ଆମର୍ ମଧୁବାବୁ
ମା ମାଏଟ୍ ବୁଲି କେଭେଁ ନାଇଁଭୁଲି
ସମକୁ ରଖି ପୁଟ୍ଲେଇ
ନିଜେଁ ପଛେ ଦିନେ ସ୍ବାହା ହେଇଗଲା
କାହାକେ ମାଗି ନି’ଯାଇ। ୧
ଧରମ୍ ବଦ୍ଲେଇ ହିଂଦୁ ଧରମ୍କେ
ଦିନେ ଭିଲ୍ ନାଇଁ ଭୁଲି
ମଲା ମୁର୍ଦାର୍ ମଶାନୁଁ ଉଠି ଆଉଥିଲେ
ଶୁନିକରି ତାର୍ ବୁଲି। ୨
ଆମର୍ ମହାନ୍ ଗୁନ୍ ଚିହ୍ନି ନାଇଁପାରୁଁ
ଜିଇଁଲା ମୁନୁଷ୍କେ ଦିନେ
ମଲା ଉତାରୁଁ ତାର୍ ଗାଏମା ଗାରିମା
କହୁଥିମା ସଭେ ବନ୍ଏ। ୩
ବଛର୍ଟାକେ ଦିନେ ପକଉଥିମା ମନେ
ତେହେରୁଁ ଦେସୁଁ ପାସ୍ରି
ଏତେ ବଡ଼୍ ବିଦ୍ବାନ୍ ନାଇଁ ମିଲନ୍ ଆଉ
କେନ୍ ପାଏବ ଗଲେଁ ନୁରି। ୪
ମା ମାଏଟ୍ ବଲି ଘାଁଟି ହେଇକରି
ନିଜେ ହେଲା ଭୁର୍ଭୁଷ୍
ତାର୍ ଧର୍ସା ଧରି ରାଜନୀତି କରି
ଏଭର୍ ନେତା ହେସନ୍ ଖୁସ୍। ୫
ହେ ମଧୁସୁଦନ୍ ତୁମର୍ ପାହାତଲେଁ
ଆମର୍ ଶହଶହ ଜୁହାର୍
ଓଡ଼ିଶା ଲୁକେ ଧନୀ ହେଇଗଲେନ
ବଡ଼୍ଭାଗି ରହି ବେକାର୍। ୬
ସୁଧୀର୍ ପଂଡ଼ା