ଜରା ଯୌବନ
ଶରତ ଚନ୍ଦ୍ର ପଣ୍ଡା
ଯାଜପୁର
ବଳ ଥିବା ବେଳେ ହରିଣୀର ଗୋଡ଼
ପଙ୍କରେ କୁଆଡେ ଲlଖଇ ନାହିଁ,,
ଡାଳ ଭଙ୍ଗା କୋଷ ବାଟ ଚାଲିଯାଏ
ଖରା କି ବରଷା ବାଧଇ ନାହିଁ ll 1
ଆଜି ନଇଁ ନଇଁ ହଜିଲା ଦିନର
ପାଦ ଚିହ୍ନ ଯାହା ଯାଇଛି ମିଶି,,
ମା’ମାଟି ବକ୍ଷରେ ଖୋଜୁଛି ଆୟୁଷ
ମିଞ୍ଜି ମିଞ୍ଜି କରି ଶୁଖିଲା ଆଖି ll 2
ତିନି ମୁଣ୍ଡିଆର ବେଶ ହୋଇଅଛି
ଗୁମୁରି କାନ୍ଦୁଛି ଯୌବନ ଦିନ,,
ଶୂନ୍ୟ ରେ ନିଃଶ୍ୱାସ ବାୟୁ ବହିଚାଲେ
ବିକଳ ଡାକୁଛି ଜଗୁଜୀବନ ll 3
ମେରୁଦଣ୍ଡ କାଣ୍ଡ ଘୁଣ ଖାଇଯାଏ
ଆମଞ୍ଚନେ ଭଗ୍ନ ପ୍ରାୟ ପ୍ରତ୍ୟୟ
ପିଣ୍ଡ ବ୍ରହ୍ମାଣ୍ଡ ତା ପ୍ରକମ୍ପି ଉଠଇ
ଶଙ୍କା ତ୍ରସ୍ତ ଶିକ୍ତ ମନ ଅଥୟ ll 4
ଜରାଗ୍ରସ୍ତ ଯଉବନ ମଉଳିଲା
ବିଷମ ଜୀବନଧାରା ନିର୍ଦ୍ଦେଶେ
ମଥା ଝୁଙ୍କିଯାଏ ଧରଣୀ ସପକ୍ଷେ
ଫୁଙ୍ଗୁଳା ଶରୀର ଭୂମିରେ ମିଶେ ll 5
କେଶରୀ ଉଦ୍ଦାମ ହୀନସ୍ଥlରେ ଆଜି
ସର୍ପବାରି ଲାଗେ ପୁତ୍ର କଳତ୍ର
ପରିଚୟ ଗୁନ୍ଥା ଜରାଯଉବନ
ଘlଣ୍ଟଇ ଅକୁହା ବେଦନା ଅତ୍ର ll 6
ପକ୍ୱ ରୋମରାଜି ଯୌବନ ଢାଞ୍ଚା କୁ
ବିଦିର୍ଣ୍ଣେ ଆହ୍ୱାନ ଖୋଲାରେ ଦିଏ
ଯଷ୍ଟି ସହାରlକୁ ବେଳ ନଅଣ୍ଟଇ
ଅସ୍ତି ଖୋଳପାରେ ଜୀବନ ଜୀଏଁ ll 7
ଜୀବନର ଏହି ଯବନିକା କାଳେ
ପତନ ବେଳାର ଆଶା ସୂରୁଯ
କlନ୍ଥିଲାଗି ବୁଣେ ଆୟୁଷ ଆକାଶେ
ଦିବାବସlନର ନାଲି ମୁରୁଜ ll 8