କଳା ସଂସ୍କୃତିର ବିନ୍ଧାଣି
*******************
କିଏ ସେ ଗଢିଛି ଚିତ୍ର ଚରିତ୍ରକୁ
ପଥରେ ଲଗେଇ ଛଣି
ହାତର ଯାଦୁରେ ଝଟକେ ସଂସ୍କୃତି
କଳା ସ୍ଥାପତ୍ୟର ବିନ୍ଧାଣି ll
ମନ୍ଦିର ଦୁର୍ଗରେ ଅଙ୍କିତ ନର୍ତ୍ତକୀ
ହସ୍ତି ମୂର୍ତ୍ତି ପ୍ରୀତି ଚିତ୍ର
ଯିଏ ଦେଖୁଥାଇ ଆଖିରେ ଲାଖଇ
ସୃଷ୍ଟି ଏହା ଏକ ବିଚିତ୍ର ll
ଇତିହାସରସେ ଅକ୍ଷୁନ୍ନ ପୃଷ୍ଠାରେ
ଜୀବନ୍ତ ଏ ପ୍ରତିଛବି
ରାଜା ମହାରାଜା ସ୍ଥାପନା କରନ୍ତି
ପ୍ରବଣତା ଅନୁଭବି ll
ଓଡିଶା ସଂସ୍କୃତି ଐତିହ ପାଇଁକି
ବିଶ୍ୱରେ ଫୁଲାଏ ଛାତି
ମାନ୍ୟତା ବଢାଏ ଗୌରବ ଆମର
କାରିଗରୀ କଳା କୃତି ll
ନିହାଣ ତୁମର ପ୍ରଖରତା ତୀବ୍ର
ପଥର ହୃଦୟ ଚିରି
ବିଶାଳତା ମହାନତା ଗୁଣ
ଅନ୍ତରେ ଦେଇଛି ଭରି ll
ଚିତ୍ରୋତ୍ପଳା ଦିଶେ ମେଖଳା ପରାଏ
ସୁବର୍ଣ୍ଣେ ଅଙ୍କିତ ହୋଇ
ଏହି କିର୍ତ୍ତୀରାଜି ସ୍ମୃତିର ପଟଳେ
ଅଛି ଚୀରଦିନ ପାଇଁ ll
ହେ ବିନ୍ଧାଣି ! ତୁମ ହସ୍ତେ ପ୍ରସ୍ଫୁଟିତ
ସୁଶୋଭିତ ଛବିରାଜି
ତୁମରି କଳାରେ ଏ ବିଶ୍ୱ ସମାଜେ
ଗର୍ବିତ ହେଉଛି ଆଜି ll
ସୁଭ୍ରାନ୍ତ ବେହେରା, ଅନୁଗୁଳ