କାଳିଆ ଭରଷା
କହରେ କାଳିଆ ମୁଁ କି ଦୋଷ କଲି,
ସଂସାର ସାଗରେ ଛଟପଟ ମୁଁ ହେଲି,
ଅକାତ କାତ ପାଣି,ଥଳ କୂଳ ପାଏନି
ଭଙ୍ଗା ନାଵଟା ପୁଣି,ନାହିଁ ହାତେ କ୍ଷେପଣୀ
ନ ରଖିଲେ ହେ ମାଧଵ ବୁଡି ମୁଁ ମଲି।0
ତୋତେ ପରା ବୋଲି ଥାନ୍ତି ଦୟା ସାଗର,
ଶୁଖି କି ଗଲାଣି ଦୟା ସାଗର ତୋର,
ସାହା ଭରଷା ମୋର,ତୁହି ହେ ଚକ୍ରଧର
ତୁ ପରା ଭକତର,ନୀଳ ଚକ୍ରେ ତୋହର
ପତିତପାବନ ବାନା ଦେଇଛୁ ମେଲି।1
ରତ୍ନ ସିଂହାସନେ ଭାଇ ଭଉଣୀ ନେଇ,
ବସିଛୁ କାଳିଆ ସୁନା ବାହୁ ମେଲେଇ,
ତୁହି ତ ରାଜା ପୁଅ,ଖାଉ ପଖାଳେ ଘିଅ
ତୁ କି ଜାଣିବୁ କହ,ସଂସାର ଦୁଃଖ ମୟ
ଦୁଃଖ କରିବୁନି ତୋତେ କହିଲି ବୋଲି।2
କହରେ କାଳିଆ ମୁଁ କି ଦୋଷ କଲି,
ସଂସାର ସାଗରେ ଛଟପଟ ମୁଁ ହେଲି,
ଅକାତ କାତ ପାଣି,ଥଳ କୂଳ ପାଏନି
ଭଙ୍ଗା ନାଵ ଟା ପୁଣି,ନାହିଁ ହାତେ କ୍ଷେପଣୀ
ନ ରଖିଲେ ହେ ମାଧଵ ବୁଡି ମୁଁ ମଲି।0
ଅଶୋକ କୁମାର ପତି
ଦହିଗାଁ