ଜୀବନ ପ୍ରଭାତେ
ସମସ୍ତେ ଆସନ୍ତି ସମସ୍ତେ ଯାଆନ୍ତି
ଖେଳିଏଠି ପୁଣି କେତେଖେଳ
କ୍ରୀଡା ମଇଦାନ ଏ ଜୀବନ କ୍ଷେତ୍ର
ଜୟ ପରାଜୟ ମେଳ l
ଅଭିନୟ ମଞ୍ଚେ ରାତିଟିଏ ପାଇଁ
କିଏରାଜା କିଏପ୍ରଜା,
କିଏ ଭିଲିୟାନ କିଏ ନୀରବରେ
ପାଉଥାଏ ପୁଣିସଜା l
କିଏମାରେ ଏଠି ମିଥ୍ୟା ବାହାସ୍ଫୋଟ
କିଏ ରହିଥାଏ ତୁନି,
ପାରିବାର ପଣ କିଏସେ ଦେଖାଏ
କିଏପୁଣି ଅଭିମାନୀ l
ଦୁନିଆ ଭେଳିକି ଭଳି ଲାଗୁଥାଏ
ନିରୀକ୍ଷଣ କରେ ଯୋଗୀ,
ଚିରଦିନ ଏଠି ରହିବ ଭାବୁଛି
ମୋହପୂର୍ଣ୍ଣ ଥିବା ଭୋଗୀ l
କାହିଁକି ଆସିଛୁ କେଉଁ ଉଦ୍ଦେଶ୍ୟରେ
ସଫଳ ହେଲୁ କି ନାହିଁ,
ଏତେସବୁ କଥା ଭାବିବା ପାଇଁ
ତା ପାଖରେ ବେଳ କାହିଁ ?
ସକାଳ ଆସୁଛି ପୁଣିସେ ଯାଉଛି
ଗୋଟିଗୋଟି ହୋଇକେତେ,
ସନ୍ଧ୍ୟାନଇଁ ଆସେ ଅନିଚ୍ଛା ସତ୍ତ୍ୱେ ବି
ଆସିବା ନିୟମ ସତେ l
ସକାଳ ସନ୍ଧ୍ୟାର ମଝିରେ ଜୀବନ
ଜନ୍ମପାରେ ଆସେମୃତ୍ୟୁ ,
ମଣିଷର କର୍ମ ନହେଲେ ଉତ୍ତମ
ରହିଯାଏ ପରା କିନ୍ତୁ l
ଚେତନା ସକାଳ ଆସିଲେ ଜୀବନେ
ଦୂର ହୋଇଯିବ ଭ୍ରାନ୍ତି
ଜୀବନର ଅର୍ଥ ହୋଇବ ସଫଳ
ଜୀବ ପାଇଯିବ ମୁକ୍ତି l
ସୁଜାତା ରାଉତ, ଓରାସାହି, ଚାନ୍ଦବାଲି , ଭଦ୍ରକ