ନିହାଣ ମୁନରେ ପଥର
°°°°°°°°°°°°°°°°°°
ଓଡ଼ିଆ ପୁଅ ମୁଁ ଓଡ଼ିଆ ରକ୍ତରେ
ପଥରରେ ଲେଖେ ଗୀତି
କଙ୍କାଳ ସମ ପଡ଼ି ନରହେ ମୁଁ
ମନେ ନଥାଏ ମୋ ଭୀତି,,,,
ପଥର ଖୋଳି ଝରାନ୍ତି ତ ପାଣି
ମୁଁ ଝରାଏ ଏଠି ସ୍ମୃତି
ନିଷ୍ଠୁର କ୍ରୁର ଇତିହାସ ଦେଖି
ରକ୍ତ ତୁମ ଯିବ ତାତି,,,,
ପଥରରେ ପଦ୍ମ ସଦୃଶ ଏ ଦୃଶ୍ୟ
ମନ ଯିବ ତୁମ ଲାଖି
ନର୍ତ୍ତକୀ ନର୍ତ୍ତକ ଆଉ ଗଜ ହସ୍ତୀ
ନୃତ୍ୟାଙ୍ଗନା ରୂପ ଦେଖି,,,
ଭଗ୍ନ ପ୍ରସ୍ତରର ବନ୍ଧୁର ପୃଷ୍ଠରେ
ନିହାଣ ର ସ୍ପର୍ଶ ଯେଣେ
ସୁପ୍ତ କଳା ଏଠି ଶିଳା ପଦ୍ମ ସାଜି
ପରିସ୍ଫୁଟିତ ମନ କୋଣେ ।।
ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା,କଟକ,ବାଙ୍କୀ