ସ୍ବର୍ଗ ଫୁଲ
କୁଣ୍ଡରେ ,କାନନରେ ,
ରାସ୍ତା କଡ଼ରେ,
ନଈ କୂଳରେ ବି ଫୁଟେ ଫୁଲ
ବାସ ଚହଟେ,
ଭଅଁର ଚୁମେ।
ଏସବୁ ଚିରାଚରିତ ପ୍ରେମର
ଦର୍ଶନ ନ ଜାଣେ କିଏ
ନର ହେଉ କି କିନ୍ନର!
ତୁ କିନ୍ତୁ ଏଥିରେ ତୁଷ୍ଟ ନୁହଁ
ଉଚ୍ଚାକାଙ୍କ୍ଷୀ।
ସେଇ ସେଇ ଫୁଲ
ସେଇ ଭଅଁର, ସେଇ ଆଦିମ
ଝାଳଗନ୍ଧରେ ଅତିଷ୍ଠ ତୁ।
ବାରମ୍ବାର ପ୍ରେମକୁ
ଲାଗି ଯାଉଥିବା
କାହାର ନାଁ କାହାର ନଜର
କାହାର ଲୋଲୁପ ଦୃଷ୍ଟିରେ
ଫି ସକାଳୁ ଡେମ୍ଫରୁ ଖସି ପଡିବା
ସୁନ୍ଦର ସୁନ୍ଦର ଫୁଲ,
ପ୍ରାର୍ଥନାର ପାଖୁଡ଼ା ମାନଙ୍କରୁ
ରଙ୍ଗ ଓ ମହକ ଉଡିଯିବାରେ
ତୁ ବିଷର୍ଣ୍ଣ।
ଆଉ ଧାଇଁ ହେବନି ଏ ଦୁଃଖ
ମାନଙ୍କ ସହ,
ଆଖିରୁ ନିଗିଡ଼ି ଯାଉଥିବା
ଲୁହ ମାନେ ଓଠ ଟପି
ପଶିଲେଣି ପାଟିରେ।
ଉପାସନାର ଉପବନରେ
ଫୁଟନ୍ତାନି ଏମିତି ଫୁଲଟିଏ
ଯାହା ସକାଳୁ ଫୁଟି
ଝଡନ୍ତା ନାହଁ ସଞ୍ଜକୁ,
ଏମିତି ପ୍ରେମ ଯାହାର ପାଖୁଡ଼ା
ଫିକା ପଡନ୍ତାନି କେବେ!
ନାହିଁ ତ କାହିଁ ସ୍ବର୍ଗ ଟିଏ
ଆଉ କୋଉଠି,
ଏମିତି ଫୁଲଟେ ମିଳୁଛି ବା କୋଉଠି?
କୁଣ୍ଡରେ ,କାନନରେ
ରାସ୍ତା କଡ଼ରେ ଫୁଟୁଛି ତ
ଏତେ ଫୁଲ,
ଏତେ ରଙ୍ଗ,ଏତେ ସୁବାସ
ଏତେ ପ୍ରେମ,
ତୋ ମନଟା ମରୁ ପାଲଟିଛି!
——————————
ଅନ୍ଦୁଳି
କେନ୍ଦ୍ରାପଡ଼ା
ମୋ-୯୪୩୮୧୪୦୯୯୯
———————————-
I’m gone to say to my little brother, that he should also visit this blog on regular basis to take updated
from latest news update.
I enjoy what you guys are up too. Such clever work and exposure!
Keep up the awesome works guys I’ve incorporated you guys to blogroll.
What’s up to every one, the contents present at this web site are truly
amazing for people knowledge, well, keep up the good work fellows.
Great blog here! Also your website loads up fast! What web
host are you using? Can I get your affiliate link to your
host? I wish my web site loaded up as fast as yours lol
Excellent web site you’ve got here.. It’s hard to find high-quality writing like yours these days.
I really appreciate people like you! Take care!!
Your style is really unique compared to other people I have
read stuff from. Many thanks for posting when you’ve got the opportunity, Guess I will just book mark
this page.