ଉତ୍କଳ ଗୌରବ ମଧୁସୂଦନ
ଡ.ପ୍ରିୟମ୍ବଦା ସାମଲ
ଉତ୍କଳ ଗୌରବ ମଧୁସୂଦନ
ଉତ୍କଳ ଜନନୀ ଯୋଗ୍ୟ ସନ୍ତାନ
ସ୍ଵତନ୍ତ୍ର ପ୍ରଦେଶ ଗଠନ କରି
ଜନନୀର ତୁମେ ରଖିଲ ମାନ।
ଖଣ୍ଡ ବିଖଣ୍ଡିତ ଉତ୍କଳ ଯେବେ
କରୁଥିଲା ବସି ଦୁଃଖେ କ୍ରନ୍ଦନ
ସୁପ୍ତ ବୀରେ ଜାଗ୍ରତ କରିବାକୁ
କରିଥିଲ ତୁମେ ଦୃଢ ଚିନ୍ତନ
ଚଳାଇଲ ତୁମ ଶକ୍ତ ଲେଖନ
ମାତୃଭଷା ଆଉ ମାତୃଭୂମିର
ରଖିଲ ମର୍ଯ୍ୟାଦା ତୁମେ ମହାନ।
ଉତ୍କଳ ସମ୍ମିଳନୀ ଡାକ ଦେଇ
ସ୍ୱାର୍ଥମେଧ ଯଜ୍ଞେ ସ୍ୱାର୍ଥ ତର୍ପଣ
ବୀର ବର ପୁତ୍ର ତୁମେ ଦୀପ୍ତିମାନ
କୀର୍ତ୍ତି ତୁମ ଚିର ଦିନ ଅମ୍ଳାନ।
ଉତ୍କଳର ଶିଳ୍ପ ବିକାଶ ପାଇଁ
ଜୋତା କାରଖାନା କଲା ନିର୍ମାଣ
ଉତ୍କଳ ଟ୍ୟାନେରୀ ଓଡ଼ିଶା ସ୍ୱପ୍ନ
ଶିଳ୍ପର ବିକାଶେ ସ୍ୱପ୍ନ ପ୍ରବଣ
ଆପଣା ମହତ ରଖିବା ପାଇଁ
ନଷ୍ଟ କରିଲ ସବୁ ଉତ୍ପାଦନ
ଉତ୍କଳର ଉନ୍ନତି ପାଇଁ ନିମଗ୍ନ।
କୁଳବୃଦ୍ଧ ବୀର ହେ ବିଚକ୍ଷଣ
ଜାଳି ହୃଦୟେ ବହ୍ନି ଜାତିପ୍ରେମ
ଜଗାଇଲ ତ ଉତ୍କଳ ସନ୍ତାନ
ମାତୃଭାଷାର ମର୍ଯ୍ୟାଦା ରଖିଣ
ମାତୃଭୂମିକୁ ସ୍ବତନ୍ତ୍ର ଆସନ।
ପ୍ରତିଭାରେ ଚିର ଦେଦୀପ୍ଯମାନ
ଉତ୍କଳର ପ୍ରଥମ ଗ୍ରାଜୁଏଟ୍
ପ୍ରଥମ ଏମ୍. ଏ ,ଏଲ୍ .ଏଲ. ବି.
ଉତ୍କଳ ଯାହାର ପ୍ରାଣ ସ୍ପନ୍ଦନ
ଉତ୍କଳ ଶିଳ୍ପ କଳା ପ୍ରଦର୍ଶନ
କଲ ଉତ୍କଳ ଗୌରବ ବର୍ଦ୍ଧନ
ଉତ୍କଳ ଦୀପିକା ଦେଲା ସମ୍ମାନ
ଉତ୍କଳ ଗୌରବ ମଧୁସୂଦନ
ତୁମ ପାଦ ତଳେ କୋଟି ନମନ।
ଭୁବନେଶ୍ଵର।