କାଳିଆ ଦର୍ଶନ
ତୋ ଡୋରୀ ଲଗାଇ ଦେଲୁ,
ନୀଳାଚଳ ଆସିଛି,
ତୋତେ ଦେଖି କାଳିଆରେ,
ସବୁ ଦୁଃଖ ଭୁଲିଛି,
ଇଛା ହୁଏ ତୋ ଧାମରେ,
ରହିଯାନ୍ତି ସବୁବେଳେ,
ସଂସାର ମାୟା ବନ୍ଧନ,
ମୋତେ ଟାଣି ନେଉଛି।0
ଦୋଷ ମୋର ନ ଧରିଵୁ,
ନୀଳାଚଳ ଗୋସେଇଁ
ମାୟା ଜାଲରେ ଛନ୍ଦିଲୁ,
କହ ମୋତେ କିମ୍ପାଇଁ,
ମୋର କିଛି ଚାରା ନାହିଁ,
ଅଦୃଶ୍ୟ ବିନ୍ଧାଣୀ ତୁହି,
ମରୀଚିକା ପଛେ ଧାଇଁ,
ଶୋଷରେ ମୁଁ ମରୁଛି।1
ହାତ ଗୋଡ ନାହିଁ ବୋଲି,
ଜଗତକୁ ଦେଖାଉ,
ଏକ ଠାଵେ ବସି ତୁହି,
ସାରା ବିଶ୍ବ ଚଳାଉ,
ଜଗତ କରତା ହରି,
ଦୀନବନ୍ଧୁ ଦଇତାରୀ,
ତୋର ଇଚ୍ଛା ପୂର୍ଣ୍ଣ ହେଉ
ତୋ ଶରଣ ଯାଉଛି।2
ତୋ ଡୋରୀ ଲଗାଇ ଦେଲୁ,
ନୀଳାଚଳ ଆସିଛି,
ତୋତେ ଦେଖି କାଳିଆରେ,
ସବୁ ଦୁଃଖ ଭୁଲିଛି,
ଇଛା ହୁଏ ତୋ ଧାମରେ,
ରହିଯାନ୍ତି ସବୁବେଳେ,
ସଂସାର ମାୟା ବନ୍ଧନ,
ମୋତେ ଟାଣି ନେଉଛି।0
ଅଶୋକ କୁମାର ପତି,
ଦହିଗାଁ