ଜୋଛନା ଗୋ ତୁମେ
ମିଛରେ ହସୁଛ ଜୋଛନା ଗୋ ତୁମେ
ସତକୁ ନିଜର କରି
ରାତିକୁ ଲେଖାଅ କାଲି କାହାଣୀକୁ
ଆଜିକୁ ଦେଇକି ଛାଡି ।।
ଭୁଲେଇଲା ଆଖି ହଜିଲା ବୟସ
ଚହଲା ହସର ଡାକେ
ମନର କଥାକୁ ଇସାରାରେ କୁହ
ଶୁଣେଇଲା ପରି ଆସ୍ତେ ।।
ଅବୁଝା ଲାଗୁଛ ବଦଳା ଲିପି ରେ
ଆରମ୍ଭୁ ହୋଉନା ପଢି
ଭଙ୍ଗା ଆଇନାରେ ନିଜ ନିଲାମିକୁ
ନିଜେ ଧର ଡାକେ ବଢ଼ି ।।
ଆକାଶ ଜିମାରେ ତାରାଙ୍କୁ ଦେଇକି
ବାଦଲ ଙ୍କ ଅଜାଣତେ
ଅନ୍ଧାରଙ୍କ ହାତେ ପହର ମପାଅ
ଘଡିମରା ଗଣା ସୂତ୍ରେ ।।
ତୁମେ ମାରୁଛନା ସମୟ ମାରୁଛି
କାହା ସହ କିଏ ବାଜି
ପୂନେଇଁ କଷିକି ବୈଦିକ ଗଣିତ
ଚାଲିଛି ଉତ୍ତର ଖୋଜି ।।
ମହେନ୍ଦ୍ର ନନ୍ଦ
୮୨୪୯୪୧୧୩୬୭