ମଧୁ ବାବୁ ସ୍ମରଣେ
ନଳିନୀ ପ୍ରଭା ମିଶ୍ର
ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା
ଧନ୍ୟ! ମଧୁ ବାବୁ ତୁମେ
ଜାତୀୟ ନିର୍ଝର ଆଣିଲ ବୁହାଇ
ଏହି ଉତ୍କଳ ଭୂମେ।
ପ୍ରଥମ ଓଡ଼ିଆ ପ୍ରଥମ ଓକିଲ
ପ୍ରଥମ ପଢୁଆ ପୁଅ
ନିଜ କରାମତି ଦେଖାଇ କାର୍ଯ୍ୟରେ
ରଚି ଗଲ ଗାଥା ସୁଅ।
ପିତା ରଘୁନାଥ ମାତା ପାର୍ବତୀ ଙ୍କ
କୋଳକୁ କରି ମଣ୍ଡନ
ଆଜିର ଦିବସେ ଶୁଭ ଲଗନ ରେ
ହୋଇଥିଲା ତୁମ ଜନ୍ମ।
ଗାଁ ଚାଟଶାଳୀ ଥିଲା ଶିକ୍ଷା ସ୍ଥାନ
ତିଆରି କରି ସଡ଼କ
ଭବିଷ୍ୟତେ ଦିନେ ନିଜ ସ୍ଵାଭିମାନେ
ରଖିଲ ଜାତିର ଟେକ।
ନ ଥିଲା ତ! ମନେ ନିଜ ସ୍ଵାର୍ଥ ଚିନ୍ତା
ଓଡିଶା ବାସୀଙ୍କ ଲାଗି
ନିଚ୍ଛକ ହୃଦୟେ ଜାତୀୟତା ଭାଵ
ଉଠି ଆସିଥିଲା ଜାଗି।
କଟକ ର ସେହି ସୂକ୍ଷ୍ମ ତାରକସି
ରୁପା କାମ କାରିଗରୀ
ଘୋଷୁଥିବ ସଦା ମୁକ୍ତ କଣ୍ଠ ରେ
ତୁମ! ଅବଦାନ ସ୍ମରି।
ଉଣେଇଶ ତିନି ମସିହାରେ କରି
ଉତ୍କଳ ସମ୍ମିଳନୀ
ଓଡ଼ିଆ ଜନତା ପ୍ରାଣେ ବୁହାଇ ଲ
ଦେଶ ପ୍ରେମ ସଞ୍ଜିବନୀ।
ତେଜିଲା ମଣିଷ ଦୁଃଖ ହେଲା ଶେଷ
ଓଡ଼ିଶା ହେଲା ସ୍ଵତନ୍ତ୍ର
ଛାତିକୁ ମିଶାଇ ଛାତିରେ ସର୍ବେ
ଗାଇଲେ ଏକତା ମନ୍ତ୍ର।
ଆଜି ତୁମେ! ନାହଁ ଦେଖିବାକୁ ଏହି
ଅଖଣ୍ଡ ଓଡିଶା କଥା
କେବଳ କବିତା ଗାଏ ଉଚ୍ଚ ସ୍ଵରେ
ଜାତି ପ୍ରେମ ବହ୍ନି ଗାଥା।
ତୁମ ! ସ୍ମୃତି ସ୍ମରି ହୁଏ ଅନୁ ଷ୍ଠିତ
ମଧୁ ଜୟନ୍ତୀ ପାଳନ
କରୁଛୁ ଶପଥ ରଖିବୁ ସର୍ବଦା
ଏ ଜାତିର ସ୍ଵାଭିମାନ।
ହେବୁ ନାହିଁ ଭୀରୁ କା ପୁରୁଷ ପ୍ରାୟେ
ନିର୍ଭୀକ ଆମ ବାଣୀ
ଜାଗରଣ ରଥେ ପ୍ରଗତିର ପଥେ
କୋଟି ମନ ନେବୁ ଟାଣି
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ