ଦ୍ବି-ପଦୀ:- ବିରହ
ସର୍ବେଶ୍ବର ସାହୁ
ଛଳନା ଜୁଈରେ ଚିତା ସଜେଇଲୁ
ଜୀଇଁ ଥାଉ ଦେଲୁ ମାରି
ନିଷ୍ଠୁର ସାଜି ତୁ ଜୀବନକୁ ମୋର
ଯନ୍ତ୍ରଣା ରେ ଦେଲୁ ଭରି ।
ଭରସା ନାଆଁ ରେ ନିରାଶା ଦେଇ ତୁ
ସଂପର୍କକୁ ଦେଲୁ ସାରି
ଦୁନିଆ ଆଗରେ କହି ବୁଲୁ ଆଜି
ସବୁ ଦୋଷ ଥିଲା ମୋରି ….
କାଳେ ସବୁ ଦୋଷ ଥିଲା ମୋରି ।।
ଧାମନଗର-ଭଦ୍ରକ-ଓଡିଶା