କଇଁ ଆଉ ମାମୁନି
ସକାଳ ପ୍ରହର ଶୀତଳ ପବନ
ସୁନା ରଙ୍ଗ ଖରା ଛୁଇଁ
କଅଁଳ କୋମଳ ନିଷ୍ପାପ କଇଁଟି
ପାଖୁଡା ଦେଲା ମେଲାଇ.
ବାଟେ ଯାଉଥିଲା ନିରୀହ ମାମୁନି
ଚିନ୍ତାରେ ମୁଁହ ଫୁଲେଇ
କୁଆଁର ପୁନେଇଁ କେମିତି କରିବ
ଘରେ ତ ଟଙ୍କାଟେ ନାହିଁ.
ଭାବି ଭାବି ଚାହିଁ ଦେଲା ହିଡ଼ କଡେ
ଫୁଟିଛି ଅନେକ କଇଁ
ଭାରି ଆନନ୍ଦରେ ନିର୍ମଳ ପାଣିରେ
ପାଦ ଦେଲା ତାର ଥୋଇ
ଅତି ଯତନରେ ଭାରି ଆନନ୍ଦରେ
ମାନୁନି ତୋଳିଲା କଇଁ.
ପାଦ ଚାପିଚାପି ଆଗକୁ ବଢିଲା
ତୋଳିଲା ସେ ସବୁ କଇଁ.
ମାମୁନି ଚିନ୍ତଇ ପୁନେଇଁ ବେଳାରେ
ବିକି ଦେବ ସବୁ କଇଁ.
ତୋଳି ସାରି କଇଁ ଫେରିଲା ବେଳକୁ
ଖିଲି ଖିଲି ହସୁଥାଇ.
କୁଆଁର ପୁନେଇଁ ମାମୁନି କରିବ
ଏଥିରେ ସନ୍ଦେହ ନାହିଁ.
ଅଭିପସା ଧଳ…. ✍️
ତୁଳସୀ କ୍ଷେତ୍ର (ପଟ୍ଟାମୁଣ୍ଡାଇ )
କେନ୍ଦ୍ରାପଡ଼ା