ହେ ଶିଳ୍ପୀ
***************************
ତୁମେ ଆଙ୍କିପାର ଶିଳାପଦ୍ମ ସମ କୃତି
ଦେଇ ତୁମ ଶ୍ରେଷ୍ଠ ଅନୁଭୂତି,
ତୁମେ ହିଁ’ ଲେଖିପାର ଅବ୍ୟକ୍ତ ବକ୍ତବ୍ୟକୁ
ଚିରିଦେଇ ପାଷାଣର ଛାତି।।
ଅସରନ୍ତି ଭାବନାର ଅବଗାହନରେ
ଦେଇ ତୁମ ଶ୍ରମ ସାର୍ଥକତା,
ତୋଳିଅଛ ବୈଜୟନ୍ତିପୁର ସମକୃତି
ଉଚ୍ଚ କରି ମାତୃଭୂମି ମଥା।।
ଲେଖିଅଛ ତୁମେ ପୁଣି ପ୍ରସ୍ତରେ ପ୍ର-ସ୍ତରେ
ପ୍ରତିପଦ ଯୌବନାର ଛବି,
ପ୍ରଣୟ ପ୍ରେୟସୀ ପ୍ରେମଶୀଳା ପାଇଁ ବୋଧେ
ନିଶ୍ଚେତୁମେ ସାଜିଥିଲ କବି।।
ସେ’ ସମୟେ ଶୁଭିଥିଲା ଉତ୍କଳୀୟ ଶିଳ୍ପୀ ସ୍ୱର
ବିଶାଳ ବିଶ୍ୱର ଅନୁକୋଣେ,
ହେ …..ଶିଳ୍ପୀ ! ତୁମେ ପୁଣି ଆସ ଥରେ ଉତ୍କଳ କୋଳେ
ଗଢିବାକୁ ତୁମ ଭଳି ଜଣେ।।
କୁମାର ସୋନୁ
ଗଞ୍ଜାମ
23 total views, 1 views today