାରା ;
ଏକା ବଞ୍ଚିବାର ରାହା ସେ ଦେଖାଇ
ଦୁଃଖରେ ହେଲା ସାହାରା|୮|
ମନ ପକ୍ଷୀ ଏବେ ଏକା ପଥିକ ଟେ
ଭାରି ସେ ଖୁସିରେ ଅଛି ;
କାହାର ସାହାରା ନଲୋଡି ଜୀବନେ
ହସ ଖୁସି ସାଉଁଟୁଛି|୯|
❤💚ସର୍ବେଶ୍ବର ସାହୁ💚❤
🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳
❤🙏ରାଧେ ରାଧେ🙏❤
🙏❤ଜୟ ଜଗନ୍ନାଥ❤🙏